Hindi News >>Home >>Odisha State

VK Pandian: ଗଜପତିରେ 5T ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

5T Secretary VK Pandian in Parlakhemundi: ମୁଖ୍ୟମନ୍ତ୍ରୀଙ୍କ (Odisha cm) ପାଖକୁ ଆସିଥିବା ୭୮୯ରୁ ୭୨୫ ଅଭିଯୋଗର  ସମାଧାନ ହୋଇଛି। ସଚିବଙ୍କ ଗସ୍ତଦ୍ୱାରା ଲୋକଙ୍କ  ଅଭିଯୋଗର ସମାଧାନ ତ୍ୱରାନ୍ୱିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ସୂଚନା  ଅନୁସାରେ ଗଜପତି ଜିଲ୍ଲାରେ ଏହି ସମାଧାନ ହାର 91%।  

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Aug 26, 2023, 11:32 AM IST

5T Secretary VK Pandian in Parlakhemundi: ମୁଖ୍ୟମନ୍ତ୍ରୀଙ୍କ (Odisha cm) ପାଖକୁ ଆସିଥିବା ୭୮୯ରୁ ୭୨୫ ଅଭିଯୋଗର  ସମାଧାନ ହୋଇଛି। ସଚିବଙ୍କ ଗସ୍ତଦ୍ୱାରା ଲୋକଙ୍କ  ଅଭିଯୋଗର ସମାଧାନ ତ୍ୱରାନ୍ୱିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ସୂଚନା   ଅନୁସାରେ ଗଜପତି ଜିଲ୍ଲାରେ ଏହି ସମାଧାନ ହାର 91%।  ସମୁଦାୟ ୭୮୯ଟି ଅଭିଯୋଗ ମଧ୍ୟରୁ ୭୨୫ଟି ଅଭିଯୋଗ ଶୁଣାଣି ହୋଇ ତାହାର ସମାଧାନ କରାଯାଇପାରିଥିବାବେଳେ ବାକିଥିବା ୬୪ଟି  ଅଭିଯୋଗ ଖୁବ୍‍ ଶୀଘ୍ର ସମାଧାନ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

ଲୋକଙ୍କ ଅଭିଯୋଗ ଶୁଣିବା, ତାହାକୁ ସମାଧାନ କରିବାକୁ ତ୍ୱରିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ଏହିକ୍ରମରେ ୫-ଟି ସଚିବ ଭିକେ ପାଣ୍ଡିଆନ (5T secretary VK Pandian) ମେ ମାସରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ଅଭିଯୋଗ ସଂଗ୍ରହ କରିଥିଲେ। ଏହାକୁ ସମାଧାନ କରିବା ଲାଗି ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।  ପରବର୍ତ୍ତୀ ସମୟରେ ଏ ବିଷୟରେ କି ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା କରିବା ଲାଗି ଆଜି ସକାଳେ  ପାଣ୍ଡିଆନ୍‍ ଅଚାନକ ପାରଳାଖେମୁଣ୍ଡି ଗସ୍ତ (5T secretary VK Pandian visits Paralakhemundi ) କରିଥିଲେ। ସକାଳ ସାଢ଼େ ଛଅଟା ବେଳେ ପାଣ୍ଡିଆାନ୍‍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।  ସମୀକ୍ଷାରୁ ଜଣା ଯାଇଛି ଯେ ମାତ୍ର ୬୪ଟି ଅଭିଯୋଗକୁ ସମାଧାନ କରିବା ଲାଗି ଜିଲ୍ଲା ପ୍ରଶାସନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‍ ଶୀଘ୍ର ଏଗୁଡ଼ିକର ସମାଧାନ ସମ୍ପୃକ୍ତ ଆବେଦନକାରୀଙ୍କୁ ଜଣାଇ ଦିଆଯିବ। 

 ପାଣ୍ଡିଆନ (VK Pandian ) ବିଜୁ ଏକ୍ସପ୍ରେସ୍‍ ଓ୍ୱେ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲେ। ୪ ଥାକିଆ ଏହି ରାସ୍ତା କାର୍ଯ୍ୟ ପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରିତ କରିବା ଲାଗି ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସେ ଅନ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଧ୍ୟ ସମୀକ୍ଷା କରିଥିଲେ। ସେଥିମଧ୍ୟରେ ଛେଳିଗଡ଼ା ସହ ଅନ୍ୟ  ଜଳସେଚନ ପ୍ରକଳ୍ପ, ପାରଳାଖେମୁଣ୍ଡି ସଂସ୍କୃତି ଭବନ,  ସ୍କୁଲ୍‍ ରେ ସ୍ମାର୍ଟ କ୍ଲାସ୍ରୁୱମ, ଧର୍ମାନୁଷ୍ଠାନଗୁଡ଼ିକର ରୂପାନ୍ତରୀକରଣ ପ୍ରଭୃତି ଅନ୍ୟତମ। ଛେଳିଗ଼ା ପ୍ରକଳ୍ପ ଲାଗି ୧୦.୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲାଗି ଅନୁମୋଦନ ପ୍ରଦାନ କରାଯାଇଥିବା ବେଳେ ଏହି ସମୀକ୍ଷା ବୈଠକରେ ସଂସ୍କୃତି ଭବନ ଲାଗି ୬.୧୪ କୋଟି, କୃଷ୍ଣ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଲାଗି ୩.୧୪ କୋଟି, ରାମସାଗର ଲାଗି ୩.୫୦ କୋଟି, ଗଜପତି ସାଗର ଲାଗି ୧.୧୪ କୋଟି ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପସବୁ ପାଇଁ ଖୁବ୍‍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। 

ସାହିପରି ଶ୍ରେଣୀଗୃହଗୁଡ଼ିକର ବିକାଶ ଲାଗି ସରକାରଙ୍କ ପକ୍ଷରୁ ୧୧ କୋଟି ଟଙ୍କା ଅନୁମୋଦନ କରିଥିବା ବେଳେ ବିଭିନ୍ନ ଧର୍ମାନୁଷ୍ଠାନ ରୂପାନ୍ତରଣ ଲାଗି ୧୮.୪୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହିସବୁ ପ୍ରକଳ୍ପକୁ ଅକ୍ଟୋବର ପୂର୍ବରୁ ଶେଷ କରିବାକୁ ସେ ନିଷ୍ପତ୍ତି ଦେଇଛନ୍ତି। ସଚିବ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଜନସାଧାରଣ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ତାହା ସେମାନଙ୍କ ସମସ୍ୟାର ସମାଧାନ ଦ୍ୱାରା ହିଁ ପ୍ରକୃତରେ ରକ୍ଷା କରାଯାଇପାରିବ। ଏଣୁ ସମସ୍ତ କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ ଶେଷ କରିବା ପାଇଁ ସେ ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ ସମୟ ଅନୁସାରେ ଏସବୁ ସମସ୍ୟାର ସମାଧାନ ଓ ସମାଧାନ ପରେ ସମ୍ପୃକ୍ତ ଲୋକଙ୍କ ପ୍ରତିକ୍ରିୟା ନେବାକୁ ସେ ଜିଲ୍ଲା ପ୍ରଶାସନକୁ କହିଛନ୍ତି।  ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସଚିବ ଭିନୀଲ୍‍ କ୍ରିଷ୍ଣା, ଜିଲ୍ଲାପାଳ ଏସ୍‍ ପ୍ରଧାନ ଉପସ୍ଥିତ ଥିଲେ।

Read More
{}{}