Hindi News >>Home >>Odisha State

Odisha News: ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ସୁଲୋଚନା

Odisha News: ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା।ବୟସ ୫୭ ପାର ହେଲାଣି। କିନ୍ତୁ ଦଶମ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ତାଙ୍କୁ ପୁଣି ପରୀକ୍ଷା ହଲ୍କୁକୁ ଟାଣି ଆଣିଛି। ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବିଳମ୍ବିତ ରାତି ଯାଏ ପାଠ ପଢ଼ୁଛନ୍ତି। ପରିଣତ ବୟସରେ ବି ତାଙ୍କ ଭିତରେ ଏବେ ଜଣେ ଦଶମ ଶ୍ରେଣୀ ଛାତ୍ରୀଟିଏ ତତ୍ପର ହୋଇ ଉଠିଛି ।

Advertisement
Odisha News: ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ସୁଲୋଚନା
Stop
Sanjaya Kumar Mohapatra|Updated: Feb 26, 2024, 06:06 PM IST

Odisha News: ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା।ବୟସ ୫୭ ପାର ହେଲାଣି। କିନ୍ତୁ ଦଶମ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ତାଙ୍କୁ ପୁଣି ପରୀକ୍ଷା ହଲ୍କୁକୁ ଟାଣି ଆଣିଛି। ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବିଳମ୍ବିତ ରାତି ଯାଏ ପାଠ ପଢ଼ୁଛନ୍ତି। ପରିଣତ ବୟସରେ ବି ତାଙ୍କ ଭିତରେ ଏବେ ଜଣେ ଦଶମ ଶ୍ରେଣୀ ଛାତ୍ରୀଟିଏ ତତ୍ପର ହୋଇ ଉଠିଛି । ଦଶମ ପାସ୍ ନକରିପାରିବାର ଅବଶୋସ ଯୁଝୁଥିବା ଅନେକ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରେରଣା ସାଜିଛନ୍ତି କାକଟପୁରର ପରିଣତ ବୟସ୍କ ପରୀକ୍ଷାର୍ଥୀ ସୁଲୋଚନା ଖଟୋଇ। ଗତବର୍ଷ ସେ କାକଟପୁର ଗାର୍ଲସ ନୋଡାଲ ହାଇସ୍କୁଲରେ ଆଡମିସନ କରିବା ପରେ ଏଥର ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି। ଏପର୍ଯ୍ୟନ୍ତ ସେ ସାହିତ୍ୟ, ଇଂରାଜୀ ଓ ଗଣିତ ପରୀକ୍ଷା ଦେଇସାରିଲେଣି। ସାହିତ୍ୟ ତାଙ୍କର ପ୍ରିୟ ବିଷୟ ହୋଇଥିବା ବେଳେ ଏଥିରେ ସେ ଭଲ କରିଥିବା କହିଛନ୍ତି।

ବାସ୍ତବ ଜୀବନରେ ଯେ ପରୀକ୍ଷାର ଅନ୍ତ ନାହିଁ, ତାହା ସୁଲୋଚନାଙ୍କ ନିଷ୍ଠାଓ କଠୋର ପରିଶ୍ରମରୁ ବାରି ହୋଇ ପଡ଼ୁଛି। ସୁଲୋଚନାଙ୍କୁ ଯେବେ ୧୮ ବର୍ଷ ବୟସ ହୋଇଥିଲା ସେ ଦଶମ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେତେବେଳେ ସେ ନିମାପଡ଼ା ବ୍ଲକ ମଣିଜଙ୍ଗସ୍ଥିତ ପବିତ୍ର ହାଇସ୍କୁଲରେ ପଢ଼ୁଥିଲେ। କିନ୍ତୁ ହଠାତ ଏକ ଭଲ ପ୍ରସ୍ତାବ ଜୁଟିବାରୁ ବାହାଘର ହୋଇଗଲା। ଯଦିଓ ବିବାହର ବ୍ୟସ୍ତତା ମଧ୍ୟରେ ସେ ପରୀକ୍ଷା ଦେଲେ।, କିନ୍ତୁ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନପାରିବା ତାଙ୍କୁ ମାନସିକ ଆଘାତ ଦେଇଥିଲା। କିନ୍ତୁ ସେ ପୁଣି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ନେଇ ମନ ଦୃଢ଼ କଲେ। କିନ୍ତୁ ସଂସାରର ଜଞ୍ଜାଳ ଭିତରେ ସେ ଆଉ ପରୀକ୍ଷାରେ ଅବତୀର୍ଣ୍ଣ ହୋଇପାରିଲେ ନାହିଁ।

 

ଦିନ ଗଡ଼ି ଚାଲିଲା, ଧୀରେଧୀରେ ବୟସ ବି ଗଡ଼ିଗଲା। କାଳେ କିଏ ଟାହିଟାପରା କରିବ ତାହା ଭାବି ସେ ଆଉ ମାଟ୍ରିକ ପରୀକ୍ଷା ଦେଲେ ନାହିଁ। କିନ୍ତୁ ୨୦୧୪ ମସିହାରେ ସେ ମିଶନ ଶକ୍ତି ଅଧୀନରେ କମ୍ୟୁନିଟି ରିସୋର୍ସ ପର୍ସନ ତଥା କମ୍ୟୁନିଟି ମୋବିଲାଇଜର ଭାବେ ଚାକିରି ଆରମ୍ଭ କଲେ। ଗତବର୍ଷ ସେ ମାଟ୍ରିକ ପରୀକ୍ଷା ଦେବା ପାଇଁ ସ୍ଥିର କଲେ। ତାଙ୍କର ଏଭଳି ନିଷ୍ପତ୍ତି ପଛରେ ଦୁଇଟି କାରଣ ନିହିତ ଥିଲା। ପ୍ରଥମତଃ ଚାକିରି ସୁରକ୍ଷିତ ରଖିବା ଏବଂ ୧୮ ବର୍ଷ ବୟସରେ ଫେଲ୍ ହେବାର ଅଭାବବୋଧକୁ ପୂରଣ କରିବା।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଘୋଡ଼ାବଜାରରେରେ ଦଶମ ପରୀକ୍ଷା ଦେଉଥିବା ସୁଲୋଚନାଙ୍କ କହିବା ଅନୁଯାୟୀ ୪ ମାସ ଆଗରୁ ସେ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରୀକ୍ଷାରେ ଉତ୍ତର ଲେଖିବା ବେଳେ ସେ ନିଜକୁ ଜଣେ ଛାତ୍ରୀ ବୋଲି ଅନୁଭବ କରୁଛନ୍ତି। ୩୯ ବର୍ଷ ହେଲା ପାଠ ଛାଡ଼ିଥିଲେ ବି ପୂର୍ବ ପ୍ରସ୍ତୁତି ଯୋଗୁଁ ପରୀକ୍ଷାରେ ଭଲ କରୁଥିବା କହିଛନ୍ତି। ପୂର୍ବରୁ ଥିବା ଅବଶୋଷ ଦୂର ହୋଇଛି। ଭଲ ମାର୍କ ଆସୁ କି ନଆସୁ, କିନ୍ତୁ ଦଶମରେ ଉତ୍ତୀର୍ଣ୍ଣ ହେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି।ସେପଟେ ଏହି ଘୋଡା ବଜାର ଶିଶୁ ବିଦ୍ଯାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସ ଆଉ ଦୁଇ ବର୍ଷ ପରେ ଅବସର ଗ୍ରହଣ କରିବେ। ସେ ବି ଚଳିତବର୍ଷ ଏମଏ ପାସ୍ କରିଛନ୍ତି। ପାଠପଢାର ଶେଷ ନାହିଁ। ତଥାପି ସୁଲୋଚନା ମ୍ଯାଡମ୍ ସମସ୍ତଙ୍କ ପାଇଁ ପ୍ରେରଣା ସାଜିବେ ବୋଲି କହିଛନ୍ତି ପ୍ରଧାନ ଆଚାର୍ଯ୍ୟ।

Read More
{}{}