Hindi News >>Home >>Odisha State

Odisha News: ଶ୍ରୀକ୍ଷେତ୍ରରେ ବ୍ରାଉନସୁଗାର ବେପାର, ଧରିଲା ପୁରୀ ପୋଲିସ୍

Odisha News: ପୁରୀ ସମୁଦ୍ରକୂଳ ଥାନା ପୋଲିସକୁ ବଡ ସଫଳତା ମିଳିଛି ।୫୨୦ ଗ୍ରାମ ଧଳା ଜହର ବା ବ୍ରାଉନସୁଗାର ଜବତ ହେବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି।ବେଆଇନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ ଦାସ ଓରଫ ବାବୁଲ ଏବଂ ଶାଗୁଆନ ବଗିଚାର ଶୁଭମ ପଟ୍ଟନାୟକ। 

Advertisement
Odisha News: ଶ୍ରୀକ୍ଷେତ୍ରରେ ବ୍ରାଉନସୁଗାର ବେପାର, ଧରିଲା ପୁରୀ ପୋଲିସ୍
Stop
Zee Odisha Desk|Updated: Feb 07, 2024, 03:42 PM IST

Odisha News: ପୁରୀ ସମୁଦ୍ରକୂଳ ଥାନା ପୋଲିସକୁ ବଡ ସଫଳତା ମିଳିଛି ।୫୨୦ ଗ୍ରାମ ଧଳା ଜହର ବା ବ୍ରାଉନସୁଗାର ଜବତ ହେବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି।ବେଆଇନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ ଦାସ ଓରଫ ବାବୁଲ ଏବଂ ଶାଗୁଆନ ବଗିଚାର ଶୁଭମ ପଟ୍ଟନାୟକ। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫୨ ଲକ୍ଷ ୨୦ ହଜାର ଟଙ୍କା ।

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ତାଳବଣିଆ ହେଲିପ୍ୟାଡ୍ ନିକଟରେ ଚଢ଼ାଉ କରି ଦୁଇ ନିଷା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବାଇକ୍ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି।ତେବେ ଘଟଣାସ୍ଥଳରୁ କ୍ରେତା ଫେରାର ହୋଇଯାଇଛି।ତାକୁ ଗିରଫ କରିବା ପାଇଁ ପୋଲିସ ଚଢ଼ାଉ ଜାରୀ ରଖିଛି।ପୁରୀ ସହରରେ ନିଶା ବେପାରୀଙ୍କ ଉପରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରୀ ରହିବ।ପୁରୀ ସହରକୁ ଧଳା ଜହର ମୁକ୍ତ କରିବା ପାଇଁ ଏହି କାରବାରରେ ସଂପୃକ୍ତ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଏହାର ମୂଳ ପର୍ଯ୍ୟନ୍ତ ପୋଲିସ ଯିବ।

ନୂତନ ଭାବେ ଯୋଗ ଦେବା ପରେ ଏସପି ପିନାକ ମିଶ୍ର ଅନ୍ୟ ସମସ୍ତ ପୋଲିସ ଅଧିକାରୀଙ୍କ ସହ ମିଶି ସହରରେ ଫ୍ଲାଗ ମାର୍ଚ୍ଚ କରିଥିଲେ ।ପୁରୀ ସହର ସମେତ ସଦର ତଥା ଜିଲ୍ଲାରେ ଅପରାଧ ଓ ଅପରାଧିଙ୍କୁ ଦମନ ସହ ନିଶା କାରବାର ରୋକିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ କଡା ନିର୍ଦ୍ଧେଶ ଦିଆଯାଇଥିବା ଏସପି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Read More
{}{}