Hindi News >>Home >>Odisha State

Road Accident: ବିବାହ ଭୋଜି ଖାଇ ଘରକୁ ଫେରିବା ବେଳେ ଦୁର୍ଘଟଣା, ଘଟଣାସ୍ଥଳରେ ୩ ମୃତ

Road Accident: ବିବାହ ଭୋଜି ହେଲା କାଳ। ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା । ସ୍କର୍ପିଓକୁ  ଧକ୍କା ଦେଲା ହାଇଓ୍ବା । ଏହି  ଦୁର୍ଘଟଣାରେ  ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା କୋଇଡା ଥାନା ରେଙ୍ଗାଲବେଡା ଛକ ନିକଟରେ ଘଟିଛି ଏହି ଛାତିଥରା ଦୁର୍ଘଟଣା।     

Advertisement
Road Accident: ବିବାହ ଭୋଜି ଖାଇ ଘରକୁ ଫେରିବା ବେଳେ ଦୁର୍ଘଟଣା, ଘଟଣାସ୍ଥଳରେ ୩ ମୃତ
Stop
Narmada Behera|Updated: Jul 10, 2024, 09:35 AM IST

Road Accident: ବିବାହ ଭୋଜି ହେଲା କାଳ। ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା । ସ୍କର୍ପିଓକୁ  ଧକ୍କା ଦେଲା ହାଇଓ୍ବା । ଏହି  ଦୁର୍ଘଟଣାରେ  ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ବେଳେ ଜଣେ ଯୁବତୀ ରହିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ଜିଲ୍ଲା କୋଇଡା ଥାନା ରେଙ୍ଗାଲବେଡା ଛକ ନିକଟରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। 

ALSO READ: Petrol Diesel Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ ଭୁବନେଶ୍ବରରେ ଆଜି କେତେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍?

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ  କେନ୍ଦୁଝରରୁ ଏକ ବାହାଘର ଭୋଜି ଖାଇ ସ୍କର୍ପିଓରେ ୭ ଜଣ କୋଇଡା ଫେରୁଥିଲେ। କିନ୍ତୁ ସ୍କର୍ପିଓଟି ରେଙ୍ଗାଲବେଡା ଛକ ନିକଟରେ ପହଞ୍ଚିବା ବେଳକୁ ହଠାକ୍ ଏକ ହାଇଓ୍ବା ସର୍ପିଓକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଉଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା। ଏବଂ ଦୁର୍ଘଟଣା କିଭଳି ସ୍ଥିତିରେ ଘଟିଲା ସେନେଇ ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।  

 

 

Read More
{}{}