Hindi News >>Home >>Odisha State

Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ, ଜାଣନ୍ତୁ ବିମାନ ଚଳାଚଳ ସମୟ

Flight Service: ଜୟପୁରବାସୀଙ୍କ (Jeypore)ପାଇଁ ଖୁସି ଖବର। ପୂରଣ ହେଲା ଦିର୍ଘ ଦିନର ସ୍ବପ୍ନ। କାହିଁକିନା ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରରୁ ଉଡିଲା ଦ୍ୱିତୀୟ ବିମାନ (2nd direct flight between Bhubaneswar Jeypore begins today)। ପଢନ୍ତୁ ପୂରା ରିପୋର୍ଟ...

Advertisement
Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ, ଜାଣନ୍ତୁ ବିମାନ ଚଳାଚଳ ସମୟ
Stop
Zee Odisha Desk|Updated: Nov 06, 2023, 11:55 AM IST

Flight Service: ଜୟପୁରବାସୀଙ୍କ (Jeypore)ପାଇଁ ଖୁସି ଖବର। ପୂରଣ ହେଲା ଦିର୍ଘ ଦିନର ସ୍ବପ୍ନ। କାହିଁକିନା ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରରୁ ଉଡିଲା ଦ୍ୱିତୀୟ ବିମାନ (2nd direct flight between Bhubaneswar Jeypore begins today)। ୯ ସିଟ୍ ବିଶିଷ୍ଟ ଏହି ଦ୍ବିତୀୟ ବିମାନ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଛି (Bhubaneswar Jeypore Flight Service)।  ଭୁବନେଶ୍ବରରୁ ଛାଡିଥିବା ଇଣ୍ଡିଆ ଓ୍ବାନ୍ ଏୟାର ବିମାନଟି ଜୟପୁରରେ ପହଞ୍ଚିଛି  (2nd direct flight between Bhubaneswar Jeypore) । ଆଜି ସକାଳୁ ୭ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ବିମାନଟି ଜୟପୁରରେ ପହଞ୍ଚି ଥିବା ଜଣାପଡି଼ଛି । ସେହିପରି ୯ଟାରେ ଜୟପୁରରୁ ଛାଡି ୧୦ଟା ୩୫ରେ ଭୁବେନଶ୍ବରରେ ପହଞ୍ଚିବାର ସୂଚନା ରହିଛି । ଏହି ବିମାନଟି ସପ୍ତାହକୁ ଦୁଇ ଦିନ ଅର୍ଥାତ୍ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ଚଳାଚଳ କରିବ। ରାଜ୍ୟ ସରକାରଙ୍କ ସହଯୋଗରେ ଇଣ୍ଡିଆ ୱାନ ବିମାନ କମ୍ପାନୀ (IndiaOne) ଏହି ସେବା ଯୋଗାଉଛି।

Also Read: Shani Uday: ଏହି ୩ ରାଶିଙ୍କୁ କୋଟିପତି କରିବେ ଶନି, ଦେଖି ନିଅନ୍ତୁ ସାମିଲ ଅଛି କି ଆପଣଙ୍କ ରାଶି?

ସୂଚନା ଅନୁସାରେ, ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ପ୍ରଥମ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲେ। ଦ୍ୱିତୀୟ ସିଧାସଳଖ ବିମାନ ସେବା ଦ୍ୱାରା ଯୋଗାଯୋଗ ତ୍ୱରାନ୍ୱିତ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ କରିବ। ଜୟପୁରକୁ ଦ୍ୱିତୀୟ ସିଧାସଳଖ ବିମାନ ସେବା ଆରମ୍ଭ ହେଲେ କୋରାପୁଟବାସୀଙ୍କ ସମେତ ସୀମାନ୍ତ ଆନ୍ଧ୍ର, ଛତିଶଗଡ଼ ଅଧିବାସୀ ବି ଉପକୃତ ହେବେ। ସେମାନେ ଏବେ କେବଳ ଦେଶ ବିଦେଶକୁ ଯାତ୍ରା କରିବା ଶସ୍ତା ଓ ସୁବିଧାଜନକ ହେବନି, ବରଂ ଏହି ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଆସିବେ । ଆଉ ଏଠାରେ ଚାଷ ହେଉଥିବା କଫିର ମହକ ପାଇବେ। ଯାହା ଫଳରେ ବିଦେଶରେ ବି କୋରାପୁଟ କଫିର ଚାହିଦା ଆହୁରି ବଢିବ। 

ସେହିପରି, ଗତକାଲି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Jharsuguda Veer Surendra Sai Airport) କୋଲକାତା ଅଭିମୁଖେ  ଏକ ବିମାନ ଚଳାଚଳ ଆରମ୍ଭ କରିଛି। କୋଲକାତାକୁ ୨୭ ସିଟ୍ ବିଶିଷ୍ଟ  ATR-72 ବିମାନ ଚଳାଚଳ ଗତକାଲି ଠାରୁ ଆରମ୍ଭ ହେଉଛି। ଏହି ସେବା ଯାତ୍ରୀଙ୍କୁ ପ୍ରତିଦିନ ମିଳିବ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ପ୍ରତିଦିନ ସଂନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ । ସେହିପରି, ଝାରସୁଗୁଡାରୁ ସଂନ୍ଧ୍ୟା ୭ ଟା ୫୫ ମିନିଟରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ ବୋଲି ଜଣାପଡି଼ଛି।  ସେହିପରି,  ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Veer Surendra Sai Airport, Jharsuguda) ବେଙ୍ଗାଲୁରୁକୁ (Bengaluru) ମଧ୍ୟ ଚଳିତ ବର୍ଷ ୧୫ ନଭେମ୍ବରରୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। 

Read More
{}{}