Hindi News >>Home >>Odisha State

Odisha Weather: ଆହୁରି ୩ଦିନ ପ୍ରବଳ ବର୍ଷିବ, ଏହିସବୁ ଜିଲ୍ଲାକୁ ସତର୍କ ଘଣ୍ଟି

Odisha Weather:  ବଲାଙ୍ଗୀରରେ ୨୫.୫,  ଅନୁଗୁଳରେ ୨୨, ଭଦ୍ରକରେ ୧୪, ସୋନପୁରରେ ୧୩.୮, ଗୋପାଳପୁରରେ ୧୩.୬, କଟକରେ ୧୨.୨, ଓ ମାଲକାନଗିରିରେ ୧୧.୪ ମିମି ବର୍ଷା ରେକର୍ଡ ହୋଇଥିଲା। ୧୦ ରୁ ଊର୍ଦ୍ଧ୍ୱ ସହରରେ ବର୍ଷା ପରିମାଣ ୧୦ ମିମି ଠାରୁ କମ୍ ରେକର୍ଡ କରାଯାଇଛି। 

Advertisement
Odisha Weather: ଆହୁରି ୩ଦିନ ପ୍ରବଳ ବର୍ଷିବ, ଏହିସବୁ ଜିଲ୍ଲାକୁ ସତର୍କ ଘଣ୍ଟି
Stop
Rashmita Sahoo|Updated: Aug 18, 2024, 08:20 AM IST

Odisha Weather: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ। ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ରହିଥିବା ବେଳେ ୧୯ ତାରିଖ ବେଳକୁ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଆଉ ଏହାର ପ୍ରଭାବରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। 

ଆଜି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ଓ ୧୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ(Yellow Warning) ଜାରି ହୋଇଛି। ସେହିପରି ୨୦ ତାରିଖ ପାଇଁ ଝାରସୁଗୁଡା, ସମ୍ବଲପୁର, ବରଗଡ଼ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ପରେ ବର୍ଷାର ପରିମାଣ କମିବା ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୨୦ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି। ପ୍ରବଳ ବର୍ଷା(Heavy Rainfall) ପାଇଁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ୨୧ ତାରିଖରୁ ବର୍ଷାର ପରିମାଣ ହ୍ରାସ ପାଇବାର ସୂଚନା ରହିଛି। 

 

ତେବେ ଗତକାଲି ସକାଳ ୮ଟା ୩୦ ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ତାଳଚେରରେ ସର୍ବାଧିକ ୫୫ ମିମି ବର୍ଷା ହୋଇଥିବା ବେଳେ ରାଉରକେଲାରେ ୩୭.୪, ସୁନ୍ଦରଗଡ଼ରେ ୨୭.୭, ବଲାଙ୍ଗୀରରେ ୨୫.୫,  ଅନୁଗୁଳରେ ୨୨, ଭଦ୍ରକରେ ୧୪, ସୋନପୁରରେ ୧୩.୮, ଗୋପାଳପୁରରେ ୧୩.୬, କଟକରେ ୧୨.୨, ଓ ମାଲକାନଗିରିରେ ୧୧.୪ ମିମି ବର୍ଷା ରେକର୍ଡ ହୋଇଥିଲା। ୧୦ ରୁ ଊର୍ଦ୍ଧ୍ୱ ସହରରେ ବର୍ଷା ପରିମାଣ ୧୦ ମିମି ଠାରୁ କମ୍ ରେକର୍ଡ କରାଯାଇଛି। 

ଅନ୍ୟପଟେ ଚଳିତ ମୌସୁମୀରେ ୭୬୦.୦ ମିମି ସ୍ୱାଭାବିକ ବର୍ଷା ହେବା କଥା। କିନ୍ତୁ ୬୮୦.୫ ମିମି ବର୍ଷା ହୋଇଛି। ଏହା ୧୦ ପ୍ରତିଶତ ନିଅଣ୍ଟିଆ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

Also Read: Jual Oram Wife Dies: ପରପାରିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ଆଜି ଶେଷ ଦର୍ଶନ

Also Read: Gouri Shankar Yog: ଏହିଦିନରୁ ଗୌରୀଶଙ୍କର ଯୋଗରୁ ମହାସଂଯୋଗ, ୩ରାଶିର ଫିଟିବ ଭାଗ୍ୟ!

Read More
{}{}