Hindi News >>Home >>Odisha State

Odisha News: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ସାମୟିକ ଛୁଟି

Odisha News: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ  ବର୍ଷକୁ ୧୫ ଦିନର ସାମୟିକ ଛୁଟି । ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି । ଉପକୃତ ହେବେ ୩୩,୪୨୦ କର୍ମଚାରୀ।  

Advertisement
Odisha News: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ସାମୟିକ ଛୁଟି
Stop
Zee Odisha Desk|Updated: Mar 10, 2024, 11:44 AM IST

Odisha News: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (Cm Naveen Patnaik)ବଡ଼ ଘୋଷଣା।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ (Educational Institutions employees) ପାଇଁ ବର୍ଷକୁ ୧୫ ଦିନର (15 days casual leave per annual) ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି।

ALSO READ: Budhaditya Rajyog 2024: ୪ ରାଶିଙ୍କ ଭାଗ୍ୟ ଫିଟାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଚାକିରିରେ ପଦୋନ୍ନତି ସାଙ୍ଗକୁ ରହିଛି ଧନପ୍ରାପ୍ତିର ଯୋଗ

୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ରାଜ୍ୟର ୨୫୬୦ ଉଚ୍ଚ ବିଦ୍ୟାଳୟ, ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୯  ସଂସ୍କୃତ ଟୋଲ ଏବଂ ୧୩୮ ମଦ୍ରାସାରେ କାର୍ଯ୍ୟରତ ପ୍ରାୟ ୩୩୪୨୦ କର୍ମଚାରୀ (ଶିକ୍ଷକ ଓ ଅଣଶିକ୍ଷକ) ଉପକୃତ ହେବେ ।

Read More
{}{}