Hindi News >>Home >>Odisha Sports

WPL ରେ ଏମାନେ ହେଉଛନ୍ତି ପ୍ରଥମ ୫ କୋଟିପତି, ଜାଣନ୍ତୁ କାହାକୁ ମିଳିଛି କେତେ ଟଙ୍କା?

Sports News in Odia, Women's IPL Auction 2023: ମହିଳା ପ୍ରିମିୟର ଲିଗ୍ ନିଲାମରେ ଆଶା କରାଯାଉଥିବା ଠାରୁ ଅଧିକ ଟଙ୍କା ବର୍ଷା ହେଉଥିବା ଦେଖାଯାଉଛି ଓ ଏହି ସବୁ ଖେଳାଳିଙ୍କ ଉପରେ ପ୍ରବଳ ଟଙ୍କା ବର୍ଷା ହୋଇଛି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Feb 13, 2023, 07:07 PM IST

Sports News in Odia, Women's IPL Auction 2023: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ (WPL) ଆୟୋଜନ କରିବାକୁ ଯାଉଛି ।  ଆଜି ଏହି ଲିଗ୍ ପାଇଁ ୪୦୯ ଖେଳାଳିଙ୍କୁ ବିଡ୍ କରାଯାଉଛି । ସୋମବାର ଦିନ ଅର୍ଥାତ ଆଜି ମୁମ୍ବାଇରେ ଏହି ନିଲାମ ପ୍ରକ୍ରିୟା ଜାରି ରହିଛି । ଏହି ଲିଗରେ ମହିଳା ଖେଳାଳିଙ୍କ ଉପରେ ଅଧିକ ଟଙ୍କା ବର୍ଷା କରଯାଉଛି । ନିଲାମର ଏକ ଘଣ୍ଟା ପରେ WPL ଏହାର ପ୍ରଥମ ପାଞ୍ଚ କୋଟିପତି ଖେଳାଳି ପାଇଛି, ସେଥିମଧ୍ୟରୁ ଦୁଇଜଣ ଭାରତୀୟ ଓ ବାକି ତିନିଜଣ ବିଦେଶୀ ଖେଳାଳି ଅଛନ୍ତି ।

ଭାରତର ଓପନର୍ ସ୍ମୃତି ମନ୍ଦନା (Smriti Mandhana) ପ୍ରଥମେ ବିଡ୍ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କ ପାଇଁ ଜୋରଦାର ବିଡ୍ କରିଥିଲେ ଓ ଆରସିବି ତାଙ୍କୁ ୩.୪୦ କୋଟିରେ ନିଜ ଫ୍ରାଞ୍ଚାଇଜରେ ସାମିଲ କରିବାରେ ସଫଳ ହୋଇଛି ।

ଟିମ୍ ଇଣ୍ଡିଆର ଅଧିନାୟକ ହରମାନପ୍ରୀତ କୌର (Harmanpreet Kaur) ମନ୍ଦନାଙ୍କ ପରେ ବିଡ୍ ହୋଇଥିଲେ। ମୁମ୍ବାଇ ଓ ଉତ୍ତରପ୍ରଦେଶ ୱାରିୟର୍ସର ଫ୍ରାଞ୍ଚାଇଜ୍ ହରମାନପ୍ରୀତଙ୍କ ପାଇଁ ଲଢେଇ କରିଥିଲା ଓ ଶେଷରେ ମୁମ୍ବାଇ ତାଙ୍କୁ ୧.୮୦ କୋଟି ଟଙ୍କା ଯୋଡିବାରେ ସଫଳ ହୋଇଛି ।

 

ଏହି ଦୁଇ ଜଣଙ୍କ ପରେ ଅଷ୍ଟ୍ରେଲିଆର ଆସଲେ ଗାର୍ଡନରଙ୍କ (Ashleigh Gardner) ଉପରେ ମଧ୍ୟ ପ୍ରବଳ ଟଙ୍କା ବର୍ଷା କରାଯାଇଥିଲା । ତାଙ୍କୁ ଗୁଜୁରାଟ ଜଏଣ୍ଟସ୍ ୩.୨୦ କୋଟିରେ କିଣିଛି ।

ଇଂଲଣ୍ଡର ସୋଫି ଏକ୍ଲେଷ୍ଟନଙ୍କ (Sophie Ecclestone) ଉପରେ ମଧ୍ୟ ଫ୍ରାଞ୍ଚାଇଜ ଟଙ୍କା ବର୍ଷା କରିଛନ୍ତି । ତାଙ୍କୁ ୟୁପି ୱାରିୟର୍ସ ୧.୮୦ କୋଟି ଟଙ୍କା ଦେଇ ନିଜ ସହ ଯୋଡ଼ିଛି ।

ଅଷ୍ଟ୍ରେଲିଆର ଆଲିସ୍ ପ୍ୟାରୀଙ୍କ (Ellyse Perry) ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ରାଜଧାନୀ ଲଢ଼ିଥିଲେ । କିନ୍ତୁ ଶେଷରେ RCB ତାଙ୍କୁ ୧.୭୦ କୋଟି ଦେଇ ନିଜ ସହ ଯୋଡ଼ିବାରେ ସଫଳ ହୋଇଛି ।

Read More
{}{}