Hindi News >>Home >>ବିଶ୍ୱକପ୍ 2023

World Cup Final: ଚାପର 'ଭୂତ' ବାଘ ମୁହଁରୁ ଆହାର ଛଡ଼ାଇନେଲା କଙ୍ଗାରୁ !

World Cup Final: ରୋହିତଙ୍କ ଆଉଟ ପରେ ଜିତିବାର ଆଶା ବିରାଟ କୋହଲି ଓ ଶ୍ରେୟସ ଆୟାର ଥିଲେ । ହେଲେ ଜଣକ ପରେ ଜଣେ ଅଷ୍ଟ୍ରେଲିଆର ଘାତକ ବୋଲରଙ୍କ ଆଗରେ ଧରାଶାୟୀ ହୋଇ ପାଭିଲିୟନ ଫେରିଥିଲେ । କେ.ଏଲ ରାହୁଲ ମ୍ୟାଚ୍ କୁ ବଞ୍ଚାଇ ରଖିବା ସହ ସୂର୍ଯ୍ୟ କୁମାରଙ୍କ ଉପରେ ଥବା ଭରସା ମଧ୍ୟ କ୍ଷୀଣ ହୋଇଯାଇଥିଲା ।   

Advertisement
World Cup Final: ଚାପର 'ଭୂତ' ବାଘ ମୁହଁରୁ ଆହାର ଛଡ଼ାଇନେଲା କଙ୍ଗାରୁ !
Stop
Rasmita Sahoo|Updated: Nov 20, 2023, 09:52 AM IST

World Cup Final: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲ ଟାଇଟଲ ହାତେଇ ନେଇଛି କଙ୍ଗାରୁ ବାହିନୀ । ହୋମ ଗ୍ରାଉଣ୍ଡରେ ଭାରତକୁ କନ୍ଦାଇଥିବା ଟିମ୍ ଅଷ୍ଟ୍ରେଲିଆ ଉଭୟ ଫିଲ୍ଡିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଶେଷରେ ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଥିଲା । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି  ୧୫୦ କୋଟି ଭାରତୀୟ । ବିଜୟର ଟିକା ପିନ୍ଧିଥିବା ଅଷ୍ଟ୍ରେଲିଆର ଏହା ଷଷ୍ଠ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛାକରି ଅଷ୍ଟ୍ରେଲିଆ ୪୩ ଓଭରରେ ମ୍ୟାଚ ଜିତି ନେଇଥିଲା ।

ତେବେ ଏହାକୁ ନେଇ ଅନେକ ତର୍କ ବିତର୍କ ଦେଖିବାକୁ ମିଳୁଛି । କିଏ କହୁଛି ଓଭର କନଫିଡେନ୍ସ (Over Confidence) ତ ଆଉ କିଏ କହୁଛି ରୋହିତଙ୍କ ସେହି ଗୋଟିଏ ସଟ୍ ଯାହା ଭାରତକୁ ପରାଜୟର ଦ୍ୱାର ପାଖରେ ଛିଡ଼ା କରିଦେଇଥିଲା। କାରଣ ଯଦି ରୋହିତ ଶର୍ମା (Rohit Sharma) ଭାରତର ରନ୍ ୧୦୦ ପର୍ଯ୍ୟନ୍ତ ତିଷ୍ଠି ଯାଇଥାନ୍ତା ତାହେଲେ ଟ୍ରଫି ନିଶ୍ଚିତ ରୂପେ ଭାରତ ହାତକୁ ଆସିଥାନ୍ତା । ହେଲେ ରୋହିତଙ୍କ ଆଉଟ ପରେ ଜିତିବାର ଆଶା ବିରାଟ କୋହଲି ଓ ଶ୍ରେୟସ ଆୟାର ଥିଲେ । ହେଲେ ଜଣକ ପରେ ଜଣେ ଅଷ୍ଟ୍ରେଲିଆର ଘାତକ ବୋଲରଙ୍କ ଆଗରେ ଧରାଶାୟୀ ହୋଇ ପାଭିଲିୟନ ଫେରିଥିଲେ । କେ.ଏଲ ରାହୁଲ ମ୍ୟାଚ୍ କୁ ବଞ୍ଚାଇ ରଖିବା ସହ ସୂର୍ଯ୍ୟ କୁମାରଙ୍କ ଉପରେ ଥବା ଭରସା ମଧ୍ୟ କ୍ଷୀଣ ହୋଇଯାଇଥିଲା । 

ସେପଟେ ଟସ୍ ହାରିବା ପରଠାରୁ ଭାରତୀୟ ଟିମ୍ ର ସେ ଉତ୍କଣ୍ଠା ଓ ଜୋଶ ମୁହଁରେ ଦେଖିବାକୁ ମିଳିନଥିଲା । ଯଦି ଖେଳ ଦେଖିଥିବେ ତେବେ ଆପଣ ଏକଥା ନିଶ୍ଚିତ ଭାବେ ପରିଲକ୍ଷିତ କରିଥିବେ ଯେ, ଜଗି ରଖି ଖେଳିବା ସହ ପ୍ରତିଟି ରନ୍ ପାଇଁ ଯେମିତି ସଂଘର୍ଷ କରୁଥିଲା ଭାରତୀୟ ଟିମ୍ (Team India) । ୧୦ ୧୦ ଟି ମ୍ୟାଚ ଜିତିବା ସହ ବିଦେଶୀ ଦଳକୁ ନିଜ ଗ୍ରାଉଣ୍ଡରେ ଧୂଳି ଚଟାଇଥିବା ଭାରତୀୟ ଟିମ୍ ଏତେଟା ଆକ୍ଟିଭ ଦେଖିବାକୁ ମିଳିନଥିଲା । ଟସ୍ ପରାଜୟରୁ ଭାରତ ରବିବାରର ଫାଇନାଲ ଅଭିଯାନ ଆରମ୍ଭ କରିଥିଲା । ହେଲେ ଶୁବମନ ଗିଲ୍ ଙ୍କ ଆଉଟ ପରେ ନରଭସ ହୋଇଥିଲେ ରୋହିତ । ହେଲେ ସାଥୀରେ ଛିଡ଼ା ହେବାକୁ ମୈଦାନକୁ ଓହ୍ଲାଇଥିଲେ କିଙ୍ଗ କୋହଲି । ମାତ୍ର ବିରାଟଙ୍କ ଘାତକ ବ୍ୟାଟିଂ ପରେ ରୋହିତ ଦୁଇଟି ଭଲ୍ ସଟ୍ ମାରିଥିଲେ ହେଲେ ତୃତୀୟ ସଟ୍ ରେ କ୍ୟାଚ ଆଉଟ ହୋଇଥିଲେ । 

ଏହାପରେ ଧିରେ ଧିରେ ଚାପରେ ପଡ଼ିଥିଲା ଭାରତ।  ଏହା ପ୍ରଥମ ଘଟଣା ନୁହେଁ ଏମିତି ଅନେକ ନଜିର ରହିଛି । ଟୁର୍ଣ୍ଣାମେଣ୍ଟ ସାରା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବଡ଼ ଟିମ୍ ସାମ୍ନାରେ ନିଜକୁ ଚାପଗ୍ରସ୍ତ କରିଥାଏ ଭାରତ । ଯାହା ଫଳରେ ବିପକ୍ଷ ଦଳକୁ ସହଜ ହୋଇଯାଏ । ଏହାସହ ପିଚ୍ କୁ ନେଇ ମଧ୍ୟ ଅନେକ ଯୁକ୍ତିତର୍କ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଷ୍ଟାଡିୟମରୁ ବାହାରିବା ପରେ ଭାରତୀୟ ପ୍ରଂଶସକଙ୍କ କହିବା କଥା ନରେନ୍ଦ୍ର ମୋଦି ଷ୍ଟାଡିୟମର (Narendra Modi Stadium Pitch) କଳାମାଟି ପିଚ୍ ଭାରତୀୟ ଟିମକୁ ଦୁର୍ବଳ କରିଦେଇଥିଲା । ଯାହାଫଳରେ ବିସିସିଆଇକୁ ଦାୟୀ କରିଛନ୍ତି କ୍ରିକେଟ ପ୍ରେମୀ । 

Also Read: ଫାଇନାଲରେ କଙ୍ଗାରୁ ଟିମ୍ ଛଡ଼ାଇନେଲା ଟ୍ରଫି, ପୂରା ଟୁର୍ଣ୍ଣାମେଣ୍ଟରେ ଏମାନେ ହେଲେ ସବୁଠୁ ଶ୍ରେଷ୍ଠ

Read More
{}{}