Hindi News >>Home >>ବିଶ୍ୱକପ୍ 2023

World Cup 2023 Trophy: ସୁନା ନା ଚାନ୍ଦି କେଉଁଥିରେ ତିଆରି ହୋଇଛି ଟ୍ରଫି, ଖର୍ଚ୍ଚ ହୋଇଛି କେତେ...ଜାଣନ୍ତୁ ସବୁକିଛି

World Cup 2023 Trophy: ସେମିଫାଇନାଲରେ ହାରିଥିବା ଉଭୟ ଦଳ ପ୍ରତ୍ୟେକଙ୍କୁ ୮-୮ଲକ୍ଷ ଡଲାର ପୁରସ୍କାର ରାଶି ଭାବେ ଦିଆଯିବ । ଗ୍ରୁପ୍ ପର୍ଯ୍ୟାୟ ପରେ ହାରିଥିବା ହୋଇଥିବା ଦଳଗୁଡିକ ପ୍ରତ୍ୟେକଙ୍କୁ ଏକ-ଏକ ଲକ୍ଷ ଡଲାର ଦିଆଯିବ। ଗ୍ରୁପ୍ ପର୍ଯ୍ୟାୟରେ ମ୍ୟାଚ୍ ଜିତିଥିବା ଦଳଗୁଡିକ ୪୦ ହଜାର ଡଲାର୍ ପୁରସ୍କାର ରାଶି ମିଳିବ।   

Advertisement
World Cup 2023 Trophy: ସୁନା ନା ଚାନ୍ଦି କେଉଁଥିରେ ତିଆରି ହୋଇଛି ଟ୍ରଫି, ଖର୍ଚ୍ଚ ହୋଇଛି କେତେ...ଜାଣନ୍ତୁ ସବୁକିଛି
Stop
Rasmita Sahoo|Updated: Nov 18, 2023, 07:39 PM IST

Cricket World Cup 2023:  ଆଇସିସି ବିଶ୍ୱକପ ୨୦୨୩ ର ଫାଇନାଲ ରବିବାର ଦିନ ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ରହିବେ । ଏଥି ସହିତ, ୧୦୦ ରୁ ଅଧିକ VVIP ମଧ୍ୟ ଏହି ଐତିହାସିକ ଦିନର ସାକ୍ଷୀ ରହିବେ । ଏହି ମ୍ୟାଚ୍ କୁ ନେଇ ସାରା ବିଶ୍ୱ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ଠୁ ଆରମ୍ଭ କରି ସବୁ ଆଡେ ଏବେ ବିଶ୍ୱକପ୍ ୨୦୨୩ ର କ୍ରେଜ ଦେଖିବାକୁ ମିଳିଛି। ତେବେ ବିଶ୍ୱକପ୍ ବିଜେତାଙ୍କୁ ଟ୍ରଫି ସହ ମିଳିବ ମୋଟା ଅଙ୍କର ଟଙ୍କା । ସେପଟେ ଆଇସିସି ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ଏଥିପାଇଁ ମୋଟ ୪ ମିଲିୟନ୍ ଡଲାରର ପୁରସ୍କାର ରଖାଯାଇଛି । ଯଦି ଆମେ ଏହାକୁ ଭାରତୀୟ ମୁଦ୍ରାରେ ଦେଖିବା ତେବେ ଏହା ପ୍ରାୟ ୮୪ କୋଟି ଟଙ୍କା ହେବ। ବିଶ୍ୱକପ୍‌ର ବିଜେତା ଦଳ ୪ ମିଲିୟନ ଡଲାର ପାଇବ।

ଆଇସିସି ଫାଇନାଲର (ICC Final Match) ବିଜେତା ଦଳ ସହିତ ହାରିଥିବା ଦଳ ମଧ୍ୟ କୋଟି କୋଟି ଟଙ୍କାର ପୁରସ୍କାର ରାଶି ପାଇବ। ବିଜେତା ଦଳ ୪ ମିଲିୟନ ଡଲାର ପାଇବ | ଯଦି ଆମେ ଏହାକୁ ଭାରତୀୟ ମୁଦ୍ରା ଦୃଷ୍ଟିରେ ଦେଖିବା ତେବେ ଏହା ପ୍ରାୟ ୩୩ କୋଟି ଟଙ୍କା ହେବ। ଫାଇନାଲରେ ହାରିଥିବା ଦଳକୁ ୨ ମିଲିୟନ ଡଲାର ମିଳିବ । ସେହିପରି ସେମିଫାଇନାଲରେ ହାରିଥିବା ଉଭୟ ଦଳ ପ୍ରତ୍ୟେକଙ୍କୁ ୮-୮ଲକ୍ଷ ଡଲାର ପୁରସ୍କାର ରାଶି ଭାବେ ଦିଆଯିବ । ଗ୍ରୁପ୍ ପର୍ଯ୍ୟାୟ ପରେ ହାରିଥିବା ହୋଇଥିବା ଦଳଗୁଡିକ ପ୍ରତ୍ୟେକଙ୍କୁ ଏକ-ଏକ ଲକ୍ଷ ଡଲାର ଦିଆଯିବ। ଗ୍ରୁପ୍ ପର୍ଯ୍ୟାୟରେ ମ୍ୟାଚ୍ ଜିତିଥିବା ଦଳଗୁଡିକ ୪୦ ହଜାର ଡଲାର୍ ପୁରସ୍କାର ରାଶି ମିଳିବ। ହେଲେ କେବେ ଭାବିଛନ୍ତି ବିଶ୍ୱକପ୍ ରେ ମିଳିବାକୁ ଯାଉଥିବା ଟ୍ରଫି ଟି ସୁନା ର ନା ଚାନ୍ଦିର । 

କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ରୌପ୍ୟ ଏବଂ ସ୍ୱର୍ଣ୍ଣରେ ନିର୍ମିତ। ଟ୍ରଫିରେ (World Cup Trophy) ଦେଖାଯାଇଥିବା ସୁନା ରଙ୍ଗର ବଲ ସୁନାରେ ଏବଂ ତିନୋଟି ସ୍ତମ୍ଭ ରୂପାରେ ତିଆରି ହୋଇଛି।  ଆଇସିସି କ୍ରିକେଟ୍ ବିଶ୍ୱକପ୍ ଟ୍ରଫି କେବଳ କ୍ରିକେଟ୍ ଉତ୍କର୍ଷର ପ୍ରତୀକ ନୁହେଁ ବରଂ ଏପର୍ଯ୍ୟନ୍ତ ପୁରସ୍କୃତ ହୋଇଥିବା ଦାମୀ କ୍ରୀଡା ଟ୍ରଫି ତାଲିକାରେ ମଧ୍ୟ ସ୍ଥାନ ପାଇଛି। ବିଶ୍ୱକପ ଟ୍ରଫିର ଆନୁମାନିକ ମୂଲ୍ୟ ହେଉଛି ୩୦ ହଜାର ଡଲାର । ବର୍ତ୍ତମାନର ଆଇସିସି ଟ୍ରଫି ଦୁନିଆର ଶ୍ରେଷ୍ଠ ୧୦ ଦାମୀ କ୍ରୀଡା ଟ୍ରଫି ମଧ୍ୟରୁରେ ସ୍ଥାନ ଦିଆଯାଇଛି। ଏହାର ମୂଲ୍ୟ ପ୍ରାୟ ୨୪,୭୬,୬୫୦ ଟଙ୍କା । ଏହା ଯେକୌଣସି କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ମୂଲ୍ୟବାନ ବିନିଯୋଗ କରିଥାଏ । ବିଶେଷକରି ଯେଉଁମାନେ ୧୯୯୯ ବିଶ୍ୱକପ୍ ଏବଂ ODI ବିଶ୍ୱକପ୍ ଟ୍ରଫି ପାଇଁ ଆଗ୍ରହୀ । 

୧୯୯୯ ପରଠାରୁ ଆଇସିସିରେ ବିଶ୍ୱକପ୍ ଟ୍ରଫିର ବର୍ତ୍ତମାନର ସଂସ୍କରଣ ରହିଛି। ଏହାର ପରିମାପ ବିଷୟରେ କହିବାକୁ ଗଲେ ଟ୍ରଫିର ଉଚ୍ଚତା ୬୦ ସେମି  ଯେତେବେଳେ ଓଜନ ବିଷୟରେ ଆମେ କହିବା ତେବେ ଏହାର ଆନୁମାନିକ ଓଜନ ୧୧.୦୫୬୭ କିଲୋଗ୍ରାମ ଅଟେ । ବିଶ୍ୱକପ୍  ୨୦୨୩ ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ରେ ଆରମ୍ଭ ହୋଇଥିଲା । ବହୁ ବର୍ଷ ପରେ ଭାରତ କ୍ରିକେଟ୍ ବିଶ୍ୱକପ୍ (World Cup 2023)  ଆୟୋଜନ କରିବାର ସୁଯୋଗ ପାଇଛି, ଯାହାର ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ହୋଇଥିବା ବେଳେ ଶେଷ ମ୍ୟାଚ୍ ବି ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। 

Also Read: Team India: ଭାରତୀୟ କ୍ରିକେଟ ଟିମ୍ ର ଗେରୁଆ ଜର୍ସିକୁ ନେଇ ଆକ୍ଷେପ କଲେ ମମତା ଦିଦି, କହିଲେ

{}{}