Hindi News >>Home >>ବିଶ୍ୱକପ୍ 2023

World Cup 2023 Prize Money: ୱାର୍ଲଡ କପ୍ ଫାଇନାଲ ମ୍ୟାଚ୍ ପରେ କେଉଁ ଦଳ ପାଇବେ କେତେ ଟଙ୍କା ?

World Cup 2023 Prize Money: ଆଇସିସି ଫାଇନାଲର ବିଜେତା ଦଳ ସହିତ ହାରିଥିବା ଦଳ ମଧ୍ୟ କୋଟି କୋଟି ଟଙ୍କାର ପୁରସ୍କାର ରାଶି ପାଇବ। ବିଜେତା ଦଳ ୪ ମିଲିୟନ ଡଲାର ପାଇବ। ଯଦି ଆମେ ଏହାକୁ ଭାରତୀୟ ମୁଦ୍ରା ଦୃଷ୍ଟିରେ ଦେଖିବା ତେବେ ଏହା ପ୍ରାୟ ୩୩ କୋଟି ଟଙ୍କା ହେବ। ଫାଇନାଲରେ ହାରିଥିବା ଦଳକୁ ୨ ମିଲିୟନ ଡଲାର ମିଳିବ ।   

Advertisement
World Cup 2023 Prize Money: ୱାର୍ଲଡ କପ୍ ଫାଇନାଲ ମ୍ୟାଚ୍ ପରେ କେଉଁ ଦଳ ପାଇବେ କେତେ ଟଙ୍କା ?
Stop
Rasmita Sahoo|Updated: Nov 15, 2023, 07:41 PM IST

World Cup 2023 Prize Money: ବିଶ୍ୱକପ୍  ୨୦୨୩ ଶେଷ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେଉଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଆଇସିସି ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ଏଥିପାଇଁ ମୋଟ ୪ ମିଲିୟନ୍ ଡଲାରର ପୁରସ୍କାର ରଖାଯାଇଛି । ଯଦି ଆମେ ଏହାକୁ ଭାରତୀୟ ମୁଦ୍ରାରେ ଦେଖିବା ତେବେ ଏହା ପ୍ରାୟ ୮୪ କୋଟି ଟଙ୍କା ହେବ। ବିଶ୍ୱକପ୍‌ର ବିଜେତା ଦଳ ୪ ମିଲିୟନ ଡଲାର ପାଇବ।

ଆଇସିସି ଫାଇନାଲର ବିଜେତା ଦଳ ସହିତ ହାରିଥିବା ଦଳ ମଧ୍ୟ କୋଟି କୋଟି ଟଙ୍କାର ପୁରସ୍କାର ରାଶି ପାଇବ। ବିଜେତା ଦଳ ୪ ମିଲିୟନ ଡଲାର ପାଇବ | ଯଦି ଆମେ ଏହାକୁ ଭାରତୀୟ ମୁଦ୍ରା ଦୃଷ୍ଟିରେ ଦେଖିବା ତେବେ ଏହା ପ୍ରାୟ ୩୩ କୋଟି ଟଙ୍କା ହେବ। ଫାଇନାଲରେ ହାରିଥିବା ଦଳକୁ ୨ ମିଲିୟନ ଡଲାର ମିଳିବ । ସେହିପରି ସେମିଫାଇନାଲରେ ହାରିଥିବା ଉଭୟ ଦଳ ପ୍ରତ୍ୟେକଙ୍କୁ ୮-୮ଲକ୍ଷ ଡଲାର ପୁରସ୍କାର ରାଶି ଭାବେ ଦିଆଯିବ । ଗ୍ରୁପ୍ ପର୍ଯ୍ୟାୟ ପରେ ହାରିଥିବା ହୋଇଥିବା ଦଳଗୁଡିକ ପ୍ରତ୍ୟେକଙ୍କୁ ଏକ-ଏକ ଲକ୍ଷ ଡଲାର ଦିଆଯିବ। ଗ୍ରୁପ୍ ପର୍ଯ୍ୟାୟରେ ମ୍ୟାଚ୍ ଜିତିଥିବା ଦଳଗୁଡିକ ୪୦ ହଜାର ଡଲାର୍ ପୁରସ୍କାର ରାଶି ମିଳିବ। 

ସେପଟେ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ସହ ମୁହାଁମୁହିଁ ହୋଇଛି ନ୍ୟୁଜିଲାଣ୍ଡ ଟିମ୍ । ନ୍ୟୁଜିଲାଣ୍ଡ କୁ ଭାରତ ୩୯୮ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି। ସେହିପରି ଖବର ଲେଖାହେବା ସୁଦ୍ଧା ନ୍ୟୁଜିଲାଣ୍ଡ ୧୩ ଓଭରରେ ୭୨ ରନ୍ କରି ୨ ଟି ୱିକେଟ ହରାଇଛି। ଅନ୍ୟପଟେ ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ଆଜି ଖୁବ ଭଲ ଫର୍ମରେ ରହିଥିଲା। ଟିମ୍ ଇଣ୍ଡିଆର ଷ୍ଚାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବିଶ୍ୱକପ-୨୦୨୩ ର ସେମିଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କୋହଲି ତାଙ୍କ ODI କ୍ୟାରିୟରର ୫୦ ତମ ଶତକ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆର ଏହି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡକୁ ଭାଙ୍ଗିଛନ୍ତି । 

ବିଶ୍ୱକପ ୨୦୨୩ରେ ବିରାଟଙ୍କ ଏହା ତୃତୀୟ ଶତକ । ୨୦୦୩ ବିଶ୍ୱକପରେ ସଚିନ ତେନ୍ଦୁଲକର ୬୭୩ ରନ୍ ସଂଗ୍ରହ କରିଥିଲେ । କୋହଲି ଏହି ସଂଖ୍ୟା ମଧ୍ୟ ଅତିକ୍ରମ କରିଛନ୍ତି । ୫୦ତମ ଶତକ ପୂରା କରିବାକୁ କୋହଲି ୨୭୯ଟି ଇନିଂସ ଖେଳିଥିଲେ । ତାଙ୍କ ନାମରେ ମଧ୍ୟ ୭୧ ଅର୍ଦ୍ଧ ଶତକ ରେକର୍ଡ ରହିଛି । କୋହଲି ୨୯୧ଟି ODI ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୧୩୮୦୦ ରୁ ଅଧିକ ରନ୍ କରିଛନ୍ତି । ତାଙ୍କର ରନ୍ ହାରାହାରି ପ୍ରାୟ ୫୯ ରହିଛି । ଏହି ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ନିଜର ୪୯ ତମ ଶତକ ହାସଲ କରିଥିଲେ । ସେହିପରି ବ୍ୟାଟସ ମ୍ୟାନ୍ ଶ୍ରେୟସ ଆୟାର ସେଞ୍ଚୁରୀ ମାରିଥିବା ବେଳେ ଗିଲ୍ ୮୦ ରନ୍ କ୍ରସ କରିଛନ୍ତି। 

Also Read: ଖୁଲମଖୁଲା ପ୍ରେମକୁ ସ୍ୱୀକାର କଲେ କି ସାରା ତେନ୍ଦୁଲକର! ସେୟାର କଲେ ଏହି ସୁନ୍ଦର ଫଟୋ

{}{}