Hindi News >>Home >>Odisha Sports

IND vs AUS: ପ୍ରଧାନମନ୍ତ୍ରୀ ଦେଖିବେ ଫାଇନାଲ ମ୍ୟାଚ, ତାଲିକାରେ ରହିଛନ୍ତି ଏହିସବୁ ଭିଆଇପି ନେତା

ଏକ ସୂତ୍ରରୁ ଜଣାପଡ଼ିଛି ଯେ ଅହମ୍ମଦାବାଦରେ ଗୋଟିଏ ଦିନ ପାଇଁ ହୋଟେଲ ଭଡ଼ା ୭୫୦୦ ଟଙ୍କା ରହିଥିବା ବେଳେ ଫାଇନାଲ ମ୍ୟାଚ ପାଇଁ ଏହି ଭଡ଼ ୨୯ ଗୁଣା ବଢିଛି। କୁହାଯାଉଛି କି ପଞ୍ଚ ତାରକା ହୋଟେଲ ଗୁଡ଼ିକର ସାଧାରଣ ଦିନରେ ଭଡ଼ା ୬୫୦୦ ରୁ ଆରମ୍ଭ ହୋଇ ୧୨୫୦୦ ଟଙ୍କା ରହିଥାଏ, ସେଗୁଡ଼ିକର ଭଡ଼ା ବଢି ୨୫୦୦୦ ରୁ ଆରମ୍ଭ ହୋଇ ୨ ଲକ୍ଷ ପର୍ଯ୍ୟନ୍ତ ଛୁଇଛି। 

Advertisement
IND vs AUS: ପ୍ରଧାନମନ୍ତ୍ରୀ ଦେଖିବେ ଫାଇନାଲ ମ୍ୟାଚ, ତାଲିକାରେ ରହିଛନ୍ତି ଏହିସବୁ ଭିଆଇପି ନେତା
Stop
Zee Odisha Desk|Updated: Nov 18, 2023, 02:14 PM IST

IND vs AUS final match: ନୂଆଦିଲ୍ଲୀ: ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ କ୍ରିକେଟ୍ ଫାଇନାଲ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହିତ ଅଷ୍ଟ୍ରେଲିୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ, ଡେପୁଟି ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ମଧ୍ୟ ଫାଇନାଲ ମ୍ୟାଚ ଦେଖିବେ। ଏଥିପାଇଁ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚର ସୁରକ୍ଷା ତଥା ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଶୁକ୍ରବାର ଦିନ ଗାନ୍ଧିନଗରରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ପଟେଲ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଭାରତ, ଅଷ୍ଟ୍ରେଲିଆ ଏବଂ ବିଶ୍ୱର କ୍ରିକେଟ୍ ପ୍ରଶଂସକମାନେ ରବିବାର ଦିନ ଆଇସିସି ବିଶ୍ୱକପ ୨୦୨୩ର ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି।

ପାର୍ବଣ ଋତୁରେ ଏବଂ ବିଶ୍ୱକପ ଫାଇନାଲ ମ୍ୟାଚ୍ ଯୋଗୁଁ ଅହମ୍ମଦାବାଦ ସହରରେ ଅଦୃଶ୍ୟ ଜନସମାଗମ ହେତୁ ସହର ପାଇଁ ଉଭୟ ବିମାନ ଏବଂ ହୋଟେଲ ଭଡା ଆକାଶଛୁଆଁ ହୋଇପଡିଛି। ଦିଲ୍ଲୀ ଏବଂ ମୁମ୍ବାଇରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ପାଇଁ ବିମାନ ଟିକେଟ୍ ସାଧାରଣତ ୮ ରୁ ୧୦ ହଜାର ମଧ୍ୟରେ ମିଳୁଛି। ଅନଲାଇନ୍ ଟ୍ରାଭେଲ୍ ପୋର୍ଟାଲ୍ ଅନୁଯାୟୀ, ନଭେମ୍ବର ୧୮ ରୁ ୨୦ ପର୍ଯ୍ୟନ୍ତ ଏହି ବିମାନଗୁଡ଼ିକ ଯଥାକ୍ରମେ ୩୦୦ ପ୍ରତିଶତ ବୃଦ୍ଧି ହୋଇ ୩୧ ରୁ ୪୩ ହଜାର ଛୁଇଁଛି। ସାଧାରଣ ଦିନ ତୁଳନାରେ ଅନ୍ୟ ସହରରୁ ବିମାନ ମଧ୍ୟ ଅତି କମରେ ୧୫୦-୨୦୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ପ୍ରଥମ ଇନିଂସର ଡ୍ରିଙ୍କସ ବିରତୀ ସମୟରେ ଆଦିତ୍ୟ ଗାନ୍ଧୱି ନିଜର ପରଫର୍ମ କରିବେ। ପ୍ରଥମ ଇନିଂସ ପରେ ସଂଗୀତ ନିର୍ଦ୍ଦେଶକ ପ୍ରୀତମ ଚକ୍ରବର୍ତ୍ତି, ଜୋନିତା ଗାନ୍ଧୀ, ନକାଶ ଆଜୀଜ, ଅମିତ ମିଶ୍ରା, ଆକାଶ ସିଂହ ଓ ତୁଷାର ଜୋଶୀ ପ୍ରଦର୍ଶନ କରିବେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଉପସ୍ଥିତ ରହି ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବା ନେଇ ସମ୍ଭାବନା ରହିଛି। ଏହା ବ୍ୟତୀତ ଦିଗ୍ଗଜ ଖେଳାଳି, ବିଶିଷ୍ଟ ବ୍ୟବସାୟୀ, ବଲିଉଡ଼ର ଜଣାଶୁଣା ତାରକା, ଗୀତିକାର, ସଂଗୀତଜ୍ଞମାନେ ଆସିବାର କାର୍ଯ୍ୟକ୍ରମ ରହିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ ଫାଇନାଲ ମ୍ୟାଚ ଦେଖିବାକୁ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଏହି ମ୍ୟାଚ ପାଇଁ ଅହମ୍ମଦାବାଦରେ ଗୋଟିଏ ଦିନ ପାଇଁ ହୋଟେଲ ଭଡ଼ା ଆକାଶ ଛୁଆଁ ହୋଇଛି। ଏକ ସୂତ୍ରରୁ ଜଣାପଡ଼ିଛି ଯେ ଅହମ୍ମଦାବାଦରେ ଗୋଟିଏ ଦିନ ପାଇଁ ହୋଟେଲ ଭଡ଼ା ୭୫୦୦ ଟଙ୍କା ରହିଥିବା ବେଳେ ଫାଇନାଲ ମ୍ୟାଚ ପାଇଁ ଏହି ଭଡ଼ ୨୯ ଗୁଣା ବଢିଛି। କୁହାଯାଉଛି କି ପଞ୍ଚ ତାରକା ହୋଟେଲ ଗୁଡ଼ିକର ସାଧାରଣ ଦିନରେ ଭଡ଼ା ୬୫୦୦ ରୁ ଆରମ୍ଭ ହୋଇ ୧୨୫୦୦ ଟଙ୍କା ରହିଥାଏ, ସେଗୁଡ଼ିକର ଭଡ଼ା ବଢି ୨୫୦୦୦ ରୁ ଆରମ୍ଭ ହୋଇ ୨ ଲକ୍ଷ ପର୍ଯ୍ୟନ୍ତ ଛୁଇଛି। 

 

Read More
{}{}