Hindi News >>Home >>Odisha Sports

World Cup 2023: ବିଶ୍ୱକପ୍ ମୁକାବିଲାରୁ ବାଦ ପଡ଼ିଲା ପୂର୍ବତନ ବିଜେତା, ଏହି ଦଳଙ୍କୁ ମିଳିଲା ସୁଯୋଗ

World Cup 2023 India: ୨୦୨୩ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ପରାସ୍ତ ହୋଇଛି ୱେଷ୍ଟଇଣ୍ଡିଜ। ଏହି ପରାଜୟ ପରେ ଶ୍ରୀଲଙ୍କା, ଜିମ୍ବାୱେ, ସ୍କଟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ବିଶ୍ୱକପ୍ ଖେଳିବା ଲାଗି ବଡ଼ ଦାବିଦାର ଭାବେ ଉଭା ହୋଇଛନ୍ତି।

Advertisement
World Cup 2023: ବିଶ୍ୱକପ୍ ମୁକାବିଲାରୁ ବାଦ ପଡ଼ିଲା ପୂର୍ବତନ ବିଜେତା, ଏହି ଦଳଙ୍କୁ ମିଳିଲା ସୁଯୋଗ
Stop
Zee Odisha Desk|Updated: Jul 02, 2023, 08:25 PM IST

ODI World Cup 2023 Qualifiers: ଚଳିତ ବର୍ଷ ଅକ୍ଟୋବର ୫ ତାରିଖରୁ ଆୟୋଜିତ ହେଉଛି ୧୩ତମ କ୍ରିକେଟ ବିଶ୍ୱକପ୍। ଏଥରର କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ବ୍ୟତିକ୍ରମ। ଯାହା ପୂର୍ବରୁ କେବେ କ୍ରିକେଟ ଇତିହାସରେ ଦେଖା ଯାଇନଥିଲା। ୨୦୨୩ ବିଶ୍ୱକପ୍ ମୁକାବିଲାରୁ ବାଦ ପଡ଼ିଛି ଦୁଇ ଦୁଇ ଥରର ବିଶ୍ୱ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍। ଚଳିତ ଥରର କ୍ରିକେଟ ବିଶ୍ୱକପ୍ ପାଇଁ ଖେଳିବା ପାଇଁ ଜିମ୍ବାୱେ ଠାରେ ଅନୁଷ୍ଠିତ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ମାଧ୍ୟମରେ ଚାରୋଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ଥର ପାଇଁ ପୂର୍ବତନ ବିଜେତା ୱେଷ୍ଟଇଣ୍ଡିଜ୍  ବିନା ଏକଦିବସୀୟ ବିଶ୍ୱକପ୍ ଖେଳାଯିବ। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ଦଳ ଟି-୨୦ ବିଶ୍ୱକପ ୨୦୨୨ ଯୋଗ୍ୟତା ଅର୍ଜନ କରିପାରି ନଥିଲା।

୨୦୨୩ ବିଶ୍ୱକପ୍ ଖେଳିବା ପାଇଁ ଏହି ଦଳ ହେଉଛନ୍ତି ବଡ଼ ଦାବିଦାର 
ଆସନ୍ତା ଅକ୍ଟୋବର ୫ ତାରିଖରୁ ଭାରତରେ ଆୟୋଜିତ ହେଉଥିବା ସମ୍ମାନଜନକ ୫୦ ଓଭର ଟୁର୍ନାମେଣ୍ଟ (World Cup 2023 India) ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଶ୍ରୀଲଙ୍କା (Sri Lanka Cricket Team), ଜିମ୍ବାୱେ (Zimbabwe Cricekt Team), ସ୍କଟଲ୍ୟାଣ୍ଡ (Scotland Cricket Team), ନେଦରଲ୍ୟାଣ୍ଡ (Netherland Cricket Team) ଦୁଇଟି ଦଳ ମଧ୍ୟରେ ଅଛନ୍ତି। ମୋଟ ୪ ସୁପର ସିକ୍ସ ମ୍ୟାଚ (World Cup 2023 Super Six Match) ଖେଳି ଶ୍ରୀଲଙ୍କା ୮ ପଏଣ୍ଟ ପାଇଛି। ଜୁଲାଇ ୨ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ (ODI World Cup 2023 Qualifiers Matches) ଶ୍ରୀଲଙ୍କା ଟିମ୍ ଜିମ୍ବାୱେ ଦଳକୁ ପରାସ୍ତ କଲେ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଜିମ୍ବାୱେ ବିପକ୍ଷ ମ୍ୟାଚ ଜିତିବା ସତ୍ତ୍ୱେ ଶ୍ରୀଲଙ୍କା ଦଳ ଜୁଲାଇ ୭ ତାରିଖରେ ଶେଷ ସୁପର ସିକ୍ସ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ଜିମ୍ବାୱେ ଦଳକୁ ପରାସ୍ତ କରିବା ପରେ ଶ୍ରୀଲଙ୍କା ଟିମ ବିଶ୍ୱକପ୍ ଖେଳିବା ପାଇଁ ଏହାର ରାସ୍ତା ପରିଷ୍କାର କରିଦେଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ସୁପର ସିକ୍ସ ମ୍ୟାଚ ଶ୍ରୀଲଙ୍କା ପାଇଁ ସେତେ ଗୁରୁତ୍ୱ ବହନ କରୁନାହିଁ। 

ବିଶ୍ୱକପ୍ ଖେଳିପାରେ ଜିମ୍ବାୱେ 
ଜିମ୍ବାୱେ ମଧ୍ୟ ୩ ମ୍ୟାଚ ଖେଳି ଶ୍ରୀଲଙ୍କା ଭଳି ସମସ୍ତ ମ୍ୟାଚ୍ ଜିତିଛି। ଶ୍ରୀଲଙ୍କା ବିପକ୍ଷରେ ବିଜୟ ସତ୍ତ୍ୱେ ଜିମ୍ବାୱେ ବିଶ୍ୱକପ୍ ମୁକାବିଲାରେ ସ୍ଥାନ ପାଇବା ଲାଗି ରାସ୍ତା ସହଜ ହେବ ନାହିଁ। ଦଳର ଶେଷ ମୁକାବିଲାରେ ସ୍କଟଲାଣ୍ଡ ବିପକ୍ଷରେ ପରାଜୟ ଜିମ୍ବାୱେ ଦଳକୁ ଟୁର୍ନାମେଣ୍ଟରୁ ବାଦ୍ ଦେଇପାରେ।

ବିଶ୍ୱକପ୍ ଦୌଡରେ ସାମିଲ ହୋଇଛି ସ୍କଟଲ୍ୟାଣ୍ଡ
ତିନୋଟି ମ୍ୟାଚ ଖେଳି ସ୍କଟଲ୍ୟାଣ୍ଡ ୪ପଏଣ୍ଟ ପାଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ବିଜୟ ଦଳର ଯୋଗ୍ୟତା ଆଶା ବଢାଇ ଦେଇଛି। ଯଦି ଦଳ ଏହାର ଅବଶିଷ୍ଟ ଉଭୟ ମ୍ୟାଚ୍ ଜିତିବ ଏବଂ ଶ୍ରୀଲଙ୍କା ଟିମ୍ ଦଳ ଜିମ୍ବାୱେ ଦଳକୁ ପରାସ୍ତ କରେ, ତେବେ ସ୍କଟଲ୍ୟାଣ୍ଡ ଦଳ ଯୋଗ୍ୟତା ଅର୍ଜନ କରିବ। ମାତ୍ର ଶ୍ରୀଲଙ୍କା ଟିମ ଜିମ୍ବାୱେ ଦଳକୁ ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପରାସ୍ତ କରିଛି। କୁହାଯାଏ ଯଦି ଜିମ୍ବାୱେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଜିତେ ତାହେଲେ ଶ୍ରୀଲଙ୍କା, ସ୍କଟଲ୍ୟାଣ୍ଡ ଏବଂ ଜିମ୍ବାୱେ ପ୍ରତ୍ୟେକ ଦଳ ୮ ପଏଣ୍ଟ ପାଇବେ। ମାତ୍ର ସ୍ଥିତି ଏବେ ଏହି ସ୍ଥିତି ବଦଳି ଯାଇଛି। ଏହି ମ୍ୟାଚ ପୂର୍ବରୁ କୁହାଯାଉଥିଲା ଯେ ଏ କ୍ଷେତ୍ରରେ ନେଟ୍ ରନ୍ ହାର ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବ। ସ୍କଟଲ୍ୟାଣ୍ଡ ନେଟ୍ ରନ୍ ହାର ସେପରି ୦.୧୮୮ ରହିଛି। ମଙ୍ଗଳବାର ଅନୁଷ୍ଠିତ ହେଉଥିବୂ ଜିମ୍ବାୱେ ବିପକ୍ଷ ମ୍ୟାଚ ପରେ ବିଶ୍ୱକପ୍ ଖେଳିବା ପାଇଁ ସ୍କଟଲ୍ୟାଣ୍ଡ ସ୍ଥିତି ସ୍ପଷ୍ଟ ହୋଇଯିବ। 

ନେଟ ରନ୍ ତାଲିକାରେ ସର୍ବନିମ୍ନରେ ରହିଛି ନେଦରଲ୍ୟାଣ୍ଡ
ନେଦରଲ୍ୟାଣ୍ଡ ତିନୋଟି ମ୍ୟାଚ ଖେଳି ୨ ପଏଣ୍ଟ ପାଇଛି। ବିଶ୍ୱକପ୍‌ ଖେଳିବା ପାଇଁ ଓମାନ ଏବଂ ସ୍କଟଲ୍ୟାଣ୍ଡ ବିପକ୍ଷ ଅବଶିଷ୍ଟ ଦୁଇଟି ମ୍ୟାଚ୍‌ କୌଣସି ପରିସ୍ଥିତିରେ ଜିତିବାକୁ ହେବ। ନେଦରଲ୍ୟାଣ୍ଡ ଟିମ୍ ପାଇଁ  ଶ୍ରୀଲଙ୍କା ଦଳର ବିଜୟ ଯୋଗ୍ୟତା ଅର୍ଜନ କରିବାର ଆଶା ବଢାଇ ଦେଇଛି। ଦ୍ୱିତୀୟ ସ୍ଥାନ ମ୍ୟାଚ୍ ଜିମ୍ବାୱେ-ସ୍କଟଲ୍ୟାଣ୍ଡ ମଧ୍ୟରେ ହେବ। ଏହି ୪ ଟିମ୍ ମଧ୍ୟରେ ନେଦରଲ୍ୟାଣ୍ଡ ଦଳର ସର୍ବନିମ୍ନ ନେଟ୍ ରନ୍ -୦.୫୬୦ ରହିଛି। 

 

 

Read More
{}{}