Hindi News >>Home >>Odisha Sports

IND vs BAN: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ, ଜାଣନ୍ତୁ କଣ କହୁଛି ହେଡ଼ ଟୁ ହେଡ଼ ରେକର୍ଡ

ନୂଆଦିଲ୍ଲୀ: ODI ବିଶ୍ୱକପ 2023 ରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପୁଣେରେ ଅପରାହ୍ନ ୨ଟାରେ ଖେଳାଯିବ। ଏହି ମ୍ୟାଚ୍ ଜିତିବା ସହିତ ଗୋଟିଏ ପଟେ ଭାରତୀୟ ଦଳ ବିଶ୍ୱକପରେ ତାର ବିଜୟ ଧାରାକୁ ବଜାୟ ରଖିବାକୁ ଚାହିଁବ। ଅନ୍ୟପଟେ ବାଂଲାଦେଶ ଏକ ବଡ ଅସନ୍ତୋଷ ସୃଷ୍ଟି କରିବାକୁ ଚାହିଁବ। ଗୋଟିଏ ପଟେ

Advertisement
IND vs BAN: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ, ଜାଣନ୍ତୁ କଣ କହୁଛି ହେଡ଼ ଟୁ ହେଡ଼ ରେକର୍ଡ
Stop
Zee Odisha Desk|Updated: Oct 19, 2023, 11:37 AM IST

IND vs BAN: ନୂଆଦିଲ୍ଲୀ: ODI ବିଶ୍ୱକପ 2023 ରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପୁଣେରେ ଅପରାହ୍ନ ୨ଟାରେ ଖେଳାଯିବ। ଏହି ମ୍ୟାଚ୍ ଜିତିବା ସହିତ ଗୋଟିଏ ପଟେ ଭାରତୀୟ ଦଳ ବିଶ୍ୱକପରେ ତାର ବିଜୟ ଧାରାକୁ ବଜାୟ ରଖିବାକୁ ଚାହିଁବ। ଅନ୍ୟପଟେ ବାଂଲାଦେଶ ଏକ ବଡ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚାହିଁବ। ଗୋଟିଏ ପଟେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ରେ ଏହାର ପ୍ରଥମ ତିନୋଟି ମ୍ୟାଚ୍ ଜିତିଥିବା ବେଳେ ଅନ୍ୟ ପଟେ ବାଂଲାଦେଶ ତିନୋଟି ମଧ୍ୟରୁ ଦୁଇଟିରେ ପରାଜୟର ସମ୍ମୁଖୀନ ହୋଇଛି। ତେବେ ବାଂଲାଦେଶକୁ ଆଦୌ ହାଲୁକା ଭାବେ ନେବାକୁ ରୋହିତ ଶର୍ମା ପସନ୍ଦ କରିବେ ନାହିଁ। କାରଣ, ବିଶ୍ୱକପ୍ ୨୦୨୩ ଏପର୍ଯ୍ୟନ୍ତ ଦୁଇଟି ବଡ଼ ବିପର୍ଯ୍ୟୟ ଦେଖିଛି, ଯେଉଁଥିରୁ ସମସ୍ତ ବଡ ଦଳ ଶିକ୍ଷା ଲାଭ କରିଛନ୍ତି।

ଏଭଳି ରହିଛି ଦିନିକିଆରେ ଉଭୟଙ୍କ ହେଡ଼ ଟୁ ହେଡ଼ ରେକର୍ଡ
ଦିନିକିଆରେ ଉଭୟ ଦଳ ୪୦ ଥର ମୁହାମୁହିଁ ହୋଇ ସାରିଛନ୍ତି। ଏହି ମ୍ୟାଚରୁ ଭାରତ ସପକ୍ଷରେ ସର୍ବାଧିକ ବିଜୟ ରେକର୍ଡ ରହିଛି। ଭାରତ ମୋଟ ୩୧ ଥର ବିଜୟ ହାସଲ କରିଥିବା ବେଳେ ୮ ଥର ବାଂଲାଦେଶ ବିଜୟ ହାସଲ କରିଛି। ଗୋଟିଏ ମ୍ୟାଚ ଡ୍ରରେ ଶେଷ ହୋଇଛି। ଏହି ଜବରଦସ୍ତ ରେକର୍ଡ ସହିତ ବାଂଲାଦେଶକୁ ହାଲୁକା ଭାବେ ନେବା ନାହିଁ ଭାରତ। ସେହିପରି ବାଂଲାଦେଶ ବିପକ୍ଷରେ ସର୍ବାଧିକ ରେକର୍ଡର ଅଧିକାରୀ ହୋଇଥିଲେ ମଧ୍ୟ ଶେଷ ୪ଟି ମ୍ୟାଚର ଫଳାଫଳକୁ ଦେଖିଲେ ଭାରତ ନିରାଶ ହୋଇଛି। ଶେଷ ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ବାଂଲାଦେଶ ବିଜୟ ହାସଲ କରିନେଇଛି। ଏହା ମଧ୍ୟରୁ ଗତ ଏସିଆ କପରେ ଭାରତକୁ ଗୋଟିଏ ମ୍ୟାଚରେ ବାଂଲାଦେଶ ପରାସ୍ତ କରିଥିଲା। ସେହିପରି ଅନ୍ୟ ଦୁଇଟି ମ୍ୟାଚରେ ନିଜ ଘରୋଇ ଗ୍ରାଉଣ୍ଡରେ ଭାରତକୁ ବାଂଲାଦେଶ ପରାସ୍ତ କରିଥିଲା। ତେବେ ଏସିଆ କପରେ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ଭାରତ। ଏହା ସହିତ ବିଶ୍ୱକପରେ ବିଜୟ ଧାରାକୁ ବଜାୟ ରଖିବାକୁ ଚାହିଁବ ଭାରତ।

ଏଭଳି ହୋଇପାରେ ପ୍ଲେଇଂ ଏକାଦଶ
ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଜଶପ୍ରିତ ବୁମରା

ବାଂଲାଦେଶ ସମ୍ଭାବ୍ୟ ଏକାଦଶ: ଶାକିବ ଅଲ ହସନ (ଅଧିନାୟକ), ମୁଶଫିକର ରେହମାନ, ଲିଟ୍ଟନ ଦାସ, ତାଂଜିଦ ହାସନ ତମିମ, ନଜମୁଲ ହୁସୈନ ଶାନ୍ତୋ, ମେହଦୀ ହାସନ ମିରାଜ, ମହମ୍ମୁଦୁଲ୍ଲାହ ରିୟାଦ, ତୌହିଦ ହୃଦୟ, ତସ୍କିନ ଅହମ୍ମଦ, ମୁସ୍ତିଫିଜୁର ରେହମାନ, ଶୌରିଫୁଲ ଇସଲାମ 

Also Read: IND vs BAN: ବାଂଲାଦେଶର ଏହି ଅଲରାଉଣ୍ଡରଙ୍କ ଆଗରେ ଶାନ୍ତ ପଡିଯାଏ ବିରାଟ କୋହଲିଙ୍କ ବ୍ୟାଟ୍; ରେକର୍ଡ ଲଜ୍ଜାଜନକ!

Also Read: NZ vs AFG: ଆଫଗାନିସ୍ତାନକୁ ୧୪୯ ରନରେ ପରାସ୍ତ କରି ବିଶ୍ୱକପରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କଲା ନ୍ୟୁଜିଲ୍ୟାଣ୍ଡ

Also Read: World Cup 2023: ବିଶ୍ୱକପରେ ବାଂଲାଦେଶ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ଉପରେ ପୋଲିସ୍ ଆକ୍ସନ, ଜାଣନ୍ତୁ ମାମଲା

Read More
{}{}