Hindi News >>Home >>Odisha Sports

World Cup 2023: ବିଶ୍ୱକପ ଖେଳିବେ ଋଷଭ ପନ୍ତ! ୱିକେଟ୍ କିପର ବ୍ୟାଟ୍ସମ୍ୟାନକୁ ନେଇ ଆସିଲା ବଡ଼ ଅପଡେଟ୍

Rishabh Pant: ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଜିମରେ ଭାରୋତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

Advertisement
ସୌ: ସୋସିଆଲ ମିଡିଆ (Rishabh Pant Latest Video)
Stop
Jagdish Barik|Updated: Jul 21, 2023, 07:19 AM IST

World Cup 2023: Rishabh Pant,  ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀରେ (NCA) ଉପସ୍ଥିତ ଅଛନ୍ତି । ପନ୍ତ ଧୀରେ ଧୀରେ ଋକଭରି ଆଡକୁ ଗତି କରୁଛି । ଯଥାଶୀଘ୍ର ଟିମ ଇଣ୍ତିଆକୁ (Team India) ଫେରିବା ପାଇଁ ପନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ସେ ନିଜେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜିମ୍ ଭିତରେ ବ୍ୟାୟାମ କରୁଥିବା ଦେଖାଯାଉଛି । ତେବେ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସୂଚନା ପ୍ରକାଶ କରାଯାଇ ନାହିଁ ।

ସେୟାର୍ ହୋଇଥିବା ଭିଡିଓର କ୍ୟାପସନ୍ ଦେବାବେଳେ ପନ୍ତ ଲେଖିଛନ୍ତି, ଆପଣଙ୍କୁ ତାହା ମିଳିଥାଏ, ଯାହା ପାଇଁ ଆପଣ କାମ କରୁଛ, ଏହା ନୁହେଁ ଯେ ଆପଣ ଯାହା ଚାହୁଁଛନ୍ତି ।' ପନ୍ତ ସୁସ୍ଥ ହେଉଥିବାରୁ ସେ ସୋସିଆଲ ମିଡିଆରେ ନିଜର ଭିଡିଓ ସେୟାର କରୁଛନ୍ତି । ଏହି ଭିଡିଓରେ ପନ୍ତ ଜିମରେ ଭାରୋତ୍ତୋଳନ କରୁଥିବା ଦେଖାଯାଉଛି ।

ଭାରତୀୟ ଖେଳାଳିମାନେ ମାନେ ଦେଇଛନ୍ତି ରିଆକ୍ସନ
ପନ୍ତଙ୍କ ଏହି ଭିଡିଓ ଉପରେ ଅନେକ ଭାରତୀୟ ଖେଳାଳି ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ ଓ ପୂର୍ବତନ ଖେଳାଳି ସୁରେଶ ରାଇନା ମଧ୍ୟ ସାମିଲ ଅଛନ୍ତି । ଏହା ବ୍ୟତୀତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା କମଲେଶ ନାଗରକୋଟି ମଧ୍ୟ ପନ୍ତଙ୍କ ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନାଗାରକୋଟି ଲେଖିଛନ୍ତି, ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ! ଏହା ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ଜଣେ ଖେଳାଳି ଲଲିତ ଯାଦବ ମଧ୍ୟ ପନ୍ତଙ୍କ ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 
 
 
 

 
 
 
 
 
 
 
 
 
 
 

A post shared by Rishabh Pant (@rishabpant)

ଏକ ଭୟଙ୍କର ଦୁର୍ଘଟଣା ପରେ ସୁସ୍ଥ ହେଇଛନ୍ତି ପନ୍ତ 

କହିରଖୁଛୁ ଯେ ୩୦ ଡିସେମ୍ବର ୨୦୨୨ ରେ ଋଷଭ ଏକ ଭୟଙ୍କର କାର ଦୁର୍ଘଟଣାରେ ଆହତ ହୋଇଥିଲେ । ଏହା ପରେ ସେ ନିରନ୍ତର ସୁସ୍ଥ ହେଉଛନ୍ତି । ବିଶ୍ୱକପ୍‌ରେ ପନ୍ତ ଟିମ୍ ଇଣ୍ଡିଆର ଏକ ଅଂଶ ହେବ କି ନାହିଁ ସେ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପନ୍ତ ବିଶ୍ୱକପ୍ ଖେଳି ପାରିବେ ନାହିଁ ଓ ସେ କିଛି ସମୟ ପାଇଁ ଦଳ ବାହାରେ ରହିବେ । କିନ୍ତୁ କିଛି ଗଣମାଧ୍ୟମ ତାଙ୍କ ଖେଳିବାକୁ ନେଇ ରିପୋର୍ଟ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ପନ୍ତ ହେଉଛନ୍ତି ଭାରତୀୟ ଦଳର ମୁଖ୍ୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ । ସେ ଭାରତ ପାଇଁ ତିନୋଟି ଫର୍ମାଟ୍ ଖେଳନ୍ତି । ସେ ଏପର୍ଯ୍ୟନ୍ତ ୩୩ ଟି ଟେଷ୍ଟ, ୩୦ ଟି ODI ଓ ୬୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ଏହା ବି ପଢ଼ନ୍ତୁ: IND vs WI, 2nd Test: ବାପା ଚଳାଉଥିଲେ ଅଟୋ, ପୁଅ ଟିମ୍ ଇଣ୍ଡିଆ ପାଇଁ କଲେ ଡେବ୍ୟୁ, ଜାଣନ୍ତୁ କିଏ ଏହି ମୁକେଶ କୁମାର?

ଏହା ବି ପଢନ୍ତୁ: Ashes 2023: ଇତିହାସ ରଚିଲେ ଷ୍ଟୁଆର୍ଟ ବ୍ରଡ୍, ବିଶ୍ୱର ୫ଜଣ ଖେଳାଳି କରଛନ୍ତି ଏପରି କାରନାମା, ଜଣେ ଭାରତୀୟ ମଧ୍ୟ ସାମିଲ

Read More
{}{}