Hindi News >>Home >>Odisha Sports

India Women vs Pakistan Women​: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଆହତ କାରଣରୁ ହଠାତ୍ ପ୍ରଥମ ମ୍ୟାଚରୁ ବାଦ ପଡିଲେ ଏହି ଖେଳାଳି

India Women vs Pakistan Women​: ଫେବୃଆରୀ ୧୨ରେ ପାକିସ୍ତାନ ଦଳ ବିପକ୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ବଡ଼ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ଦଳର ଏକ ବଡ ମ୍ୟାଚ୍ ୱିନର ଖେଳାଳି ଏହି ମ୍ୟାଚରୁ ବାହାର ହୋଇଯାଇଛନ୍ତି ।

Advertisement
India Women vs Pakistan Women​: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଆହତ କାରଣରୁ ହଠାତ୍ ପ୍ରଥମ ମ୍ୟାଚରୁ ବାଦ ପଡିଲେ ଏହି ଖେଳାଳି
Stop
Zee Odisha Desk|Updated: Feb 11, 2023, 10:45 AM IST

Womens T20 World Cup 2023: ଆଇସିସି ମହିଳା ଟି-20 ବିଶ୍ୱକପ ୨୦୨୩ (ICC Women’s T20 World Cup 2023) ଏଥର ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଉଛି । ଫେବୃଆରୀ ୧୨ରେ ପାକିସ୍ତାନ ଦଳ ବିପକ୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ (India Women vs Pakistan Women) ଖେଳିବାକୁ ଯାଉଛି । ଏହି ବଡ଼ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ (Team India) କୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ଦଳର ଏକ ବଡ ମ୍ୟାଚ୍ ୱିନର ଖେଳାଳି ଏହି ମ୍ୟାଚରୁ ବାହାର ହୋଇଯାଇଛନ୍ତି ।

ଭାରତୀୟ ମହିଳା କ୍ରିକେଟ୍ ଦଳ (Indian Women Cricket Team) କୁ ବଡ଼ ଝଟକା ଲାଗିଛି । ଆଙ୍ଗୁଠିରେ ଆଘାତ ଲାଗିବାରୁ ଉପ-ଅଧିନାୟକ ସ୍ମୃତି ମନ୍ଧନା (Smriti Mandhana)  ମ୍ୟାଚରୁ ବାହାର ହୋଇଯାଇଛନ୍ତି । ୱାର୍ମ ଅପ୍ ବ୍ୟାଟିଂ ସମୟରେ ସ୍ମୃତି ମନ୍ଧନା ଆହତ ହୋଇଥିଲେ, କିନ୍ତୁ ଭାରତ ବନାମ ପାକିସ୍ତାନ ମ୍ୟାଚ୍ (IND vs Pak Women Match) ପାଇଁ ସେ ଠିକ୍ ହୋଇଯିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶା କରିଥିଲା । ତେବେ ଏହି ମ୍ୟାଚରେ ସ୍ମୃତି ମନ୍ଧନାଙ୍କ ଖେଳିବା କଷ୍ଟକର ବୋଲି ପିଟିଆଇ କହିଛି । 

ଆଇସିସି ସୂତ୍ର ପିଟିଆଇକୁ କହିଛି, ଅଭ୍ୟାସ ମ୍ୟାଚ୍ ସମୟରେ ସ୍ମୃତି ମନ୍ଧନା (Smriti Mandhana) ଆହତ ହୋଇଥିଲେ । ଆମେ କହି ପାରିବୁ ନାହିଁ ଯେ ସେ ବର୍ତ୍ତମାନ ବିଶ୍ୱକପରୁ ବାହାରି ହୋଇଯାଇଛନ୍ତି । କିନ୍ତୁ ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳି ପାରିବେ ନାହିଁ । ଆଇସିସି ଟି-20 ମହିଳା ବିଶ୍ୱକପ ଫେବୃଆରୀ ୧୦ରୁ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଦଳ ଗୋଟିଏ ଗ୍ରୁପରେ ଅଛନ୍ତି । ଗ୍ରୁପ୍ ବିରେ ଭାରତ-ପାକିସ୍ତାନ ବ୍ୟତୀତ ଇଂଲଣ୍ଡ, ଆୟର୍ଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ମଧ୍ୟ ଅଛନ୍ତି । ଗ୍ରୁପ୍ ଏରେ ଆୟୋଜକ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାକୁ ସ୍ଥାନ ମିଳିଛି । ଫେବୃଆରୀ ୧୨ରେ ଭାରତ ଓ ପାକିସ୍ତାନର ଦଳ ଖେଳିବେ । ଏହି ମ୍ୟାଚ୍ ନ୍ୟୁଲାଣ୍ଡସ୍, କେପ୍ ଟାଉନ୍ ଠାରେ ସନ୍ଧ୍ୟା ୬:୩୦ରୁ ଖେଳାଯିବ ।

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର; ପାଇବେ ଅଧିକ ପେନସନ, ମାର୍ଚ୍ଚ ୩ ପୂର୍ବରୁ କରନ୍ତୁ ଆବେଦନ

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଧ୍ୟରେ ବଦଳିବ ଗ୍ରାଉଣ୍ଡ! ସାମ୍ନାକୁ ଆସିଲା ବଡ଼ ଅପଡେଟ୍, ଏହା ହେଉଛି କାରଣ

ଅଧିକ ପଢ଼ନ୍ତୁ:-ଜୟା କିଶୋରୀ ଗୋଟିଏ ପ୍ରବଚନ ପାଇଁ ନିଅନ୍ତି କେତେ ଟଙ୍କା? ଫି ଓ ମୋଟ ସମ୍ପତ୍ତି ବିଷୟରେ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ମଧ୍ୟରେ ମୋଟ ୨୩ଟି ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଫେବୃଆରୀ ୨୬ରେ କେପଟାଉନର ନ୍ୟୁଲ୍ୟାଣ୍ଡରେ ଖେଳାଯିବ । ନିକଟ ଅତୀତରେ ଖେଳାଯାଇଥିବା ଅଣ୍ଡର-19 ଟି-20 ବିଶ୍ୱକପରେ ଭାରତୀୟ ଦଳ ଜିତିଛି, ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ସିନିୟର ଦଳ ଠାରୁ ସମାନ ଖେଳ ଆଶା କରୁଛନ୍ତି ।

ଭାରତୀୟ ଦଳ

ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧନା (ଉପ-ଅଧିନାୟକ), ଶେଫାଲୀ ବର୍ମା, ୟସ୍ତିକା ଭାଟିଆ, ରିଚା ଘୋଷ, ଜେମିମା ରୋଡ୍ରିଗୁସ୍, ହାର୍ଲେନ୍ ଦେଓଲ୍, ଦୀପ୍ତି ଶର୍ମା, ଦେବିକା ବୈଧ୍ୟ, ରାଧା ଯାଦବ, ରେଣୁକା ଠାକୁର, ଅଞ୍ଜଳି ସରଭନୀ, ପୂଜା ଭାଷ୍ଟ୍ରକ, ରାଜଶେଖର ଗାଇକୱାଡ ।

Read More
{}{}