Hindi News >>Home >>Odisha Sports

Women Asia Cup : UAEକୁ ହରାଇ ସେମିରେ ପ୍ରବେଶ କଲା ଭାରତ

ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପରେ ୟୁଏଇକୁ ୭୮ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଏହା ସହିତ ସେମିରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇ ପାରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ୱିକେଟ ବିନିମୟରେ ୨୦୧ ରନର ଏକ ବିଶାଳ ରନ ସ୍କୋର ଛିଡ଼ା କରିଥିଲା। ଜବାବରେ ୟୁଏଇ ଦଳ ଧାର୍ଯ୍ୟ ଓଭରରେ ୭ ୱିକେଟ ହରାଇ ୧୨୩

Advertisement
Women Asia Cup : UAEକୁ ହରାଇ ସେମିରେ ପ୍ରବେଶ କଲା ଭାରତ
Stop
Prabhudatta Moharana|Updated: Jul 21, 2024, 07:13 PM IST

Women Asia Cup: ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପରେ ୟୁଏଇକୁ ୭୮ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଏହା ସହିତ ସେମିରେ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇ ପାରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ୱିକେଟ ବିନିମୟରେ ୨୦୧ ରନର ଏକ ବିଶାଳ ରନ ସ୍କୋର ଛିଡ଼ା କରିଥିଲା। ଜବାବରେ ୟୁଏଇ ଦଳ ଧାର୍ଯ୍ୟ ଓଭରରେ ୭ ୱିକେଟ ହରାଇ ୧୨୩ ରନ କରି ପରାଜୟ ବରଣ କରିଥିଲା। ଫଳରେ ବୋଲରଙ୍କ ଶାଣିତ ବୋଲିଂ ଏବଂ ହରମନପ୍ରିତ କୌର ଓ ରିଚା ଘୋଷଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ସହଜରେ ବିଜୟ ହାସଲ କରିବା ସହିତ ସେମିଫାଇନାଲରେ ପ୍ରବେଶ କରିଥିଲେ। 

 

ସେପଟେ ୟୁଏଇ ବିପକ୍ଷରେ ଶାଣିତ ବୋଲିଂ କରି ଭାରତର ସମସ୍ତ ବୋଲର ୱିକେଟ ହାତେଇବାରେ ସକ୍ଷମ ହୋଇଥିଲେ। ଦିପ୍ତି ଶର୍ମା ସର୍ବାଧିକ ୨ଟି ୱିକେଟ ହାତେଇଥିବା ବେଳେ ରେଣୁକା ସିଂହ, ତନୁଜା କନୱର, ପୂଜା ବସ୍ତ୍ରାକର ଓ ରାଧା ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୟୁଏଇ ପାଇଁ କ୍ୟାପଟେନ ଇଶା ଓଜା ସର୍ବାଧିକ ୩୮ ରନର ପାଳି ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ପୁଣି ଥରେ ଅଲରାଉଣ୍ଡର କବିଶା ଏଗୋଜ୍ ଦଳ ପାଇଁ ଭଲ ଇନିଂସ ଖେଳିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ୍ ବ୍ୟତୀତ କୌଣସି ୟୁଏଇ ବ୍ୟାଟ୍ସମ୍ୟାନ୍ ୨୦ ରନ୍ ପାର କରିପାରିନଥିଲେ। 

ଭାରତୀୟ ମହିଳା ଦଳ ରବିବାର ଏଠାରେ ଚାଲିଥିବା ମହିଳା ଏସିଆ କପ୍ ଟି-୨୦ କ୍ରିକେଟ୍ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ପାଞ୍ଚ ୱିକେଟ୍ ପାଇଁ ୨୦୧ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ହରମାନପ୍ରୀତ କୌର (66 ରନ୍) ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଚା ଘୋଷଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଦଳ ଏକ ବଡ଼ ସ୍କୋର ଛିଡ଼ା କରିପାରିଥିଲା। ହରମନପ୍ରିତୀ ଅନ୍ତର୍ଜାତୀୟ ମ୍ୟାଚରେ ଦ୍ୱାଦଶ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଅଧିନାୟକ ଭାବେ ଏହା ତାଙ୍କର ୧୧ତମ ଅର୍ଦ୍ଧଶତକ ରହିଥିଲା। ରିଚା ଶ୍ରେଷ୍ଠ ଫିନିସର ହୋଇପାରିଥିଲେ। ୨୯ଟି ବଲରେ ୧୨ଟି ଚୌକା ଓ ଗୋଟିଏ ଛକ୍କା ମାରିଥିଲେ। ତେବେ ଏହା ରିଚାଙ୍କର ପ୍ରଥମ ଅର୍ଦ୍ଧଶତକ ରହିଥିଲା। 

Read More
{}{}