Hindi News >>Home >>Odisha Sports

Cristiano Ronaldo: କ୍ରିଷ୍ଟିଆନୋ ଓ ତାଙ୍କ ବାନ୍ଧବୀଙ୍କ ପାଇଁ କଠୋର ନିୟମ ବଦଳାଇଲା ଏହି ଦେଶ, ଜାଣନ୍ତୁ କାହିଁକି?

Cristiano Ronaldo News: ରୋନାଲ୍ଡଙ୍କ ଲୋକପ୍ରିୟତା, ତାଙ୍କ ଫର୍ମ ଏବେ ସାଉଦି ସରକାରଙ୍କୁ ନିଜର ନିୟମ ବଦଳାଇବାକୁ ବାଧ୍ୟ କରିଛି। ସାଉଦି ସରକାର ଏହି ବୁଝାମଣା କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି । ରୋନୋଲ୍ଡୋ ଓ ତାଙ୍କ ବାନ୍ଧବୀ ସାଉଦି ର ଏହି ନିୟମକୁ ଏବେ ଭାଙ୍ଗିବାକୁ ଯାଉଛନ୍ତି। ଯାହାକୁ ନେଇ ପୁରା ବିଶ୍ୱରେ ଜୋରଦାର ଚର୍ଚ୍ଚା ଲାଗିରହିଛି।

Advertisement
Cristiano Ronaldo: କ୍ରିଷ୍ଟିଆନୋ ଓ ତାଙ୍କ ବାନ୍ଧବୀଙ୍କ ପାଇଁ କଠୋର ନିୟମ ବଦଳାଇଲା ଏହି ଦେଶ, ଜାଣନ୍ତୁ କାହିଁକି?
Stop
Rasmita Sahoo|Updated: Jan 09, 2023, 03:48 PM IST

Cristiano Ronaldo: ଫିଫା ୱାର୍ଲଡ କପ୍ ୨୦୨୨ର କ୍ୱାର୍ଟର ଫାଇନାଲରେ ମରୋକ୍କୋ ଠାରୁ ହାରି ଆଉଟ ହୋଇଥିବା ପର୍ତ୍ତୁଗାଲ ଟିମର ସ୍କୋର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ (Cristiano Ronaldo)  ସାଉଦି ଆରବରେ (Al Nassr FC)  ସହ ହାତ ମିଳାଇଛନ୍ତି। ଏହାପୂର୍ବରୁ ରୋନାଲ୍ଡୋ ମାଞ୍ଚେଷ୍ଟର ୟୁନାଇଟେଡ ସହିତ ଖେଳିଥିଲେ। ଏବେ ସାଉଦିର ପ୍ରଫେସନାଲ ଲିଗ ରେ ଏହି ଷ୍ଟାର ଫୁଟବଲର ଫରୱାର୍ଡ ଭାବେ ଖେଳିବେ। ଆପଣଙ୍କୁ କହିରଖୁଛୁ ଯେ, ଅଲ-ନାସର ଏଫସି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପାଖାପାଖି ୬୨୧ କୋଟି ଟଙ୍କାରେ ସାଇନ କରିଛି। ମାଞ୍ଚେଷ୍ଟର ୟୁନାଇଟେଡର ସିଜିନ ସରିବା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ, ରୋନାଲ୍ଡୋ ସାଉଦି ଆରବର ଫୁଟବଲ କ୍ଲବ ପାଇଁ ଖେଳିବା ନେଇ ନଜର ଆସିପାରନ୍ତି। 

ତେବେ କହିରଖୁଛୁ ଯେ, ୟୁରୋପିୟାନ ଖେଳାଳିଙ୍କ ସଂସ୍କୃତି ସାଉଦି ଆରବ ଠାରୁ ବହୁତ ଅଲଗା । ମାତ୍ର ଏହି ଖେଳାଳି ପାଇଁ ସାଉଦି ସରକାର ତାଙ୍କର ସବୁ କଠୋର ନିୟମକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଲେଣି। ସାଉଦି ଆରବରେ ଏହି କାନୁନ ରହିଛି ଯେ, ସେଠାରେ କୌଣସି ବ୍ୟକ୍ତି ବିନା ବିବାହରେ କୌଣସି ମହିଳା ସହ ରହିପାରିବେ ନାହିଁ। ମାତ୍ର ରୋନାଲ୍ଡୋ ନିଜର ବାନ୍ଧବୀଙ୍କ ସହ ବିନା ବିବାହରେ ସେଠାରେ ରହୁଛନ୍ତି। ଯେବେଠାରୁ ଅଲ ନାସର ଏଫସି ରୋନାଲ୍ଡୋଙ୍କୁ ସାଇନ କରିଛି ସେବେଠାରୁ ଏ ପ୍ରଶ୍ନ ଉଠିଛି କ୍ରିଷ୍ଟିଆନୋ ନିଜର ବାନ୍ଧବୀଙ୍କୁ ନେଇ କଣ ସାଉଦି ଆସିପାରିବେ।

ମିଡିଆ ରିପୋର୍ଟସ ଅନୁଯାୟୀ, କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସାଉଦି ଆରବ ସରକାର ଏହି ମାମଲାରେ ଫ୍ରି ଛାଡି ଦେଇପାରେ ଅର୍ଥାତ୍ ନିୟମ ଟି ତାଙ୍କ ପାଇଁ କୋହଳ ହୋଇପାରେ। ଆଉ ରୋନାଲ୍ଡୋ ନିଜର ଜର୍ଜିନା  Georgina Rodríguez ଙ୍କୁ ସାଥୀରେ ରଖିପାରିବେ। ସାଉଦି ଆରବର ଜଣେ ଓକିଲ କହିଛନ୍ତି ଯେ, ଦେଶରେ ବିନା ବିବାହରେ ମହିଳାଙ୍କ ସହ ରହିବା ଏକ ଦଣ୍ଡନୀୟ ଅପରାଧ ହେଲେ ଏହି ପ୍ରକାର ମାମଲାରେ ଏଥିରେ ସରକାର କିଛିଟା କୋହଳ କରିପାରନ୍ତି। କାରଣ ବିଦେଶୀ ପ୍ରବାସୀଙ୍କ କ୍ଷେତ୍ରରେ ଅଧିକାରୀ ଏ ମାମଲାରୁ ବଞ୍ଚିବାକୁ ଉଦ୍ୟମ କରିଥାନ୍ତି।

କ'ଣ କହୁଛି ନିୟମ
ସାଉଦି ଆରବରେ ବିନା ବିବାଘରରେ ଗୋଟିଏ ରୁମରେ ପୁଅ ଝିଅ ରହିବାକୁ ଏକ ଚରମ ଦଣ୍ଡନୀୟ ଅପରାଧ ସହିତ ବିବେଚନା କରାଯାଏ। ସାଉଦିରେ ରହୁଥିବା କୌଣସି ବି ଲୋକ ଯଦି ଏମିତି କରିଥାଏ ତେବେ ତାଙ୍କୁ ଦଣ୍ଡିତ କରାଯାଇଥାଏ। ଓକିଲଙ୍କ କହିବା କଥା ପୂର୍ବ ପରି ସାଉଦିରେ ଏସବୁ ଶାସ୍ତିକୁ କଠିନ ଭାବେ ଗ୍ରହଣ କରାଯାଉନାହି। ତେବେ ଏହାରି ମଧ୍ୟର ରୋନାଲ୍ଡୋ ଓ ତାଙ୍କ ବାନ୍ଧବୀଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି।

Also Read: MS Dhoni: ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହେବେ କି ଧୋନୀ ! ଏହି ବୟାନରୁ ମିଳୁଛି କିଛି ଏମିତି ହିଣ୍ଟ୍

Also Read: Cricket News: ଅନୁଭବି ବନାମ ଯୁବ ପ୍ରତିଭା- ବୁମରା, ଶାମୀ ଓ ଭୁବନେଶ୍ୱରଙ୍କୁ ଟକ୍କର ଦେଉଛନ୍ତି ଏହି ତିନି ଖେଳାଳି

Read More
{}{}