Hindi News >>Home >>Odisha Sports

Rohit Sharma: ବିଶ୍ୱକପ୍ ୨୦୨୭ ପର୍ଯ୍ୟନ୍ତ ଖେଳିବା ଜାରି ରଖିବେ କି ରୋହିତ ଶର୍ମା? ଅଧିନାୟକ ଦେଲେ ଏହି ଉତ୍ତର

Rohit Sharma: ଆଇସିସି ବିଶ୍ୱକପ ୨୦୨୩ ର ଫାଇନାଲ ବିଷୟରେ ଯେତେବେଳେ ଉଲ୍ଲେଖ କରାଯାଏ, ସେତେବେଳେ ଅଧିନାୟକ ରୋହିତ ଶର୍ମାଙ୍କ ମୁହଁରେ ନିରାଶା ସ୍ପଷ୍ଟ ଦେଖାଯାଏ। ଟିମ୍ ଇଣ୍ଡିଆ ଫାଇନାଲ୍ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନ ଥିଲା କିନ୍ତୁ ଫାଇନାଲ୍ ମ୍ୟାଚ୍ ହାରିଯାଇଥିଲା।    

Advertisement
Rohit Sharma
Stop
Jagdish Barik|Updated: Apr 12, 2024, 05:04 PM IST

Rohit Sharma: ରୋହିତ ଶର୍ମାଙ୍କୁ ୩୬ ବର୍ଷ ବୟସ ଓ ସେ ୨୦୨୭ ବେଳକୁ ୪୦ ବର୍ଷର ହୋଇଯାଇଥିବେ। ଆଇସିସି ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ୨୦୨୭ ରେ ଖେଳାଯିବ ଓ ରୋହିତ ଶର୍ମା ସେ ପର୍ଯ୍ୟନ୍ତ ଖେଳିବା ଜାରି ରଖିବେ କି? ସେହି ସମୟ ପର୍ଯ୍ୟନ୍ତ ଉଭୟ ଫିଟନେସ୍ ଓ ଫର୍ମ ବଜାୟ ରଖିବାରେ ସେ ସକ୍ଷମ ହେବେ କି? ଏଗୁଡ଼ିକ ହେଉଛି ଏପରି କିଛି ପ୍ରଶ୍ନ ଯାହାର ଉତ୍ତର ବର୍ତ୍ତମାନ ଦେବା କଷ୍ଟକର। ଏବେ ଦ୍ୱିତୀୟ ପ୍ରଶ୍ନ ହେଉଛି ରୋହିତ ଶର୍ମା ୨୦୨୭ ବିଶ୍ୱକପ ଖେଳିବା ଜାରି ରଖିବେ ନା ଅବସର ନେବେ? ରୋହିତ ଶର୍ମା ଏକ ଶୋ’ରେ କହିଛନ୍ତି ଯେ କେଉଁ ବିଶ୍ୱକପ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ଓ ଏହା ବ୍ୟତୀତ ସେ ମଧ୍ୟ କହିଛନ୍ତି ଯେ ସେ ଭାରତ ପାଇଁ ଅତି କମରେ ଗୋଟିଏ ବିଶ୍ୱକପ ଜିତିବାକୁ ଚାହୁଁଛନ୍ତି। ୨୦୦୭ ଆଇସିସି ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଟିମ ଇଣ୍ଡିଆର ଏକ ଅଂଶ ଥିଲେ, କିନ୍ତୁ ତାଙ୍କ ପାଇଁ ସବୁଠୁ ବଡ ବିଶ୍ୱକପ ହେଉଛି ODI ବିଶ୍ୱକପ।

ବ୍ରେକଫାଷ୍ଟ ୱିଥି ଚାମ୍ପିଅନ୍ସ ଶୋ'ରେ ରୋହିତ କହିଛନ୍ତି, 'ମୁଁ ଭାରତ ପାଇଁ ବିଶ୍ୱକପ ଜିତିବାକୁ ଚାହୁଁଛି ଏବଂ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ୨୦୨୫ ମସିହାରେ ଇଂଲଣ୍ଡରେ ଖେଳାଯିବ ଏବଂ ମୁଁ ଭାବୁଛି ଭାରତ ଫାଇନାଲରେ ପହଞ୍ଚିବ। ୫୦ ଓଭର ବିଶ୍ୱକପ ମୋ ପାଇଁ ପ୍ରକୃତ ବିଶ୍ୱକପ, କାରଣ ଆମେ ଏହାକୁ ଦେଖି ଦେଖି ବଡ ହୋଇଛୁ।

ରୋହିତ ଆଇସିସି ବିଶ୍ୱକପ ୨୦୨୩ ଫାଇନାଲରେ ହାରିବାର ଦୁଃଖ ମଧ୍ୟ ପ୍ରକାଶ କରି କହିଛନ୍ତି, ''ଆମେ ୨୦୨୩ ବିଶ୍ୱକପରେ ଚମତ୍କାର ଖେଳିଥିଲୁ। ଯେତେବେଳେ ଆମେ ସେମିଫାଇନାଲ ଜିତିବା ପରେ ଫାଇନାଲରେ ପହଞ୍ଚିଲୁ, ମୁଁ ଭାବିଲି ଆମକୁ ବିଶ୍ୱକପ ଜିତିବାରେ କ’ଣ ବାଧା ଦେଇପାରେ, ଏବଂ ମୋ ମନକୁ କିଛି ଆସି ନଥିଲା, କାରଣ ଆମେ ସମସ୍ତ ବକ୍ସକୁ ଟିକ୍ କରିଥିଲୁ। ଆମେ ସବୁକିଛି ଠିକ୍ କରୁଥିଲୁ, ମୁଁ ଭାବୁନାହିଁ ଯେ ଫାଇନାଲରେ ଆମେ ଖରାପ ଖେଳିଥିଲୁ, କିନ୍ତୁ ଅଷ୍ଟ୍ରେଲିଆ ସେଦିନ ଆମ ଅପେକ୍ଷା ଭଲ ଖେଳିଲା। ପୂରା ବିଶ୍ୱକପ୍ ଭଲ ଖେଳିବା ପରେ ଗୋଟିଏ ଦିନ ଆମ ପାଇଁ ଭଲ ଯାଇ ନଥିଲା।"

Read More
{}{}