Hindi News >>Home >>Odisha Sports

IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ODI ଓ T20 ସିରିଜରେ କାହିଁକି ନାହାଁନ୍ତି ରୋହିତ-ବିରାଟ? BCCI କହିଲା ଏହାର କାରଣ

IND vs SA: ଦକ୍ଷିଣ ଆଫ୍ରିକା ଗସ୍ତରେ ରୋହିତ ଶର୍ମା, ବିରାଟ କୋହଲି ଓ ମହମ୍ମଦ ଶାମି ODI ଓ ଟି-୨୦ ସିରିଜର ଅଂଶ ନୁହଁନ୍ତି । ତିନି ଖେଳାଳି ନ ଖେଳିବାର କାରଣ ବିସିସିଆଇ ଦେଇଛି ।

Advertisement
Indian Squad For South Africa Tour
Stop
Jagdish Barik|Updated: Nov 30, 2023, 09:29 PM IST

India vs South Africa: ଭାରତୀୟ କ୍ରିକେଟ୍ ଦଳ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ତିନୋଟି ଫର୍ମାଟରେ ସିରିଜ୍ ଖେଳିବ । ଏଥିପାଇଁ ଗୁରୁବାର ଦିନ ବିସିସିଆଇ ଦଳ ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଯିବାକୁ ଥିବା ODI ଓ ଟି-୨୦ ସିରିଜ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମା (Rohit Sharma) ଓ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ (Virat Kohli) ଦଳର ସାମିଲ କରାଯାଇ ନାହିଁ । ଉଭୟ ଭେଟେରାନ ODI ଓ ଟି-୨୦ ରେ ସାମିଲ ନ କରିବାର କାରଣ ବର୍ତ୍ତମାନ ବିସିସିଆଇ (BCCI) ଦେଇଛି ।

ଟେଷ୍ଟ ସିରିଜରେ ରୋହିତ ଓ କୋହଲି ଦଳର ଏକ ଅଂଶ । ରୋହିତ ଶର୍ମା ଟେଷ୍ଟ ଦଳର ଅଧିନାୟକତ୍ୱ ଗ୍ରହଣ କରିବେ । ଏହା ବ୍ୟତୀତ ଦଳର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମି ମଧ୍ୟ ଦିନିକିଆ ଓ ଟି-୨୦ ସିରିଜର ଅଂଶ ନୁହଁନ୍ତି । କେଏଲ ରାହୁଲ ଦିନିକିଆରେ ଓ ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକତ୍ୱ ଦିଆଯାଇଛି । ଯେତେବେଳେ କି ଶାମିଙ୍କୁ ଟେଷ୍ଟ ଦଳର ଏକ ଅଂଶ କରାଯାଇଛି, କିନ୍ତୁ ତାଙ୍କର ଉପଲବ୍ଧତା ନିଶ୍ଚିତ ନୁହେଁ ।

ବିସିସିଆଇରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଏକ ଅପଡେଟ୍ ଦେଇ କହିଛି ଯେ ରୋହିତ ଶର୍ମା ଓ ବିରାଟ କୋହଲି ଏହି ଟୁର୍ ରେ ହ୍ୱାଇଟ୍ ବଲ୍ କ୍ରିକେଟ୍ (ODI ଓ T20 ସିରିଜ୍) ରୁ ବିରତି ନେବାକୁ ବୋର୍ଡକୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ମହମ୍ମଦ ଶାମିଙ୍କ ବିଷୟରେ କୁହାଯାଇଥିଲା ଯେ ମହମ୍ମଦ ଶାମି ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଓ ତାଙ୍କର ଉପଲବ୍ଧତା ତାଙ୍କ ଫିଟନେସ ଉପରେ ନିର୍ଭର କରୁଛି ।

ଟିମ୍ ଇଣ୍ଡିଆ ସ୍କ୍ୱାର୍ଡ:

ଟି-୨୦ ସ୍କ୍ୱାର୍ଡ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶାସୀ ଜୈସୱାଲ, ଶୁବମନ ଗିଲ, ରୁତୁରାଜ ଗାଇକୱାଡ, ଇଶାନ କିଶାନ, ଶ୍ରେୟସ ଆୟର, ତିଲକ ଭର୍ମା, ରିଙ୍କୁ ସିଂ, ରବିନ୍ଦ୍ର ଜାଡେଜା, ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସିରାଜ, ମୁକେଶ କୁମାର, ଅର୍ଶଦୀପ ସିଂ।

ODI ସ୍କ୍ୱାର୍ଡ: କେ.ଏଲ୍ ରାହୁଲ (ଅଧିନାୟକ), ରୁତୁରାଜ ଗାଇକୱାଡ, ସାଇ ସୁଦର୍ଶନ, ତିଲକ ଭର୍ମା, ସଞ୍ଜୁ ସାମସନ, ଶ୍ରେୟସ ଆୟର, ରଜତ ପାଟିଦାର, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଦୀପକ ଚହର, ଆଭେଶ ଖାନ, ୟୁଜବେନ୍ଦ୍ର ସିଂ, ଅର୍ଶଦୀପ ସିଂ, ମୁକେଶ କୁମାର ।

ଟେଷ୍ଟ ସ୍କ୍ୱାର୍ଡ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଇକୱାଡ, କେ.ଏଲ ରାହୁଲ (ଉପ-ଅଧିନାୟକ), ଇଶାନ କିଶାନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରୀତ ବୁମ୍ରା , ମହମ୍ମଦ ସିରାଜ, ମହମ୍ମଦ ଶାମି, ମୁକେଶ କୁମାର, ପ୍ରସିଦ୍ଧ କ୍ରୀଷ୍ଣା ।

Read More
{}{}