Hindi News >>Home >>Odisha Sports

T20 Captain: ରୋହିତଙ୍କ ପରେ କିଏ ହେବ କ୍ୟାପଟେନ, ତାଲିକାରେ ଏହି ୪ ଜଣଙ୍କ ନାଁ

T20 Captain: ଏହି ଫର୍ମାଟ୍ ଖେଳିବା ଆରମ୍ଭ କରିଥିଲି, ସେବେଠୁ ମୁଁ ଏହାକୁ ଉପଭୋଗ କରି ଆସିଛି। ଏହି ଫର୍ମାଟକୁ ବିଦାୟ ଦେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସେହିପରି ରୋହିତ ଶର୍ମାଙ୍କ ପୂର୍ବରୁ ଗ୍ରାଉଣ୍ଡରେ ବିରାଟ କୋହଲି ନିଜ ଅବସର ଘୋଷଣା କରିଥିଲେ ଯାହା ଫଳରେ ନିରାଶ ହୋଇଯାଇଥିଲା ବିରାଟଙ୍କ ଫ୍ୟାନ୍ସ ।   

Advertisement
T20 Captain: ରୋହିତଙ୍କ ପରେ କିଏ ହେବ କ୍ୟାପଟେନ, ତାଲିକାରେ ଏହି ୪ ଜଣଙ୍କ ନାଁ
Stop
Rasmita Sahoo|Updated: Jun 30, 2024, 01:33 PM IST

T20 Captain: ଗତକାଲି ପୂରା ଭାରତ ପାଇଁ ଥିଲା ଭାରି ଖୁସିର ଦିନ। କାରଣ ଦୀର୍ଘ ୧୭ ବର୍ଷ ପରେ ଆଇସିସି ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୪ ର ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟି-20 ବିଶ୍ୱକପ ଟାଇଟଲ ହାତେଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଅନ୍ତିମ ମ୍ୟାଚ୍ ଜିତିବା ପରେ ରୋହିତ ଶର୍ମା ମଧ୍ୟ ଟି-20 ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପରେ ଏବେ ବଡ ପ୍ରଶ୍ନ ହେଉଛି ଟି-20 ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ କିଏ ହେବେ? ଏହି ତାଲିକାରେ ୪ ଖେଳାଳିଙ୍କ ନାମ ପ୍ରଥମେ ଆସୁଛି। 

ଶୁବମନ ଗିଲ୍ 
ଜିମ୍ବାୱେ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଛି। ଗିଲଙ୍କୁ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ନଜର ଆସିବେ। ଏହାପୂର୍ବରୁ ଆଇପିଏଲ୍ ୨୦୨୪ ରେ ଗିଲ୍ ଗୁଜୁରାଟ ଟାଇଟନ୍ସକୁ ଅଧିନାୟକ କରୁଥିବା ଦେଖାଯାଇଥିଲା। ଏପରି ପରିସ୍ଥିତିରେ, ଯଦି ଗିଲଙ୍କ ଅଧିନାୟକତ୍ୱରେ ଜିମ୍ବାୱେ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଭଲ ରୁହେ, ତେବେ ତାଙ୍କୁ ପରବର୍ତ୍ତୀ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇପାରେ । 

ହାର୍ଦ୍ଦିକ ପାଣ୍ଡ୍ୟା
ଟି -20 ବିଶ୍ୱକପରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହି ବିଶ୍ୱକପ୍‌ରେ ହାର୍ଦ୍ଦିକ ଚମତ୍କାର ପ୍ରଦର୍ଶନ କରିଥିଲେ। ଫାଇନାଲରେ ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ କରିବାରେ ପାଣ୍ଡ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ରୋହିତ ଶର୍ମା ଟି -20 ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି ଯେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ କିଏ ହେବେ, ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ମଧ୍ୟ  ପ୍ରଥମେ ନିଆଯାଉଛି। ହାର୍ଦ୍ଦିକଙ୍କର ଭଲ ଅଧିନାୟକ ଅଭିଜ୍ଞତା ଅଛି, ତାଙ୍କ ଅଧିନାୟକତ୍ୱରେ ମଧ୍ୟ ଅନେକ ଟି -20 ସିରିଜ୍ ଜିତିଛି ।ଏହା ବ୍ୟତୀତ ହାର୍ଦ୍ଦିକ ତିନୋଟି ସିଜିନ୍ ପାଇଁ ଆଇପିଏଲରେ ମଧ୍ୟ ଅଧିନାୟକତ୍ୱ କରିଛନ୍ତି।

ସୂର୍ଯ୍ୟକୁମାର ଯାଦବ
ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ନାମ ମଧ୍ୟ ରୋହିତଙ୍କ ପରେ ଟି-20 ଦଳର ଅଧିନାୟକ ହେବାକୁ ଆସୁଛି। ଟି-20 କ୍ରିକେଟର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରୁ ସୁର୍ଯ୍ୟକୁମାର ଅନ୍ୟତମ। ଟି-20 ବିଶ୍ୱକପ୍‌ରେ ସୂର୍ଯ୍ୟଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ଥିଲା। ସୂର୍ଯ୍ୟକୁମାର ଯାଦବ ଟି-20 ଆନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିସାରିଛନ୍ତି। ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

ଶ୍ରେୟସ ଆୟର
ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆରୁ ବାହାରେ ଥାଇ ମଧ୍ୟ ସେ ଅଧିନାୟକତ୍ୱ ପାଇଁ ନିଜର ଦାବି ଉପସ୍ଥାପନ କରିପାରିବେ। ଏଥର କୋଲକାତା ନାଇଟ୍ ରାଇଡର୍ସ ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଆଇପିଏଲ୍ 2024 ଟାଇଟଲ୍ ହାତେଇଛି। 

ସୂଚନାଯୋଗ୍ୟ, ଗତକାଲି ମ୍ୟାଚ୍ ରେ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲିଙ୍କ ଅବସର ବିଷୟରେ ଯେତେବେଳେ ରୋହିତ ଶର୍ମାଙ୍କୁ ପଚରାଯାଇଥିଲା, ସେ କହିଥିଲେ, 'ଏହା ମଧ୍ୟ ଭାରତ ପାଇଁ ମୋର ଶେଷ ଟି-୨୦ ମ୍ୟାଚ୍ ଥିଲା। ମୁଁ ଯେବେଠୁ ଏହି ଫର୍ମାଟ୍ ଖେଳିବା ଆରମ୍ଭ କରିଥିଲି, ସେବେଠୁ ମୁଁ ଏହାକୁ ଉପଭୋଗ କରି ଆସିଛି। ଏହି ଫର୍ମାଟକୁ ବିଦାୟ ଦେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସେହିପରି ରୋହିତ ଶର୍ମାଙ୍କ ପୂର୍ବରୁ ଗ୍ରାଉଣ୍ଡରେ ବିରାଟ କୋହଲି ନିଜ ଅବସର ଘୋଷଣା କରିଥିଲେ ଯାହା ଫଳରେ ନିରାଶ ହୋଇଯାଇଥିଲା ବିରାଟଙ୍କ ଫ୍ୟାନ୍ସ। 

Also Read: Trigrahi Yog: ତ୍ରିଗ୍ରାହୀ ଯୋଗର ନକରାତ୍ମକ ପ୍ରଭାବ, ଏହି ୩ ରାଶି ଉପରେ ବଡ଼ ସଙ୍କଟ

{}{}