Hindi News >>Home >>Odisha Sports

IND vs AUS Match: ଆଉକିଛି ଘଣ୍ଟା ପରେ ହାଇଭୋଲଟେଜ୍ ମ୍ୟାଚ୍, କ'ଣ କହୁଛି ଚେନ୍ନାଇ ପାଣିପାଗ

IND vs AUS Match: ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ଦିନ ୨ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରିପୋର୍ଟ ଅନୁଯାୟୀ ରବିବାର ଦିନବେଳେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ଓ ସନ୍ଧ୍ୟା ପରେ ପାଖାପାଖି ୨୭ ଡିଗ୍ରୀ ସେଲସିୟସ ରହିବ। ଜାଣନ୍ତୁ ପୂରା ଅପଡେଟ୍।   

Advertisement
IND vs AUS Match: ଆଉକିଛି ଘଣ୍ଟା ପରେ ହାଇଭୋଲଟେଜ୍ ମ୍ୟାଚ୍, କ'ଣ କହୁଛି ଚେନ୍ନାଇ ପାଣିପାଗ
Stop
Rasmita Sahoo|Updated: Oct 08, 2023, 11:13 AM IST

IND vs AUS Match: ଆଉ କେଇ ଘଣ୍ଟା ପରେ ଭାରତ ମାଟିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।  ଆଜି ସୁପରସଣ୍ଡେରେ ସୁପର ମୁକାବିଲା ଦେଖିବ ପୂରା ବିଶ୍ୱ । ଆୟୋଜକ ଭାରତ ଚଳିତ ବିଶ୍ୱକପ୍ (World Cup 2023) ରେ ଆଜିଠୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏହି ମ୍ୟାଚ ଖେଳିବାକୁ ଯାଉଛି ଭାରତ। ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଯେଉଁଠାରେ ଶେଷ ହୋଇଥିଲା ଏବେ ସେହିଠାରୁ ପୁଣି ଖେଳ ଆରମ୍ଭ କରି ଦୁଇ ଦଳ ବିଶ୍ୱକପ୍ ଯାତ୍ରା ଆରମ୍ଭ କରିବେ।

ଅପରପକ୍ଷେ ଏହି ବିଶ୍ୱକପ୍ ମ୍ୟାଚରେ ବ୍ୟାଟର ବିରାଟ କୋହଲିଙ୍କ (Virat Kohli) ପାଇଁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ଆଉ ଯଦି ବିରାଟ ଏହି ବିଶ୍ୱକପ୍ ମହାକୁମ୍ଭରେ ତିନୋଟି ଶତକ ମାରିଦେବେ ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସେ ଟପିଯିବେ। ଏଥିସହିତ ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ଅନେକ ଖେଳାଳି ସେମାନଙ୍କ ପାଇଁ ସ୍ମୃତି ସାଉଁଟିବାକୁ ଚେଷ୍ଟା କରିବେ। କୋହଲିଙ୍କ ସହିତ ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ସମ୍ଭବତଃ ସେମାନଙ୍କ ଶେଷ ବିଶ୍ୱକପ୍ ଖେଳିବାକୁ ଯାଉଥିବାରୁ ବିଶ୍ୱକପ୍ ଟ୍ରଫି ଜିତିବା ମୂଳ ଲକ୍ଷ୍ୟ ରହିବ। 

ତେବେ ଦିନ ୨ଟାରେ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଏହି ମୁକାବିଲା ସମୟରେ ପାଣିପାଗ କେମିତି ରହିବ ଆସନ୍ତୁ ସେ ବିଷୟରେ ଜାଣିବା। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ଦିନ ୨ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରିପୋର୍ଟ ଅନୁଯାୟୀ ରବିବାର ଦିନବେଳେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ଓ ସନ୍ଧ୍ୟା ପରେ ପାଖାପାଖି ୨୭ ଡିଗ୍ରୀ ସେଲସିୟସ ରହିବ। ଦିନ ତମାମ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ରହିବ। ଦିନ ସମୟରେ ବର୍ଷାର ସମ୍ଭାବନା ୨୪ ପ୍ରତିଶତ ଥିବା ବେଳେ ସନ୍ଧ୍ୟାବେଳେ ୧୫ ପ୍ରତିଶତ ରହିଛି। ସେହିପରି ଦିନବେଳା ଆଦ୍ରତା ୭୫ ପ୍ରତିଶତ ଓ ସନ୍ଧ୍ୟା ପରେ ୮୭ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ ବୋଲି ଆକଳନ କରାଯାଉଛି। 

ସମ୍ଭାବ୍ୟ ଭାରତୀୟ ପ୍ଲେଇଂ ଇଲେଭେନ: ଇଶାନ କିଷାନ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, କୁଳଦୀପ ଯାଦବ, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ୍। 

ସମ୍ଭାବ୍ୟ ଅଷ୍ଟ୍ରେଲିଆ ପ୍ଲେଇଂ ଇଲେଭେନ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ମାର୍ନସ ଲବୁସାନ୍, ଷ୍ଟିଭ୍ ସ୍ମିଥ୍, କାମେରୁନ ଗ୍ରିନ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଆଲେକ୍ସ କ୍ୟାରୀ, ମାର୍କସ ଷ୍ଟୋଇନି୍ସ, ଆଦାମ ଜାମ୍ପା, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ। 

Also Read:  IND vs AUS: ଆଜି ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ, ବ୍ୟାଟ୍ ବଲ୍ ଲଢେଇରେ କମ୍ପିବ ଚେନ୍ନାଇ ଷ୍ଟାଡିୟମ

Also Read: IND VS AUS live Scorecard: ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ, ଦେଖନ୍ତୁ ଲାଇଭ ଅପଡେଟ

Read More
{}{}