Hindi News >>Home >>Odisha Sports

T-20 World Cup 2022: ବିଶ୍ୱକପରେ ବିରାଟଙ୍କ ବିଶ୍ୱ ରେକର୍ଡ, ଚମକିଲେ ସୂର୍ଯ୍ୟକୁମାର

T-20 World Cup 2022: ପୁରୁଷ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ କରିବାରେ ବିରାଟ କୋହଲି ବିଶ୍ୱ ରେକର୍ଡ କରିଛନ୍ତି। ସେ ମହେଲା ଜୟବର୍ଦ୍ଦନେଙ୍କୁ ପଛରେ ପକାଇ ସେ ଏହି ଇତିହାସ ରଚିଛନ୍ତି। ବିରାଟ ତାଙ୍କ ୨୩ତମ ଇଂନିସ ତଥା ମୋଟ ୭୭୩ ବଲରେ ଜୟବଦ୍ଦନେଙ୍କ ଠାରୁ ଟାଇଚଲ ଛଡେଇ ନେଇଛନ୍ତି।

Advertisement
T-20 World Cup 2022: ବିଶ୍ୱକପରେ ବିରାଟଙ୍କ ବିଶ୍ୱ ରେକର୍ଡ, ଚମକିଲେ ସୂର୍ଯ୍ୟକୁମାର
Stop
Shankarshan Bagh|Updated: Nov 11, 2022, 09:37 PM IST

T-20 World Cup 2022, ନୂଆଦିଲ୍ଲୀ: ବୁଧବାର ଟି-୨୦ ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ଭାରତ ତାର ପୂର୍ବ ତିନି ମ୍ୟଚରୁ ଦୁଇଟି ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରିଛି। ବୁଧବାର ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଓପନିଂଯୋଡି ପୁଣି ଥରେ ଫ୍ଲପ୍ ରହିଛି। ରୋହିତ ଶର୍ମା ମାତ୍ର ୨ ରନ କରି ପାଭିଲିୟନ ଫେରିଛନ୍ତି। କିନ୍ତୁ ବିରାଟ କୋହଲି ଏଥର ସଫଳ ହୋଇଛନ୍ତି। କେବଳ ଯେ ସଫଳ ହୋଇଛନ୍ତି ତାହା ନୁହଁ, ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଏକ ବିଶ୍ୱରେକର୍ଡ କରିଛନ୍ତି। ଅନ୍ୟପଟେ ସୂର୍ଯ୍ୟକୁମାର ଯୋଦବଙ୍କ ନାମରେ ମଧ୍ୟ ଏକ ରେକର୍ଡ ସୃଷ୍ଟି ହୋଇଛି।

ପୁରୁଷ ଟି-୨୦ ବିଶ୍ୱକପରେ ସର୍ବାଧିକ ରନ କରିବାରେ ବିରାଟ କୋହଲି ବିଶ୍ୱ ରେକର୍ଡ କରିଛନ୍ତି। ସେ ମହେଲା ଜୟବର୍ଦ୍ଦନେଙ୍କୁ ପଛରେ ପକାଇ ସେ ଏହି ଇତିହାସ ରଚିଛନ୍ତି। ଜୟବର୍ଦ୍ଦନେ ୨୦୧୪ରେ ପୁରୁଷ ଟି-୨୦ ବିଶ୍ୱକପର ୧୦୧୬ ରନ କରିଥିଲେ। ଆଉ ଏହି ରେକର୍ଡକୁ ବିରାଟ କୋହଲି, ଆଡିଲେଡରେ ବାଲାଂଦେଶ ବିପକ୍ଷ ମ୍ୟାଚରେ ଭାଙ୍ଗିଛନ୍ତି। ସପ୍ତମ ଓଭର ତଥା ତାଙ୍କର ୧୩ତମ ବଲରେ କୋହଲି ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବତନ ସିଂହଳୀ କ୍ରିକେଟର ମାତ୍ର ୧୩ ଇଂନିସ ଆଉ ୭୫୪ ବଲରେ ୧୦୧୬ ରନ କରି ବିଶ୍ୱର ସର୍ବାଧିକ ଟି-୨୦ ବିଶ୍ୱକପ ସ୍କୋରର ପାଲଟିଥିଲେ। ବିରାଟ ତାଙ୍କ ୨୩ତମ ଇଂନିସ ତଥା ମୋଟ ୭୭୩ ବଲରେ ଜୟବଦ୍ଦନେଙ୍କ ଠାରୁ ଟାଇଚଲ ଛଡେଇ ନେଇଛନ୍ତି।

Also Read: T20 World Cup 2022: ଆଜି ବର୍ଷା ହେଲେ କ'ଣ ଟିମ୍ ଇଣ୍ଡିଆ ପାଇଁ ବନ୍ଦ ହୋଇଯିବ ସେମି ରାସ୍ତା? ଜାଣନ୍ତୁ ପୂରା ସମୀକରଣ

ବିରାଟ କୋହଲି ୨୦୧୨ ଟି-୨୦ ବିଶ୍ୱକପରେରେ ୧୮୫ ରନ କରିଥିଲେ। ଏହା ପରେ ୨୦୧୪ରେ ସେ ଟପ୍ ସ୍କୋରର କମ୍ପିଟେଟର ପାଲଟିଲେ। କିନ୍ତୁ ୨୦୧୬ ବେଳକୁ ସେ ଦ୍ୱିତୀୟ ସ୍ଥାନକୁ ଉଠିଲେ। ଆଉ ୨୦୨୨ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଟି-୨୦ ବିଶ୍ୱକପ ୨୦୧୨ର ବିରାଟ ଅତି ଚମତ୍କାର ଶୁଭାରମ୍ଭ କରିଥିଲେ। ପାକିସ୍ତାନ ଓ ନେଦରଲାଣ୍ଡ ବିପକ୍ଷରେ ସେ ଅପରାଜିତ ଅର୍ଦ୍ଧଶତକ କରିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଫେଲ ମାରିଛନ୍ତି। ବୁଧବାର ବାଂଲାଦେଶ ବିପକ୍ଷରେ ସେ ଅପରାଜିତ ୪୪ ବଲରେ ୬୪ ରନ କରିଛନ୍ତି। ବିରାଟ କୋହଲି କେବଳ ଟି-୨୦ ବିଶ୍ୱକପ ନୁହଁ, ଟି-୨୦ ଅନ୍ତର୍ଜାତୀୟରେ ବି ଶୀର୍ଷରେ ଅଛନ୍ତି।

ଅନ୍ୟପଟେ ପାକିସ୍ତାନ ଓପନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଯାଦବ, ଟି-୨୦ ଅନ୍ତର୍ଜାତୀୟ କ୍ରିକଟେର ଏକ ନମ୍ବର ବ୍ୟାଟରର ମାନ୍ୟତା ପାଇଛନ୍ତି। ଚଳିତ ଟି-୨୦ ବିଶ୍ୱକପରେ ସେ ଲଗାତର ଦୁଇଟି ଅର୍ଦ୍ଧଶତକ କରିଛନ୍ତି। ଦ୍ୱିତୀୟ ଭାରତୀୟ ବ୍ୟାଟର ଭାବେ ସୂଯ୍ୟକୁମାର, ଆଇସିସିର ଏହି କିର୍ତ୍ତିମାନ ଅର୍ଜନ କରିଛନ୍ତି। ବର୍ତ୍ତମାନ ସୂର୍ଯ୍ୟକୁମାର ୮୬୩ ପଏଣ୍ଟରେ ଥିବା ବେଳେ ରିଜୱାନ ୮୪୨ ଓ ନ୍ୟୁଜିଲାଣ୍ଡର ଡେଭନ କନୱେ ୭୯୨ରେ ଅଛନ୍ତି। ସୁର୍ଯ୍ୟକୁମାର ଯାଦବ ମୋଟ ୩୭ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ଗୋଟିଏ ଶତକ କରିଥିବା ବେଳେ ୧୧ଟି ଅର୍ଦ୍ଧଶତକ କରିଛନ୍ତି।

Read More
{}{}