Hindi News >>Home >>Odisha Sports

Virat Kohli Video Call: ଆମେ ଶୀଘ୍ର ପାକିସ୍ତାନ ଆସିବୁ...ଏହା କାହାକୁ କହିଲେ ବିରାଟ କୋହଲି? ଭିଡିଓ ଭାଇରାଲ

Virat Kohli and Mountaineer Shehroze Kashif Video Call: ପାକିସ୍ତାନୀ ପର୍ବତାରୋହୀ ଶେହରୋଜ କାଶିଫଙ୍କ ସହ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  

Advertisement
Virat Kohli and Mountaineer Shehroze Kashif Video Call
Stop
Jagdish Barik|Updated: May 17, 2024, 04:07 PM IST

Virat Kohli Video Call: ଭାରତର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କର ସମଗ୍ର ବିଶ୍ୱରେ ଅଗଣିତ ପ୍ରଶଂସକ ଅଛନ୍ତି। କୋହଲିଙ୍କ (Virat Kohli) ଝଲକ ପାଇବା ଓ ତାଙ୍କ ସହ କଥା ହେବା ପ୍ରଶଂସକଙ୍କ ପାଇଁ ଏକ ସ୍ୱପ୍ନ ସାକାର ହେବା ପରି। ପାକିସ୍ତାନୀ ପର୍ବତାରୋହୀ ଶାହାରୁଜ କାଶୀଫ (Shehroze Kashif) ମଧ୍ୟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ। କୋହଲିଙ୍କ ସହ ଥରେ କଥା ହେବା ତାଙ୍କର ମନର ଇଚ୍ଛା ଥିଲା। କାଶୀଫଙ୍କର ଏହି ଇଚ୍ଛା ପୂରଣ ହୋଇଛି। କୋହଲି ତାଙ୍କ ସହ ଭିଡିଓ କଲରେ କଥା ହୋଇଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୨୨ ବର୍ଷୀୟ ପର୍ବତାରୋହୀ ନିଜେ ଏହି ଭିଡିଓ ସେୟାର କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଦୁନିଆର ଦ୍ୱିତୀୟ ସର୍ବୋଚ୍ଚ ପର୍ବତ K2 ଶିଖରରେ ପହଞ୍ଚିବା ପାଇଁ କାଶୀଫ ହେଉଛି ସର୍ବକନିଷ୍ଠ ପର୍ବତାରୋହୀ। ସେ ୨୦୨୧ ମସିହାରେ ୧୯ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିଲେ।

କାଶିଫ ଇନଷ୍ଟାଗ୍ରାମରେ ଭିଡିଓର କ୍ୟାପସନରେ ଲେଖିଛନ୍ତି, "ଯେତେବେଳେ ମୁଁ ୨୦୨୨ ମସିହାରେ ନେପାଳରେ ଥିଲି, ସେତେବେଳେ ଭାରତୀୟ ମୂଳର ଜଣେ ଅଜ୍ଞାତ ବ୍ୟକ୍ତି (ମୁଁ ନାମ ନେବି ନାହିଁ କାରଣ ସେ ରାଜନୈକ କାରଣରୁ ଅସୁବିଧାରେ ନ ପଡ଼ନ୍ତୁ) ମୋର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ତାଙ୍କର କ୍ରିକେଟ୍ ଟିମ୍ ସହ ସମ୍ପର୍କ ଅଛି। ଏଭଳି ପରିସ୍ଥିତିରେ ମୁଁ ବିରାଟ କୋହଲିଙ୍କ ସହ କଥାବାର୍ତ୍ତା କରିବାକୁ ମୋର ଇଚ୍ଛା ପ୍ରକାଶ କରିଥିଲି। ଯେତେବେଳେ ସେ ମୋ ତରଫରୁ କୋହଲିଙ୍କୁ ଏକ ଏସଏମଏସ ପଠାଇଲେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଭିଡିଓ କଲ୍ ମାଧ୍ୟମରେ ମୁଁ କୋହଲିଙ୍କ ସହ କଥା ହେବାର ସୁଯୋଗ ପାଇଲି। ଜଣେ ପାକିସ୍ତାନୀ ହୋଇଥିବାରୁ ମୁଁ ଗର୍ବର ସହିତ କୋହଲିଙ୍କୁ ବର୍ତ୍ତମାନର ଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା କରେ। ଯେତେବେଳେ କି କୋହଲି ଭିଡିଓ କଲ୍ ରେ କହିଛନ୍ତି, “ଆପଣଙ୍କ ପରିବାର ଓ ସମସ୍ତ ସାଙ୍ଗମାନଙ୍କ ପ୍ରତି ମୋର ଭଲପାଇବା। ଆଶା କରୁଛି ଆମେ ଶୀଘ୍ର ପାକିସ୍ତାନ ଗସ୍ତ କରିବୁ। ଏବେ ସମସ୍ତେ ଭିଜିଟ୍ କରିବା ଆରମ୍ଭ କରିଛନ୍ତି।”

 

 
 
 
 

 
 
 
 
 
 
 
 
 
 
 

A post shared by Shehroze Kashif (@thebroadboy)

କହିରଖୁଛୁ ଯେ ରାଜନୈତିକ ତିକ୍ତତା କାରଣରୁ ଭାରତ ଏବଂ ପାକିସ୍ତାନ ଦୀର୍ଘ ଦିନ ଧରି କୌଣସି ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ଖେଳି ନାହାଁନ୍ତି। ଉଭୟଙ୍କ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ୍ ଜାନୁଆରୀ ୨୦୧୩ ରେ ଖେଳାଯାଇଥିଲା. ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୮ ରେ ପାକିସ୍ତାନ ଗସ୍ତ କରିଥିଲା। ବର୍ତ୍ତମାନ ଉଭୟ ଦଳ କେବଳ ବହୁ-ଦେଶ ଟୁର୍ଣ୍ଣାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ଭାରତର ଶେଷ ମୁକାବିଲା ଅହମ୍ମଦାବାଦରେ ଚାଲିଥିବା ODI ବିଶ୍ୱକପ୍ ୨୦୨୩ ରେ ହୋଇଥିଲା। ନ୍ୟୁୟର୍କରେ ଜୁନ୍ ୯ ରେ ଟ -୨୦ ବିଶ୍ୱକପ ୨୦୨୪ ରେ ଉଭୟଙ୍କ ମଧ୍ୟରେ ଆଉ ଏକ ବଡ଼ ମ୍ୟାଚ୍ ହେବାକୁ ଯାଉଛି। ପାକିସ୍ତାନ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାକୁ ଯାଉଛି। ତେବେ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ କି ନାହିଁ ସେନେଇ ବିସିସିଆଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କିଛି କହିନାହିଁ।

{}{}