Hindi News >>Home >>Odisha Sports

India vs Australia: ଟିମ୍ ଇଣ୍ଡିଆକୁ ଖୁବ୍ ଶୀଘ୍ର ମିଳିବ ବିରାଟଙ୍କ ବିକଳ୍ପ! ଡବଲ୍ ସେଞ୍ଚୁରୀ ମାରି କଲେ କମାଲ ଏହି ଖେଳାଳି

ଟେଷ୍ଟ କ୍ରିକେଟରେ କ୍ରମାଗତ ଭାବେ ଟିମ୍ ଇଣ୍ଡିଆର (Team India) ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଫ୍ଲପ୍ ହେଉଛନ୍ତି । ଏପରି ସମୟ ମଧ୍ୟରେ ତାଙ୍କୁ ତାଙ୍କ ଜୁନିଅରଙ୍କ ଠାରୁ କଡ଼ା ଟକ୍କର ମିଳୁଛି । ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଇନ୍ଦୋର ଟେଷ୍ଟରେ (Indore Test) ଟିମ୍ ଇଣ୍ଡିଆ ବଡ଼ ରନ୍ ସ୍କୋର କରିବାର

Advertisement
ସାଙ୍କେତିକ ଛବି
Stop
Jagdish Barik|Updated: Mar 01, 2023, 05:49 PM IST

India vs Australia: ଟେଷ୍ଟ କ୍ରିକେଟରେ କ୍ରମାଗତ ଭାବେ ଟିମ୍ ଇଣ୍ଡିଆର (Team India) ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଫ୍ଲପ୍ ହେଉଛନ୍ତି । ଏପରି ସମୟ ମଧ୍ୟରେ ତାଙ୍କୁ ତାଙ୍କ ଜୁନିଅରଙ୍କ ଠାରୁ କଡ଼ା ଟକ୍କର ମିଳୁଛି । ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଇନ୍ଦୋର ଟେଷ୍ଟରେ (Indore Test) ଟିମ୍ ଇଣ୍ଡିଆ ବଡ଼ ରନ୍ ସ୍କୋର କରିବାରେ ବିଫଳ ହୋଇଛି । ଏହା ସମେତ ଦଳର ଅଧିକାଂଶ ଖେଳାଳି ସ୍ପିନ ବଲ୍ ଖେଳିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ମଧ୍ୟପ୍ରଦେଶରେ ଭାରତର ଏକ ଘରୋଇ ଷ୍ଟାର ବ୍ୟାଟ୍ସମ୍ୟାନ ନିଜ ବ୍ୟାଟିଂ ଦ୍ୱାରା ହଇଚଇ ସୃଷ୍ଟି କରୁଛନ୍ତି । ଗ୍ୱାଲିଅରରେ ଚାଲିଥିବା ଇରାନ ଟ୍ରଫି (Irani Trophy) ମ୍ୟାଚରେ ରେଷ୍ଟ ଅଫ୍ ଇଣ୍ଡିଆ (Rest of India) ପାଇଁ ଖେଳୁଥିବା ୟଶସ୍ଵୀ ଜୌସୱାଲଙ୍କ (Yashasvi Jaiswal) ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଛି । ଜୌସୱାଲ ଏହି ମ୍ୟାଚରେ ଡବଲ୍ ସେଞ୍ଚୁରୀ ମାରିଛନ୍ତି ।

ରଣଜୀ ଟ୍ରଫି ବିଜେତା ମଧ୍ୟପ୍ରଦେଶ ବିପକ୍ଷରେ ଚାଲିଥିବା ମ୍ୟାଚ୍ ସମୟରେ ୨୧ ବର୍ଷୀୟ ଜୌସୱାଲ୍ ରେଷ୍ଟ ଅଫ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେଇଥିଲେ । ଏହି ମ୍ୟାଚରେ ନମ୍ବର-୩ ରେ ବ୍ୟାଟିଂ କରି ୟଶସ୍ଵୀ ଜୌସୱାଲ ଦ୍ୱିଶତକ (Yashasvi Jaiswal Double Century) ହାସଲ କରିଛନ୍ତି । ଖବର ଲେଖିବା ପର୍ଯ୍ୟନ୍ତ ପ୍ରଥମ ଦିନରେ ତିନୋଟି ୱିକେଟ୍ ହରାଇ ରେଷ୍ଟ ଅଫ୍ ଇଣ୍ଡିଆ ଦଳ ୩୮୧ ରନ୍ ସଂଗ୍ରହ କରିଛି । 

ବିରାଟ କୋହଲି ଟେଷ୍ଟ ଫର୍ମାଟରେ କ୍ରମାଗତ ଭାବେ ଫ୍ଲପ୍ ହେଉଥିବା ଦେଖିବାକୁ ମିଳୁଛି । ଯଦି ଆପଣ ବିରାଟଙ୍କ ଶେଷ ୧୫ଟି ଇନିଂସକୁ ଦେଖନ୍ତି, ତେବେ ତାଙ୍କ ବ୍ୟାଟରୁ କେବଳ ଗୋଟିଏ ଅର୍ଦ୍ଧଶତକ ଆସିଛି । ସେ ଟେଷ୍ଟରେ ଶେଷ ଶତକ ମାରିବାର ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି । ସେ ଇନ୍ଦୋର ଟେଷ୍ଟରେ ମଧ୍ୟ ଫ୍ଲପ୍ ହୋଇଥିଲେ । ଏଭଳି ପରିସ୍ଥିତିରେ ବିସିସିଆଇ ଏହାକୁ ହାଲୁକା ଭାବେ ନେବା ମନୋବୃତ୍ତିରେ ନାହିଁ । ଖୁବ୍ ଶୀଘ୍ର କୋଚ୍ ରାହୁଲ ଦ୍ରାବିଡ ଓ ଚୟନକର୍ତ୍ତାମାନେ ପୂର୍ବତନ ଅଧିନାୟକଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି ।

କେବଳ ୟଶସ୍ଵୀ ଜୌସୱାଲ ନୁହଁନ୍ତି ମୟଙ୍କ ଅଗ୍ରୱାଲ ମଧ୍ୟ ବିରାଟଙ୍କୁ ଏକ ଜୋରଦାର ଟକ୍କର ଦେଉଛନ୍ତି । ନିକଟରେ ମୟଙ୍କ ରଣଜୀ ଟ୍ରଫିରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍, ଯିଏ ମଧ୍ୟ ଆବଶ୍ୟକ ହେଲେ ଭାରତ ପାଇଁ ୩ କିମ୍ବା ୪ ନମ୍ବରରେ ବ୍ୟାଟିଂ କରିପାରିବେ ।

ଏହି ବି ପଢ଼ନ୍ତୁ: IND vs AUS: ରବିନ୍ଦ୍ର ଜାଡେଜା ରଚିଲେ ଇତିହାସ, କପିଲ ଦେବଙ୍କ ପରେ ଏହା କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ଏହା ବି ପଢ଼ନ୍ତୁ: IND VS AUS: ଆଉଟ୍ ପରେ ଶୁଭମନ ଗିଲଙ୍କ ସହ କେ.ଏଲ୍ ରାହୁଲ ମିଳାଇଲେ ହାତ, ଆରମ୍ଭ ହେଲା ବୋବାଲ୍, ଜାଣନ୍ତୁ ମାମଲା?

Read More
{}{}