Hindi News >>Home >>Odisha Sports

Virat Kohli Post: ବିରାଟ-ଅନୁଷ୍କାଙ୍କ ପାଦର ପାଦ ମିଶାଇ ଦୌଡୁଛି ଝିଅ ଭାମିକା, ଭାଇରାଲ ହେଉଛି ଫଟୋ

Virat Kohli Instagram Post: ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ଭାମିକାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତିନିଜଣ ସମୁଦ୍ର କୂଳରେ ମଜା କରୁଥିବାର ନଜର ଆସିଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jan 09, 2023, 07:43 PM IST

Virat Kohli Post: ଭାରତୀୟ କ୍ରିକେଟ୍ ଟିମର ପୁର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ (Anushka Sharma) ନିକଟ ଅତୀତରେ ବୃନ୍ଦାବନରେ ଦେଖିବାକୁ ମିଳିଥିଲା । ଯେଉଁଠାରୁ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ବିରାଟ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ପାଇଁ ଆଉ ଏକ ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ଓ ଝିଅ ଭାମିକାଙ୍କ ସହ ସମୁଦ୍ର କୂଳରେ ଦୌଡୁଥିବାର ନଜର ଆସିଛନ୍ତି ।

ବିରାଟ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ବିରାଟ, ଅନୁଷ୍କା ଓ ତାଙ୍କ ଝିଅ ଭାମିକା ସମୁଦ୍ର କୂଳରେ ଦୌଡୁଥିବା ନଜର ଆସିଛନ୍ତି । ଫଟୋରେ ବିରାଟଙ୍କୁ ବ୍ଲାକ ସ୍ଵେଟସାର୍ଟ ଓ ଅନୁଷ୍କା ବ୍ଲାକ୍ ଲୁକରେ ନଜର ଆସୁଛନ୍ତି । ଯଦିଓ ଏହି ତିନିଜଣ କ୍ୟାମେରାରେ ମୁହଁ ଦେଖାଇ ନାହାଁନ୍ତି । ଜାନୁଆରୀ ୧୧ ରେ ବିରାଟ କୋହଲିଙ୍କ ଝିଅକୁ ଦୁଇ ବର୍ଷ ହେବ । ଭାମିକା ୧୧ ଜାନୁୟାରୀ ୨୦୨୧ ରେ ଜନ୍ମଗ୍ରହଣ କରିଥିଲେ । ଫଟୋ ସହିତ କୋହଲି ପରିବାର ବିଷୟରେ ଏକ ସୁନ୍ଦର ପଞ୍ଜାବୀ ଗୀତ ଲେଖିଛନ୍ତି । ଏଥି ସହିତ ବିରାଟଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ଅପାର ଭଲପାଇବା ଦେଉଛନ୍ତି । କିଛି ମିନିଟ୍ ମଧ୍ୟରେ ଫଟୋଗୁଡିକ ୧୦ ଲକ୍ଷରୁ ଅଧିକ ଲାଇକ୍ ପାଇଛି ।

ଆପଣଙ୍କୁ କହିରଖୁଛୁ ଯେ ନିକଟରେ ଏହି ଷ୍ଟାର ଦମ୍ପତି ତାଙ୍କ ଝିଅ ଭାମିକାଙ୍କ ସହ ବୃନ୍ଦାବନର ବାବା ନିମ୍ କରୋଲି ଆଶ୍ରମରେ ପହଞ୍ଚିଥିଲେ । ଯେଉଁଠାରେ ସେ ପ୍ରାୟ ୧ ଘଣ୍ଟା ରହି ଆଶୀର୍ବାଦ ନେଇଥିଲେ । ଏହି ସମୟରେ ଉଭୟ ନିଜ ପ୍ରଶଂସକଙ୍କୁ ଅଟୋଗ୍ରାଫ୍ ଦେଇଥିଲେ ଓ ଏକତ୍ର ଫଟୋଗ୍ରାଫ୍ ମଧ୍ୟ କରିଥିଲେ । ଖବର ଅନୁଯାୟୀ, ବିରାଟ ଏଦ ଅନୁଷ୍କା ଆଶ୍ରମରେ କମ୍ବଳ ବଣ୍ଟନ କରିଥିଲେ ।

ବିଶ୍ୱର ସବୁଠାରୁ ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ ଗଣତି ହେଉଥିବା ଅନୁଷ୍କା ଶର୍ମା ଓ ବିରାଟ କୋହଲି ଏପର୍ଯ୍ୟନ୍ତ ନିଜ ଝିଅର ଚେହେରା ସୋସିଆଲ ମିଡିଆରେ ପ୍ରକାଶ କରିନାହାଁନ୍ତି । ଯଦିଓ ପୂର୍ବରୁ ଭାମିକାଙ୍କ ଚେହେରା ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲା, ଯାହାର ଭିଡିଓ ଭାଇରାଲ ହେବା ପରେ ଅନୁଷ୍କା ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସମସ୍ତଙ୍କୁ ଏହାକୁ ହଟାଇବାକୁ କହିଥିଲେ ଓ ଭବିଷ୍ୟତରେ ଏହା କରାଯିବା ଉଚିତ ନୁହେଁ ବୋଲି କହିଥିଲେ । ଅନୁଷ୍କା ଶର୍ମାଙ୍କ ଆଗାମି ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ 'ଚକଦା ଏକ୍ସପ୍ରେସ'ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁଷ୍କା ପୂର୍ବତନ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଏହା ବି ପଢନ୍ତୁ: Vamika Kohli: କୋହଲିଙ୍କ ଝିଅ ଭାମିକାଙ୍କ କ୍ୟୁଟ୍ ଭିଡିଓ ଭାଇରାଲ

ଏହା ବି ପଢନ୍ତୁ: Suhana Khan: ପ୍ରେମରେ ପଡିଲେ କିଙ୍ଗ ଖାନଙ୍କ ଲାଡଲୀ, ଜାଣନ୍ତୁ କିଏ ହେବେ ଶାହରୁଖ ଖାନଙ୍କ ଜ୍ବାଇଁ?

Read More
{}{}