Hindi News >>Home >>Odisha Sports

Venkatesh Iyer: ଟିମ୍ ଇଣ୍ଡିଆର ଏହି ଦମଦାର୍ ଅଲରାଉଣ୍ଡର ହଠାତ୍ ହେଲେ ଆହତ, ଗୋଡ଼ରେ ଆଘାତ ଲାଗିବାରୁ ଟୁର୍ଣ୍ଣାମେଣ୍ଟରୁ ହେଲେ ବାହାର

Venkatesh Iyer: ଭାରତରେ ଘରୋଇ କ୍ରିକେଟରେ ବର୍ତ୍ତମାନ ସମୟରେ ସୟଦ ମୁଶ୍ତାକ ଅଲି ଟି-20 ଟ୍ରଫି (Syed Mushtaq Ali T20 Trophy) ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି । ଗୋଡ଼ରେ ଆଘାତ ଲାଗିବା କାରଣରୁ ଜଣେ ଦମଦାର ଅଲରାଉଣ୍ଡର ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି ।

Advertisement
Venkatesh Iyer: ଟିମ୍ ଇଣ୍ଡିଆର ଏହି ଦମଦାର୍ ଅଲରାଉଣ୍ଡର ହଠାତ୍ ହେଲେ ଆହତ, ଗୋଡ଼ରେ ଆଘାତ ଲାଗିବାରୁ ଟୁର୍ଣ୍ଣାମେଣ୍ଟରୁ ହେଲେ ବାହାର
Stop
Zee Odisha Desk|Updated: Oct 21, 2022, 12:09 PM IST

Syed Mushtaq Ali Trophy 2022: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଅକ୍ଟୋବର ୧୬ରୁ ଆରମ୍ଭ ହୋଇସାରିଛି । ବର୍ତ୍ତମାନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଜାରି ରହିଛି । ସେପଟେ ଭାରତୀୟ ଦଳ (Team India) ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ (India vs Pakistan Match) ଖେଳିବ । ଅନ୍ୟପଟେ ଭାରତରେ ଘରୋଇ କ୍ରିକେଟରେ ବର୍ତ୍ତମାନ ସମୟରେ ସୟଦ ମୁଶ୍ତାକ ଅଲି ଟି-20 ଟ୍ରଫି (Syed Mushtaq Ali T20 Trophy) ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି । ଗୋଡ଼ରେ ଆଘାତ ଲାଗିବା କାରଣରୁ ଜଣେ ଦମଦାର ଅଲରାଉଣ୍ଡର ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି ।

ଅଲରାଉଣ୍ଡର ଭେଙ୍କଟେଶ ଆୟର (Venkatesh Iyer) ସୟଦ ମୁଶ୍ତାକ ଅଲି ଟ୍ରଫି ୨୦୨୨ର ଅବଶିଷ୍ଟ ମ୍ୟାଚରେ ମଧ୍ୟପ୍ରଦେଶ ପାଇଁ ଖେଳି ପାରିବେ ନାହିଁ । ଗୋଇଠିରେ ଫ୍ରେକ୍ଚର କାରଣରୁ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇଛି । ଏହି ସିଜନରେ ଭେଙ୍କଟେଶ ଆୟର ଦମଦାର୍ ଫର୍ମରେ ଦେଖିବାକୁ ମିଳିଥିଲା ।​ ସିଜନର ପ୍ରଥମ ମ୍ୟାଚ୍‌ରେ ଭେଙ୍କଟେଶ ଆୟର ୨୦ ରନ୍‌ ଦେଇ ୬ଟି ୱିକେଟ୍ ନେଇଥିଲେ । ଏହାସହ ସେ ୬୨ ରନ କରି ନଟ୍ ଆଉଟ୍ ରହିଥିଲେ । ଏହା ପରେ ସେ ଏହି କ୍ରମରେ ୫୭, ୪୨ ଏବଂ ୨୮ ରନର ଇଂନିସ ଖେଳିଛନ୍ତି । ସେ ଏହି ସିଜନରେ ତାଙ୍କର ଶେଷ ମ୍ୟାଚ୍ ଅକ୍ଟୋବର ୧୬ରେ ରେଳବାଇ ବିପକ୍ଷରେ ଖେଳିଥିଲେ ।

ଭେଙ୍କଟେଶ ଆୟର ଟ୍ୱିଟରରେ ତାଙ୍କର ଭଙ୍ଗା ଗୋଡ଼ର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, "ଭଙ୍ଗା ଗୋଡ଼ ସହ ସୟଦ ମୁଶ୍ତାକ ଅଲି ଟ୍ରଫିର ଅବଶିଷ୍ଟ ମ୍ୟାଚ୍ ଖେଳି ନ ପାରିବାରୁ ଦୁଃଖିତ । ମୁଁ ଆଶା କରୁଛି ଶୀଘ୍ର ମୈଦାନକୁ ଫେରିବି । ମୁଁ ମଧ୍ୟ ପ୍ରଦେଶର ପୁଅମାନଙ୍କୁ ଚିୟର କରିବି । ସେହିଭଳି, ପଜିଟିଭ୍ ୱାଇଭ୍ସ ସହିତ ଆଗକୁ ବଢ଼ନ୍ତୁ ।" ଏଠାରେ କହି ରଖୁଛୁ ଯେ, ଭେଙ୍କଟେଶ ଆୟର୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ କୋଲକାତା ନାଇଟ୍ ରାଇଡର୍ସ (KKR) ପାଇଁ ଖେଳନ୍ତି । ଆଇପିଏଲରେ ନିଜର ଦମଦାର୍ ପ୍ରଦର୍ଶନ ଆଧାରରେ ସେ ଟିମ୍ ଇଣ୍ଡିଆରେ ମଧ୍ୟ ସ୍ଥାନ ପାଇଥିଲେ । ଭେଙ୍କଟେଶ ଆୟର ଭାରତ ପାଇଁ ୨ଟି ଏକ ଦିବସୀୟ ମ୍ୟାଚ୍ ଓ ୯ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏକଦା ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରିପ୍ଲେସମେଣ୍ଟ ଭାବରେ ଦେଖାଯାଉଥିଲା ।

ଅଧିକ ପଢ଼ନ୍ତୁ:-ଅକ୍ଟୋବର ୨୨-୨୩ରେ କରିନିଅନ୍ତୁ ଏହି ଗୋଟିଏ କାମ, ଧନ କୁବେର ଓ ଶନି ଦେବଙ୍କ କୃପା କରିଦେବ ମାଲାମାଲ!

ଅଧିକ ପଢ଼ନ୍ତୁ:-ମୃତ୍ୟୁ ପରେ କିଭଳି ଥାଏ ସେହି ଦୁନିଆ? ଜାଣନ୍ତୁ ସେହି ରହସ୍ୟମୟ ଦୁନିଆ ବିଷୟରେ...

ଅଧିକ ପଢ଼ନ୍ତୁ:-ଶେନ୍ ୱାଟସନଙ୍କ ବଡ଼ ବୟାନ, 'ଏହି ଖେଳାଳି ଏକାକୀ ନିଜ ଦମରେ ଭାରତକୁ ଜିତାଇ ପାରିବେ ବିଶ୍ୱକପ'

ଭେଙ୍କଟେଶ ଆୟର୍ ଟିମ୍ ଇଣ୍ଡିଆ ପାଇଁ ୯ଟି ଟି-20 ମ୍ୟାଚରେ ୧୩୩ ରନ୍ ସଂଗ୍ରହ କରିଛନ୍ତି ଓ ୫ ୱିକେଟ୍ ନେଇଛନ୍ତି । ଜୁନ୍ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏକ ମ୍ୟାଚ୍‌ରେ ଋଷଭ ପନ୍ତ ଭେଙ୍କଟେଶ ଆୟରଙ୍କୁ ସୁଯୋଗ ଦେଇ ନଥିଲେ । ଏଥି ସହିତ ସେ ଆୟର୍ଲାଣ୍ଡ ସିରିଜରେ ଖେଳୁଥିବା ଚୂଡ଼ାନ୍ତ ଏକାଦଶର ଅଂଶ ହୋଇପାରିନଥିଲେ । ବର୍ତ୍ତମାନ ତାଙ୍କୁ ଦଳର ସ୍କ୍ୱାଡରୁ ମଧ୍ୟ ବାହାର କରି ଦିଆଯାଇଛି ।

Read More
{}{}