Hindi News >>Home >>Odisha Sports

U19 T20 World Cup Final: ଧୋନିଙ୍କ ପରି ଇତିହାସ ରଚିଲେ ଶେଫାଳି ଭର୍ମା, ବ୍ରିଟିଶକୁ ମାତ୍ ଦେଇ ଭାରତକୁ କଲେ ବିଶ୍ୱ ବିଜେତା

ICC Women's Under 19 T20 World Cup final India vs England: ଭାରତର ଅଣ୍ଡର-୧୯ ମହିଳା କ୍ରିକେଟ୍ ଦଳ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି । ଏପରି ଭାବରେ, ମହେନ୍ଦ୍ର ସିଂ ଧୋନି ୧୬ ବର୍ଷ ପୂର୍ବେ କରିଥିବା ଚମତ୍କାର, ବର୍ତ୍ତମାନ ଅଧିନାୟକ ଶେଫାଳି ଭର୍ମା ପୁନରାବୃତ୍ତି କରିଛନ୍ତି ।

Advertisement
U19 T20 World Cup Final: ଧୋନିଙ୍କ ପରି ଇତିହାସ ରଚିଲେ ଶେଫାଳି ଭର୍ମା, ବ୍ରିଟିଶକୁ ମାତ୍ ଦେଇ ଭାରତକୁ କଲେ ବିଶ୍ୱ ବିଜେତା
Stop
Updated: Jan 29, 2023, 09:07 PM IST

U19 Women T20 World Cup: ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ୧୬ ବର୍ଷ ପୂର୍ବେ ଯାହା କରିଥିଲେ, ଶେଫାଲୀ ଭର୍ମା (Shefali Verma) ମଧ୍ୟ ଇତିହାସର ସମାନ ପୁନରାବୃତ୍ତି କରିଛନ୍ତି । ୧୬ ବର୍ଷ ପୂର୍ବେ ଧୋନି କ'ଣ କରିଥିଲେ । ଏହା ସମସ୍ତେ ଜାଣନ୍ତି । କାରଣ ଧୋନି ୧୬ ବର୍ଷ ପୂର୍ବେ ୨୦୦୭ ରେ ଯାହା କରିଥିଲେ ତାହା ସମସ୍ତେ କେବେବି ଭୁଲି ପାରିବେ ନାହିଁ । ତାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱ ଚାମ୍ପିୟନ (T20 World Champion) ହେଲା ଓ ୧୯୮୩ ପରେ ଭାରତୀୟ ଦଳ (Indian team) ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା । ଆଜି ଅର୍ଥାତ ୨୯ ଜାନୁଆରୀରେ ଶେଫାଲୀ ଭର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ମଧ୍ୟ ମହିଳା ଅଣ୍ଡର-୧୯ ବିଶ୍ୱକପ (Women's Under-19 World Cup) ବିଜେତା ହୋଇଛି ।

ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ମହିଳା ଅଣ୍ଡର-୧୯ ଟି-୨୦ ବିଶ୍ୱକପ୍‌ର ଫାଇନାଲ ରବିବାର ଦିନ ପୋଚେଫଷ୍ଟରୁମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ମ୍ୟାଚ ଜିତି ଇତିହାସ ରଚିବାକୁ ଉଭୟ ଦଳ ନଜର ରଖିଥିଲେ । କାରଣ ପ୍ରଥମ ଥର ପାଇଁ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଖେଳାଯାଉଥିଲା । ଫାଇନାଲ୍ ଜିତିବାର ଅର୍ଥ ହେଉଛି ଏହି ବର୍ଗର ପ୍ରଥମ ବିଶ୍ୱ ଚାମ୍ପିଅନ୍ ହେବା । ଧୋନିଙ୍କ ୨୦୦୭ ମସିହାରେ ପ୍ରଥମ ଟି-୨୦ ବିଶ୍ୱକପ ବିଜେତା ଭାରତକୁ କରାଇଥିଲେ । ସମପରି ଶେଫାଲୀଙ୍କ ଆଖି ମଧ୍ୟ ଅଣ୍ଡର-୧୯ ଟି-୨୦ ବିଶ୍ୱକପ୍‌ର ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ଥିଲା ।

ଶେଫାଲୀଙ୍କ ନେତୃତ୍ୱରେ ଭାରତୀୟ ଅଣ୍ଡର-୧୯ ମହିଳା ଦଳ ଇଂଲଣ୍ଡକୁ ଫାଇନାଲରେ ମାତ୍ର ୬୮ ରନରେ ଅଲ ଆଉଟ କରି ଦେଇଥିଲେ । ଏହାପରେ ମାତ୍ର ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲେ । ଯେତେବେଳେ ଭାରତ ଏହି ମ୍ୟାଚ ଜିତିଥିଲା, ସେତେବେଳେ ଇନିଂସରେ ୩୮ ଟି ବଲ ମଧ୍ୟ ବାକିଥିଲା । ଏଥିରୁ ଆପଣ ତାଙ୍କର ଚିତ୍ତାକର୍ଷକ ବିଜୟକୁ ଆକଳନ କରିପାରିବେ ।

୨୦୦୭ ମସିହାରେ ପ୍ରଥମ ଥର ପାଇଁ ପୁରୁଷ ଟି-୨୦ ବିଶ୍ୱକପ୍ ଖେଳାଯାଇଥିଲା । ପ୍ରଥମ ଥର ଯେତେବେଳେ ଟି-୨୦ ଫର୍ମାଟରେ ବିଶ୍ୱକପ୍ ଆୟୋଜିତ ହୋଇଥିଲା । ସେହିଭଳି ବର୍ତ୍ତମାନର ମହିଳା ଅଣ୍ଡର-୧୯ ଟି-୨୦ ବିଶ୍ୱକପ ମଧ୍ୟ ପ୍ରଥମ ଥର ପାଇଁ ଖେଳାଯାଇଥିଲା । ଏହାପୂର୍ବରୁ ପୁରୁଷ କ୍ରିକେଟରେ କେବଳ ଅଣ୍ଡର-୧୯ ବିଶ୍ୱକପ ଥିଲା ଓ ଏହା ମଧ୍ୟ ODI ଫର୍ମାଟରେ ଥିଲା । ଏଥର ପ୍ରଥମ ଥର ପାଇଁ ମହିଳା ଅଣ୍ଡର-୧୯ ବିଶ୍ୱକପ ଅନୁଷ୍ଠିତ ହୋଇଥିଲା । ଯାହାର ବିଜେତା ଭାରତ ହୋଇଛି ।

ଏହା ବି ପଢ଼ନ୍ତୁ: Ind vs NZ 2nd T20: ବିମାନବନ୍ଦରରୁ ସିଧାସଳଖ ଷ୍ଟାଡିୟମରେ ପହଞ୍ଚିଥିଲେ କୋଚ୍ ଦ୍ରାବିଡ, ପିଚ୍ ଦେଖି ବଦଳିଗଲା ମୁହଁର ରଙ୍ଗ, ଜାଣନ୍ତୁ ମାମଲା

ଏହା ବି ପଢ଼ନ୍ତୁ: Hockey World Cup 2023: ବିଜୟ ସହ ବିଶ୍ୱକପ ଅଭିଯାନ ଶେଷ କଲା ଭାରତ, ଜାପାନ ପରେ ଦକ୍ଷିଣ ଆଫ୍ରିକାକୁ ଦେଲା ମାତ

{}{}