Hindi News >>Home >>Odisha Sports

Tushar Deshpande Marriage: ଆଇପିଏଲ ପୂର୍ବରୁ ବିବାହ କଲେ ଧୋନିଙ୍କ ସାଥୀ, ସ୍କୁଲ କ୍ରସ୍ ସହିତ ନେଲେ ସାତଫେରା

Tushar Deshpande Marriage: ଇଣ୍ଡିଆନ୍ ପ୍ରିମିୟର ଲିଗରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ତୁଷାର ଦେଶପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ନିଜ ସ୍କୁଲ କ୍ରସ୍ ସହିତ ସାତ ଫେରା ନେଇଛନ୍ତି ।  

Advertisement
Tushar Deshpande gets married to Nabha Gaddamwar
Stop
Jagdish Barik|Updated: Dec 22, 2023, 04:27 PM IST

Tushar Deshpande Marriage: ଇଣ୍ଡିଆନ୍ ପ୍ରିମିୟର ଲିଗରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ତୁଷାର ଦେଶପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ନାଭା ଗଡାମୱାରଙ୍କୁ ତୁଷାର ବିବାହ କରିଛନ୍ତି । ଫଟୋ ପୋଷ୍ଟ କରିବାବେଳେ ତୁଷାର ଏକ ସ୍ନେହପୂର୍ଣ୍ଣ କ୍ୟାପସନ୍ ମଧ୍ୟ ଲେଖିଥିଲେ ।

ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀଙ୍କ ସହ ଏକ ଫଟୋ ପୋଷ୍ଟ କରି ତୁଶାର ଲେଖିଛନ୍ତି, “ଜୟ ବଜରଙ୍ଗ ବାଲି, ଏହି ବିଶେଷ ମୁହୂର୍ତ୍ତକୁ କ୍ୟାପଚର କରିଥିବାରୁ ଧନ୍ୟବାଦ।” ଏହାର ସୂଚନା ସେ ପ୍ରଥମେ ଦେଇ ସାରିଥିଲେ ଯେତେବେଳେ ସେ ନିର୍ବନ୍ଧ କରିଥିଲେ। ତୁଷାର ଏକ ପୋଷ୍ଟ ମାଧ୍ୟମରେ କହିଥିଲେ ଯେ ତାଙ୍କ ପତ୍ନୀ ସ୍କୁଲରେ ତାଙ୍କର କ୍ରସ୍ ଥିଲେ ଓ ଆଜି ସେ ତାଙ୍କର ପତ୍ନୀ ହୋଇଛନ୍ତି ।

କିଏ ଏହି ନାଭା?
ନାଭାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଞ୍ଚ କରିବାପରେ ସେ ଜଣେ କଳାକାର ବୋଲି ଜଣାପଡିଛି । ତାଙ୍କ ପେଜରେ ଅନେକ ଫଟୋ ମଧ୍ୟ ଉପଲବ୍ଧ । ତାଙ୍କର ଏଠାରେ ବହୁତ ଭଲ ଫଲୋର୍ସ ଅଛନ୍ତି । ଆଶା କରାଯାଏ ଯେ ତାଙ୍କ ନାମ ତୁଷାର ସହିତ ଜଡିତ ହେବା ପରେ ତାଙ୍କ ଫଲୋର୍ସ ଆହୁରି ବଢ଼ିବେ ।

ନିକଟରେ ତୁଷାର ଦେଶପାଣ୍ଡେ ଟି-୨୦ ସୟଦ ମୁଶତାକ ଅଲି ଟ୍ରଫିରେ ଚତ୍ମକାର ବୋଲିଂ ପ୍ରଦର୍ଶନ କରି ହ୍ୟାଟ୍ରିକ୍ ନେଇଥିଲେ । ମୁମ୍ବାଇ ପାଇଁ ଖେଳୁଥିବା ବେଳେ ମିଜୋରାମ ବିପକ୍ଷ ମ୍ୟାଚରେ ତୁଷାର ଏହି ହ୍ୟାଟ୍ରିକ୍ ନେଇଥିଲେ । ଏହି ମ୍ୟାଚ୍‌ରେ ତୁଷାର ମାତ୍ର ୧୩ ରନ୍‌ ପାଇଁ ଚାରିଟି ୱିକେଟ୍ ନେଇ ମିଜୋରାମଙ୍କ ବ୍ୟାଟିଂ ଲାଇନକୁ ଚୁରମାର କରି ଦେଇଥିଲେ । ମୁମ୍ବାଇ ଦଳ ମାତ୍ର ୬ ଓଭରରେ 9 ୱିକେଟରେ ଏହି ମ୍ୟାଚ୍ ଜିତି ନେଇଥିଲା ।

CSK ପାଇଁ ଖେଳନ୍ତି ତୁଷାର 
ତୁଷାର ଦେଶପାଣ୍ଡେ ବର୍ତ୍ତମାନ ଆଇପିଏଲରେ CSK ଦଳର ଏକ ଅଂଶ । ସେ ଏପର୍ଯ୍ୟନ୍ତ ଏଠାରେ ମୋଟ ୨୩ ଟି ମ୍ୟାଚରେ ଭାଗ ନେଇଛନ୍ତି । ଏହି ସମୟରେ, ସେ ହାରାହାରି ୩୨.୭୬ ରେ ୨୩ଟି ଇନିଂସରେ ୨୫ଟି ୱିକେଟ୍ ନେଇଛନ୍ତି ।

Read More
{}{}