Hindi News >>Home >>Odisha Sports

ଜାଣନ୍ତୁ କିଏ ଏସିଆ କପର ସର୍ବାଧିକ ସ୍କୋରର୍?

Asia Cup: ଏସିଆ କପ୍ (Asia Cup) ୧୯୮୪ ମସିହାରେ ଆରମ୍ଭ ହୋଇଥିଲା। ଏସିଆ କପରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳୀଙ୍କ ବିଷୟରେ ବହୁତ କମ ଲୋକ ଜଣିଛନ୍ତି। 

Advertisement
ସାଂକେତିକ ଫଟୋ
Stop
Zee Odisha Desk|Updated: Sep 04, 2022, 03:44 PM IST

Asia Cup: ଏସିଆ କପ୍ (Asia Cup) ୧୯୮୪ ମସିହାରେ ଆରମ୍ଭ ହୋଇଥିଲା। ଭାରତୀୟ ଦଳ ସର୍ବାଧିକ ୭ ଥର ଏସିଆ କପ୍ ଟାଇଟଲ୍ ଜିତିଛି। ସେହିପରି ଶ୍ରୀଲଙ୍କା (Sri Lanka) ପାଞ୍ଚ ଥର ଏସିଆ କପ୍ ଓ ପାକିସ୍ତାନ (Pakistan) ଦଳ ୨ ଥର ଜିତିବାରେ ସଫଳ ହୋଇଛନ୍ତି। ଏଥର ଏସିଆ କପ-୨୦୨୨ ଅଗଷ୍ଟ ୨୭ରୁ ଆରମ୍ଭ ହୋଇଛି। ହେଲେ ଏସିଆ କପରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳୀଙ୍କ ବିଷୟରେ ବହୁତ କମ ଲୋକ ଜଣିଛନ୍ତି। ଆଉ ସେଥିରେ ଭାରତର କେତେ ଜଣ ଖେଳାଳୀ ରହିଛନ୍ତି ସେ ବିଷୟରେ ଆଲୋଚନା କରିବା। 

୧. ସନଥ ଜୟସୁରିଆ 

ଏସିଆ କପରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଶ୍ରୀଲଙ୍କାର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ସନଥ ଜୟସୁରିଆଙ୍କ ନାମରେ ରହିଛି। ଏସିଆ କପ୍ ଟୁର୍ନାମେଣ୍ଟର ୨୫ଟି ମ୍ୟାଚ୍ ରୁ ୨୪ ଇନିଂସରେ ଜୟସୁରିଆ ୧୨୨୦ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଆଭରେଜ ୫୩ରୁ ଅଧିକ ରହିଛି। ଏହି ସମୟ ମଧ୍ୟରେ ସେ ୬ଟି ଶତକ ଓ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

୨. କୁମାର ସାଙ୍ଗାକରା 

ଏସିଆ କପ୍‌ର ୨୩ଟି ମ୍ୟାଚ୍‌ରେ ଶ୍ରୀଲଙ୍କାର ହିଟମ୍ୟାନ କୁମାର ସାଙ୍ଗାକାରା ୧୦୭୫ ରନ୍ ସଂଗ୍ରହ କରିଛନ୍ତି। ଏସିଆ କପରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କୁମାର ସାଙ୍ଗାକାରା ମଧ୍ୟ କିଛି ସମୟ ପାଇଁ ଶ୍ରୀଲଙ୍କା ଦଳର ଅଧିନାୟକ ରହିଥିଲେ।

୩. ସଚିନ୍ ତେନ୍ଦୁଲକର

ଗଡ ଅଫ୍ କ୍ରିକେଟ୍ ସଚିନ ତେନ୍ଦୁଲକର ଏସିଆ କପ୍‌ରେ ତୃତୀୟ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ସେ ୨୩ଟି ମ୍ୟାଚରେ ୯୭୧ ରନ୍ ସଂଗ୍ରହ କରିଛନ୍ତି। ରନ୍ ସ୍କୋର କରିବା ବ୍ୟତୀତ ସଚିନ ତେନ୍ଦୁଲକର ମଧ୍ୟ ଏସିଆ କପରେ ୧୭ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି। ସଚିନଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକର ରେକର୍ଡ ରହିଛି।

୪. ଶୋଏବ ମଲିକ୍

ସର୍ବାଧିକ ରନ୍ ସ୍କୋରର ତାଲିକାରେ ପାକିସ୍ତାନର ଶୋଏବ ମଲିକ ନାମ ମଧ୍ୟ ରହିଛି। ସେ ଏସିଆ କପ୍‌ର ୨୧ଟି ମ୍ୟାଚରେ ୯୦୭ ରନ୍ ସଂଗ୍ରହ କରିଛନ୍ତି। 

୫. ରୋହିତ ଶର୍ମା

ଏହି ତାଲିକାରେ ଭାରତର ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା (Rohit Sharma) ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୮ ଏସିଆ କପ୍ ଟାଇଟଲ୍ ଜିତିଥିଲା। ରୋହିତ ଶର୍ମା ଏସିଆ କପ୍‌ର ୨୭ଟି ମ୍ୟାଚରେ ୮୮୩ ରନ୍ ସଂଗ୍ରହ କରିଛନ୍ତି। ରୋହିତ ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ଟି-୨୦ କ୍ରିକେଟ୍ ରେ ତାଙ୍କ ନାମରେ ଚାରୋଟି ଶତକ ମଧ୍ୟ ରହିଛି।

Read More
{}{}