Hindi News >>Home >>Odisha Sports

Olympics 2024: ଆସନ୍ତାକାଲି ଭାରତୀୟ ହକି ଦଳ କରିବ ପ୍ୟାରିସ୍ ଅଲିମ୍ପିକ୍ସରେ ଡେବ୍ୟୁ, ଏଠାରେ ଦେଖନ୍ତୁ ପୂରା କାର୍ଯ୍ୟସୂଚୀ

Olympics 2024: କୋଟି କୋଟି ଭାରତୀୟଙ୍କ ନିଜର ପୁଣି ଥରେ ଭାରତୀୟ ହକି ଦଳ ଉପରେ ଅଟକି ରହିଛଇ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଏଭଳି ପରିସ୍ଥିତିରେ ପୁଣି ଥରେ ଭାରତୀୟ ହକିରୁ ଦେଶ ପଦକ ପାଇବାର ଆଶା ରଖିଛି।  

Advertisement
Paris Olympics 2024
Stop
Jagdish Barik|Updated: Jul 26, 2024, 09:25 PM IST

Paris Olympics 2024: ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଇତିହାସ ଅତ୍ୟନ୍ତ ଚତ୍ମକାର ରହିଛି। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲା। ସେବେଠାରୁ ହକି ଦଳର ପ୍ରଦର୍ଶନ ଭଲ ରହିଆସିଛି। ବର୍ତ୍ତମାନ ଆଶା କରାଯାଉଛି ଯେ ଟିମ୍ ଇଣ୍ଡିଆ ପୁଣି ଥରେ ଅଲିମ୍ପିକ୍ସରେ ପଦକ ଜିତିବ। ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳର ପ୍ରଥମ ମ୍ୟାଚ୍ ୨୭ ଜୁଲାଇରେ ଖେଳାଯିବ। ଟିମ୍ ଇଣ୍ଡିଆ ଏଥର ଗ୍ରୁପ୍ ବି ର ଏକ ଅଂଶ।

ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ
ଭାରତୀୟ ପୁରୁଷ ହକି ଦଳ ଏଥର ପ୍ୟାରିସ ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ ପଦକ ଜିତିବାକୁ ନଜର ରଖିଛି। ଦଳକୁ ୨୭ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୯ ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମାନପ୍ରୀତ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେମାନେ ଏକ ଭଲ ଦଳ। କିନ୍ତୁ ଆମର ପ୍ରସ୍ତୁତି ଉପରେ ଆମର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଅଛି।

ଏଥର ଭାରତୀୟ ଦଳ ଅଲିମ୍ପିକ୍ସ ପାଇଁ ଦୃଢ଼ ପ୍ରସ୍ତୁତି ଚଳାଇଛି। ଏହି ଦଳ ସ୍ୱିଜରଲ୍ୟାଣ୍ଡରେ ୩ ଦିନିଆ ମେଣ୍ଟାଲ କଣ୍ଡିସନର ଶିବିରରେ ଭାଗ ନେଇଥିଲେ। ଏହା ବ୍ୟତୀତ ଦଳ ମାଲେସିଆ, ନେଦରଲ୍ୟାଣ୍ଡ, ଜର୍ମାନୀ ଏବଂ ଗ୍ରେଟ ବ୍ରିଟେନ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିଛି। ଯାହା ଅଲିମ୍ପିକ୍ସରେ ସେମାନଙ୍କୁ ଉପକୃତ କରିପାରେ। ଅଲିମ୍ପିକ୍ ଚାମ୍ପିଅନ୍ ବେଲଜିୟମ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ସହିତ ଭାରତ ଗ୍ରୁପ୍ ବିରେ ସ୍ଥାନ ପାଇଛି।

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୫ ପାଇଁ ଭାରତୀୟ ହକି ଦଳ

ଗୋଲକିପର: ପିଆର୍ ଶ୍ରୀଜେଶ
ଡିଫେଣ୍ଡର: ଜରମନପ୍ରୀତ ସିଂ, ଅମିତ ରୋହିଦାସ, ହରମନପ୍ରୀତ ସିଂ, ସୁମିତ, ସଞ୍ଜୟ
ମିଡଫିଲ୍ଡର: ରାଜକୁମାର ପାଲ, ଶ୍ୟାମଶେର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ
ଫରୱାର୍ଡ: ଅଭିଷେକ, ସୁଖଜିତ୍ ସିଂ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରୁଜନ୍ତ ସିଂ
ବିକଳ୍ପ ଖେଳାଳି: ନୀଳକାନ୍ତ ଶର୍ମା, ଯୁଗରାଜ ସିଂ, କୃଷ୍ଣ ବାହାଦୂର ପାଠକ

ଗ୍ରୁପ୍ ଏ: ନେଦରଲ୍ୟାଣ୍ଡ, ଜର୍ମାନୀ, ଗ୍ରେଟ୍ ବ୍ରିଟେନ, ସ୍ପେନ୍, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା 
ଗ୍ରୁପ୍ ବି: ବେଲଜିୟମ, ଭାରତ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ 

ଭାରତୀୟ ହକି ଦଳ ମ୍ୟାଚର ପୂରା କାର୍ଯ୍ୟସୂଚୀ:

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ୨୭ ଜୁଲାଇ ରାତି ୯.୦୦ PM
ଭାରତ ବନାମ ଆର୍ଜେଣ୍ଟିନା ୨୯ ଜୁଲାଇ ୪:୧୫ PM 
ଭାରତ ବନାମ ଆୟର୍ଲାଣ୍ଡ ୩୦ ଜୁଲାଇ ୪:୪୫ PM
ଭାରତ ବନାମ ବେଲଜିୟମ ୧ ଅଗଷ୍ଟ ୧:୩୦ PM
ଭାରତ ବନାମ ଅଷ୍ଟ୍ରେଲିଆ ୨ ଅଗଷ୍ଟ ୪:୪୫ PM

Read More
{}{}