Hindi News >>Home >>Odisha Sports

INDIA Vs WI: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍, ବିଜୟ କାହାର?

INDIA Vs WI: ଆଜି ଭାରତ(India) ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଯାଉଛି ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଆଜି ରାତି ୮ରୁ ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ (Providence stadium Guyana) ଏହି ମ୍ୟାଚ୍ ଖେଳାଯିବ।ଏହି ୫ ଟିକିଆ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଠାରୁ ୪ ରନରେ ପରାଜୟ ବରଣ କରିଛି ଭାରତ।

Advertisement
INDIA Vs WI: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ୟ ଟି-୨୦ ମ୍ୟାଚ୍, ବିଜୟ କାହାର?
Stop
Priyambada Rana|Updated: Aug 06, 2023, 11:48 AM IST

INDIA Vs WI: ଆଜି ଭାରତ(India) ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଯାଉଛି ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଆଜି ରାତି ୮ରୁ ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ (Providence stadium Guyana) ଏହି ମ୍ୟାଚ୍ ଖେଳାଯିବ।ଏହି ୫ ଟିକିଆ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଠାରୁ ୪ ରନରେ ପରାଜୟ ବରଣ କରିଛି ଭାରତ। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପାଇଁ ଆଜିର ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଓ ଆଜିର ମ୍ୟାଚରେ ଦଳର ବିଜୟ ନେଇ ଆଶା ପ୍ରକଟ କରାଯାଇଛି।

ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୬ୱିକେଟରେ ୧୪୯ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଦଳ ସାମ୍ନାରେ ମ୍ୟାଚ୍ ଜିତିବା ପାଇଁ ୧୫୦ ରନର ଟାର୍ଗେଟ ଥିଲା। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦ ଓଭରରେ ୯ ୱିକେଟ୍ ବଳରେ କେବଳ ୧୪୫ ରନ୍ ବନାଇ ପରାଜୟ ବରଣ କରିଥିଲେ। ତେଣୁ ଆଜିର ମ୍ୟାଚରେ ମିଡିଲ ଅର୍ଡରରେ ୱିକେଟ୍ ସମ୍ଭାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ।

ସେପଟେ ଚଳିତ ସିରିଜରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ଘରୋଇ ଟିମ୍ ଆଜିର ମ୍ୟାଚ୍ ଜିତି ସିରିଜ୍ ରେ ୨-୦ରେ ଲିଡ୍ କରିବାକୁ ଲକ୍ଷ୍ୟ ରଖିଛି।

ଦ୍ରୁତ ବୋଲରମାନେ ଗାଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭଲ ପ୍ରଦର୍ଶନ କରିଥିବାର ରୋକର୍ଡ ରହିଛି। ଅଧିକାଂଶ ନିମ୍ନ ସ୍କୋରିଂ ମ୍ୟାଚ୍ ଏହି ଗ୍ରାଉଣ୍ଡରେ ଦେଖାଯାଏ | ଏଠାରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୨୩ ରନ୍ ଥିଲା। ମ୍ୟାଚ୍ ବେଳେ ଏଠାରେ ରନ୍ ସ୍କୋର କରିବା ଅଧିକ କଷ୍ଟସାଧ୍ୟ ହୋଇଯାଏ । ସ୍ଲୋ ୱିକେଟ୍ ସ୍ପିନରମାନଙ୍କୁ ମଧ୍ୟ ସାହାଯ୍ୟ କରିଥାଏ।  ତେବେ ନିକଟରେ ହୋଇଥିବା ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୫୦ରୁ ଅଧିକ ରନ୍‌ର ଟାର୍ଗେଟ ଏହି ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି।

ଭାରତର ସମ୍ଭାବ୍ୟ ୧୧ ଖେଳାଳୀ- ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସଞ୍ଜୁ ସାମସନ, ଅକ୍ସର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ଏବଂ ମୁକେଶ କୁମାର।

ୱେଷ୍ଟଇଣ୍ଡିଜର ସମ୍ଭାବ୍ୟ ୧୧ ଖେଳାଳୀ-କାଇଲ୍ ମାୟର୍ସ, ବ୍ରାଣ୍ଡାନ୍ କିଙ୍ଗ, ଜନସନ ଚାର୍ଲ୍ସ, ନିକୋଲାସ୍ ପୁରନ୍ (ୱିକେଟ୍ କିପର), ଶିମ୍ରନ୍ ହେଟମିୟର, ରୋଭମାନ ପାୱେଲ (ଅଧିନାୟକ), ଜେସନ ହୋଲ୍ଡର, ରୋମାରିଓ ଶେଫର୍, ଅକିଲ ହୁସେନ୍, ଅଲଜାରି ଜୋସେଫ ଏବଂ ଓବେଦ ମ୍ୟାକକୋଇ |

Also Read: Odisha Weather:ରାଜ୍ୟରେ ଆହୁରି ୩ ଦିନ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ..

World Archery Championship: ଇତିହାସ ରଚିଲେ ୧୭ ବର୍ଷର ଝିଅ ଅଦିତି ସ୍ୱାମୀ, ବନିଲେ ବିଶ୍ୱ ଚାମ୍ପିଅନ୍

Read More
{}{}