Hindi News >>Home >>Odisha Sports

ପିଚକୁ ନେଇ ମହାଭାରତ, ବଳି ପଡ଼ିଗଲେ ଏହି ଅଧିକାରୀ

ଦ୍ୱିତୀୟ ମ୍ୟାଚରେ ଭାରତ ୬ ଓ୍ୱିକେଟରେ ବିଜୟ ହାସଲ କରିଥିଲା। ମ୍ୟାଚ ପରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ପିଚକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କେବଳ ଏହି ପିଚ ନୁହେଁ, ରାଞ୍ଚ ପିଚକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଥିଲେ ହାର୍ଦ୍ଦିକ।

Advertisement
ପିଚକୁ ନେଇ ମହାଭାରତ, ବଳି ପଡ଼ିଗଲେ ଏହି ଅଧିକାରୀ
Stop
Zee Odisha Desk|Updated: Jan 31, 2023, 10:30 AM IST

ନୂଆଦିଲ୍ଲୀ: ଭାରତ (India) ଓ ନ୍ୟୁଜିଲାଣ୍ଡ (Newzealand) ମଧ୍ୟରେ ଏବେ ୩ଟିକିଆ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ (T20 Series) ଖେଳାଯାଉଛି। ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଛି। ପ୍ରଥମ ଟି୨୦ରେ (First T20) ପରାଜୟ ବରଣ କରିଥିବା ବେଳେ ଦ୍ୱିତୀୟ ଟି୨୦ରେ (T20 Series) ବିଜୟ ହାସଲ କରି ସିରିଜକୁ ବରାବର ରଖିଛି। ତେବେ ଦ୍ୱିତୀୟ ଟି୨୦ ମ୍ୟାଚ ଲୋ ସ୍କୋରିଂ ମ୍ୟାଚ (Low Scoring Match) ହୋଇଥିଲା। ଯାହାକୁ ନେଇ ଏବେ ତୁମ୍ଭିତୋଫାନ ଆରମ୍ଭ ହୋଇଯାଇଛି। ଲକ୍ଷ୍ନୌରେ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯାଇଥିଲା। ଏହି ପିଚରେ (Cricket Pitch) ବ୍ୟାଟସମ୍ୟାନଙ୍କୁ ବ୍ୟାଟିଂ କରିବା କଷ୍ଟକର ହୋଇ ପଡ଼ିଥିଲା। ତେବେ ଏହାକୁ ନେଇ ଏବେ ଜୋରଦାର ହଙ୍ଗାମା ଦେଖାଦେଇଛି। ତେବେ ପିଚ ସମସ୍ୟାକୁ (Pitch Problem) ନେଇ ଜଣେ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏସନ (UPCA) କହିବା ମୁତାବକ ପିଚ କ୍ୟୁରେଟରଙ୍କୁ ଏହି ମାମଲାରେ ବରଖାସ୍ତ କରାଯାଇଛି। 

ଏଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତ ୬ ଓ୍ୱିକେଟରେ ବିଜୟ ହାସଲ କରିଥିଲା। ମ୍ୟାଚ ପରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ପିଚକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କେବଳ ଏହି ପିଚ ନୁହେଁ, ରାଞ୍ଚ ପିଚକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଥିଲେ ହାର୍ଦ୍ଦିକ। ସେ କହିଥିଲେ କି ଉଭୟ ରାଞ୍ଚି ଓ ଲକ୍ଷ୍ନୌ ପିଚ ଟି୨୦ ମ୍ୟାଚ ଖେଳିବା ଯୋଗ୍ୟ ନଥିଲା। ଲକ୍ଷ୍ନୌ ପିଚରେ ୩୯.୫ ଓଭରରେ ମାତ୍ର ୨୦୦ ରନ କରିଥିଲେ। 

ମିଳିଥିବା ସୂଚନା ମୁତାବକ ଇକାନା ଷ୍ଟାଡ଼ିୟମରେ ପିଚ କ୍ୟୁରେଟର ଏହି ମୁକାବିଲା ପାଇଁ କଳାମାଟିରେ ଦୁଇଟି ପିଚ ପ୍ରସ୍ତୁତ କରିଥିଲେ। କିନ୍ତୁ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଶେଷ ମୂହୁର୍ତ୍ତରେ ନାଲି ମାଟିରେ ପିଚ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏତେ କମ ସମୟ ମଧ୍ୟରେ ସଠିକ ଢଙ୍ଗରେ ପିଚ ପ୍ରସ୍ତୁତ ହୋଇ ପାରିନଥିଲା। ଟିମ ଇଣ୍ଡିଆର ବୋଲିଂ କୋଚ ପାରସ ହ୍ମାମ୍ବ୍ରେ ମଧ୍ୟ ପିଚକୁ ନେଇ ଜୋରଦାର ସମାଲୋଚନା କରିଥିଲେ। ହ୍ମାମ୍ବ୍ରେ କହିଥିଲେ କି ଏଭଳି ଖରାପ ପିଚକୁ ନେଇ ପିଚ କ୍ୟୁରେଟରଙ୍କୁ ପଚାରିବାର ଆବଶ୍ୟକତା ରହିଛି। 

ସୂଚନାଯୋଗ୍ୟ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ତୃତୀୟ ଟି୨୦ ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି। କିଓ୍ୱି ଟିମ ରାଞ୍ଚିରେ ୨୧ରନରେ ବିଜୟ ହାସଲ କରିଥିଲା ବେଳେ ଦ୍ୱିତୀୟ ମ୍ୟାଚ ୬ ଓ୍ୱିକେଟରେ ହାରିଯାଇଥିଲା।  

Read More
{}{}