Hindi News >>Home >>Odisha Sports

IPL ମଝିରେ ଏହି କ୍ରିକେଟରଙ୍କ ମୃତ୍ୟୁ, ବ୍ୟାଟସମ୍ୟାନଙ୍କ ଜୋରଦାର ସଟରେ ହୋଇଥିଲେ ଗୁରୁତର

ପ୍ରାୟତଃ କ୍ରିକେଟ୍ ପଡ଼ିଆରେ ଖେଳାଳି ଆହତ ହୋଇଥିବା ଖବର ସାମ୍ନାକୁ ଆସିଥାଏ। ବେଳେବେଳେ ଖେଳାଳିମାନେ ମଧ୍ୟ ଗୁରୁତର ଆହତ ହେବାର ଖବର ଚର୍ଚ୍ଚାରେ ରହିଥାଏ। କେବଳ ଏତିକି ନୁହେଁ ଅନେକ କ୍ରିକେଟର ମଧ୍ୟ ପଡ଼ିଆ ମଝିରେ ପ୍ରାଣ ହାରଇବାର ନଜିର ମଧ୍ୟ ରହିଛି। ଆଜି ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟର ଫିଲ୍ ହ୍ୟୁଜଙ୍କ ଦୁର୍ଘଟଣା ସହ ପଡ଼ିଆରେ ସେହି ଘଟଣା ଭୁଲ

Advertisement
IPL ମଝିରେ ଏହି କ୍ରିକେଟରଙ୍କ ମୃତ୍ୟୁ, ବ୍ୟାଟସମ୍ୟାନଙ୍କ ଜୋରଦାର ସଟରେ ହୋଇଥିଲେ ଗୁରୁତର
Stop
Prabhudatta Moharana|Updated: May 06, 2024, 09:04 AM IST

ନୂଆଦିଲ୍ଲୀ: ପ୍ରାୟତଃ କ୍ରିକେଟ୍ ପଡ଼ିଆରେ ଖେଳାଳି ଆହତ ହୋଇଥିବା ଖବର ସାମ୍ନାକୁ ଆସିଥାଏ। ବେଳେବେଳେ ଖେଳାଳିମାନେ ମଧ୍ୟ ଗୁରୁତର ଆହତ ହେବାର ଖବର ଚର୍ଚ୍ଚାରେ ରହିଥାଏ। କେବଳ ଏତିକି ନୁହେଁ ଅନେକ କ୍ରିକେଟର ମଧ୍ୟ ପଡ଼ିଆ ମଝିରେ ପ୍ରାଣ ହାରଇବାର ନଜିର ମଧ୍ୟ ରହିଛି। ଆଜି ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟର ଫିଲ୍ ହ୍ୟୁଜଙ୍କ ଦୁର୍ଘଟଣା ସହ ପଡ଼ିଆରେ ସେହି ଘଟଣା ଭୁଲି ପାରି ନାହାଁନ୍ତି। ବୋଲରଙ୍କ ଘାତକ ବୋଲିଂରେ ଆହତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ ହ୍ୟୁଜ। 

ମହାରାଷ୍ଟ୍ରର ପୁଣେରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ପୁଣେର ଲୋହେଗାଓଁରେ ପିଲାମାନେ ନିଜ ମଧ୍ୟରେ କ୍ରିକେଟ୍ ଖେଳୁଥିବା ସମୟରେ ଜଣେ ୧୧ ବର୍ଷିୟ ଖେଳାଳିଙ୍କ ପରଲୋକ ହୋଇଯାଇଛି। ବ୍ୟାଟସମ୍ୟାନଙ୍କ ଏକ ସଟ ବୋଲରଙ୍କ ଗୁପ୍ତାଙ୍ଗରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି କ୍ରିକେଟରଙ୍କ ଗୁପ୍ତାଙ୍ଗରେ ବଲ ବାଜିବାରୁ ପଡ଼ିଆ ମଝିରେ ହିଁ ପ୍ରାଣ ହରାଇଥିଲେ ସେ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତକଙ୍କ ନାଁ ଶୌର୍ଯ୍ୟ ବୋଲି କୁହାଯାଉଛି। 

ମିଳିଥିବା ସୂଚନା ଅନୁଯାୟୀ ଶୌର୍ଯ୍ୟ ନିଜ ସାଙ୍ଗ ମାନଙ୍କ ସହିତ ପଡ଼ିଆରେ କ୍ରିକେଟ ଖେଳିବା ଅଭ୍ୟାସ କରୁଥିଲେ। ଏହି ସମୟରେ ଶୌର୍ଯ୍ୟ ବୋଲିଂ କରୁଥିବା ବେଳେ ତାଙ୍କ ସାଙ୍ଗ ବ୍ୟାଟିଂ କରୁଥିଲେ। ତେବେ ଶୌର୍ଯ୍ୟଙ୍କ ଏକ ବଲକୁ ବ୍ୟାଟିଂ କରୁଥିବା ବ୍ୟାଟର ଏକ ସଟ ଖେଳିଥିଲେ। ଯାହା ଶୌର୍ଯ୍ୟଙ୍କ ଗୁପ୍ତାଙ୍ଗରେ ବାଜିଥିଲା। ଏହା ପରେ ଶୌର୍ଯ୍ୟ ପଡ଼ିଆରେ ଅଚେତ ହୋଇ ପଡ଼ିଯାଇଥିଲେ। ଏହା ଦେଖି ଶୌର୍ଯ୍ୟଙ୍କ ସାଙ୍ଗମାନେ ଡରି ଯାଇଥିଲେ। ଅନ୍ୟ ଖେଳାଳିମାନେ ମଧ୍ୟ ଘଟଣାସ୍ଥଳରେ ଏକାଠି ହୋଇ ଯାଇଥିଲେ। ଶୌର୍ଯ୍ୟଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 

Read More
{}{}