Hindi News >>Home >>Odisha Sports

IND vs NZ: ବିଶ୍ୱକପରେ ଟିମ୍ ଇଣ୍ଡିଆର କ୍ରମାଗତ ପଞ୍ଚମ ବିଜୟ, ୨୦ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କଲା ଭାରତ

India vs New Zealand: ବିଶ୍ୱକପ୍-୨୦୨୩ ରେ ଏହା ଟିମ୍ ଇଣ୍ଡିଆର କ୍ରମାଗତ ପଞ୍ଚମ ବିଜୟ । ୧୦ ପଏଣ୍ଟ ସହିତ ସେ ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ପହଞ୍ଚିଛି । ବିରାଟ କୋହଲି ଓ ମହମ୍ମଦ ଶାମି ଟିମ୍ ଇଣ୍ଡିଆର ବିଜୟର ହିରୋ ଥିଲେ । କୋହଲି ୯୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଶାମି ମଧ୍ୟ ଭଲ ବୋଲିଂ କରି ୫ ୱିକେଟ୍ ନେଇଥିଲେ ।

Advertisement
Team India defeated New Zealand after 20 years
Stop
Jagdish Barik|Updated: Oct 23, 2023, 05:02 PM IST

Ind vs NZ Match Report: ବିଶ୍ୱକପ-୨୦୨୩ରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଜାରି ରହିଛି । ଟୁର୍ଣ୍ଣାମେଣ୍ଟର ଏକବିଂଶ (୨୧ତମ) ମ୍ୟାଚରେ ରୋହିତ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡକୁ ୪ ଓ୍ୱିକେଟରେ ପରାସ୍ତ କରିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ପାଇ କିୱି ଦଳ ୫୦ ଓଭରରେ ୨୭୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୪୭.୫ ଓଭରରେ ୬ ୱିକେଟ୍ ହରାଇ ୨୭୪ ରନ୍ ଲକ୍ଷ୍ୟ ହାସଲ କରିଛି। ୨୦୦୩ ପରେ ଟିମ୍ ଇଣ୍ଡିଆ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆର ବିଜୟର ହିରୋମାନେ ହେଲେ ବିରାଟ କୋହଲି ଓ ଦ୍ରୁତ ବୋଲର ମହମ୍ମଦ ଶାମି। କୋହଲି ୯୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳିଥିବା ଶାମି ୫ ୱିକେଟ୍ ନେଇଥିଲେ।

୨୭୪ ରନ୍‌ର ଟାର୍ଗେଟକୁ ପିଛା କରି ଆୟୋଜକ ଦଳ ଭାରତ ୪୮ ଓଭରରେ ୬ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା । ଭାରତ ପାଇଁ ବିରାଟ କୋହଲି ସର୍ବାଧିକ ୯୫ ରନର ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୪୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ । ୨୬ ରନ୍ ସ୍କୋର କରିବା ପରେ ଶୁବମନ ଗିଲ ପ୍ୟା ଭିଲିୟନକୁ ଫେରିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୭୧ ରନର ଭାଗିଦାରୀ କରିଥିଲେ । ଉଭୟଙ୍କୁ ଦ୍ରୁତ ବୋଲର ଲକି ଫର୍ଗୁସନ୍ ଆଉଟ୍ କରିଥିଲେ । ଶ୍ରେୟସ୍ ଆୟର କନୱେ ଦ୍ୱାରା ବ୍ୟକ୍ତିଗତ ୩୩ ରନ୍ ସ୍କୋରରେ ଆଉଟ୍ ହୋଇଥିବା ବେଳେ, କେ.ଏଲ୍ ରାହୁଲ ୨୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ୨ ରନ୍ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ । ରବିନ୍ଦ୍ର ଜାଡେଜା ବିଜୟୀ ଚୌକାକୁ ମାରି ଭାରତକୁ ବିଜୟ ପ୍ରଦାନ କରିଥିଲେ । ୪୪ ବଲରେ ୩୯ ରନ୍ ସ୍କୋର କରିବା ପରେ ଜାଡେଜା ଅପରାଜିତ ଫେରିଥିଲେ ।

୨୭୩ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା ନ୍ୟୁଜିଲ୍ୟାଣ୍ଡ 
ଏହାପୂର୍ବରୁ ଧର୍ମଶାଳାରେ ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିବା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ୨୭୩ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । କିୱି ଦଳର ସର୍ବାଧିକ ସ୍କୋରର ଥିଲେ ଡାରିଲ୍ ମିଚେଲ୍ । ନିଜ ଦଳ ପାଇଁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ସେ ୧୨୭ ବଲରେ ସର୍ବାଧିକ ୧୩୦ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ତିନି ନମ୍ବରରେ ବ୍ୟାଟିଂ କରୁଥିବାବେଳେ ରାଚିନ୍ ରବିନ୍ଦ୍ର ୮୭ ବଲରେ ୭୫ ରନ୍ ଯୋଗଦାନ କରିବାରେ ସଫଳ ହୋଇଥିଲେ ।

ଶାମି କରିଥିଲେ ଚତ୍ମକାର ବୋଲିଂ
ବୋଲିଂ ସମୟରେ ମହମ୍ମଦ ଶାମିଙ୍କ ଯାଦୁ ଦେଖିବାକୁ ମିଳିଥିଲା । ବ୍ଲୁ ଟିମ୍ ପାଇଁ ୧୦ ଓଭର ବୋଲିଂ କରି ସେ ସର୍ବାଧିକ ପାଞ୍ଚଟି  ୱିକେଟ୍ ହାସଲ କରିଥିଲେ । ତାଙ୍କ ବ୍ୟତୀତ କୁଲଦୀପ ଯାଦବ ଦୁଇଟି ୱିକେଟ୍ ନେବାରେ ସଫଳ ହୋଇଥିଲେ ଓ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ ।

 

Read More
{}{}