Hindi News >>Home >>Odisha Sports

ENG vs IND Test ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, BCCI କହିଲା...

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା କୋଭିଡ ପଜିଟିଭ୍ ବୋଲି ଜଣାପଡିଛି। କିଛି ଦିନ ପରେ ଇଂଲଣ୍ଡ ବିପକ୍ଷରେ ପୁନଃନିର୍ଦ୍ଧାରିତ ଟେଷ୍ଟ ମ୍ୟାଚ ଖେଳାଯିବ। ରବିବାର ଏକ ଆଧିକାରୀକ ବିବୃତ୍ତି ଜାରି କରି ବିସିସିଆଇ ଏହି ସୂଚନା ଦେଇଛି। 

Advertisement
ଫାଇଲ ଫଟୋ
Stop
Zee Odisha Desk|Updated: Jun 26, 2022, 09:52 AM IST

ନୂଆଦିଲ୍ଲୀ: ENG vs IND Test ପୂର୍ବରୁ ଟିମ ଇଣ୍ଡିଆକୁ ଏକ ଶକ୍ତ ଝଟକା ଲାଗିଛି। ଅଧିନାୟକ ରୋହିତ ଶର୍ମା କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ବିସିସିଆଇ ଟ୍ୱିଟ କରି ଏହାର ସୂଚନା ଦେଇଛି। ତେବେ ରୋହିତ ସୁସ୍ଥ ଥିବା ଓ ତାଙ୍କର ଚିକିତ୍ସା ଚାଲିଥିବା ବୋର୍ଡ ଟ୍ୱିଟ କରି କହିଛି। ଜୁଲାଇ ପହିଲାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ।

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା କୋଭିଡ ପଜିଟିଭ୍ ବୋଲି ଜଣାପଡିଛି। କିଛି ଦିନ ପରେ ଇଂଲଣ୍ଡ ବିପକ୍ଷରେ ପୁନଃନିର୍ଦ୍ଧାରିତ ଟେଷ୍ଟ ମ୍ୟାଚ ଖେଳାଯିବ। ରବିବାର ଏକ ଆଧିକାରୀକ ବିବୃତ୍ତି ଜାରି କରି ବିସିସିଆଇ ଏହି ସୂଚନା ଦେଇଛି। ବିସିସିଆଇ ଏହାର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି, ଶନିବାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ (RAT) ପରେ ଟେଷ୍ଟ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପଜିଟିଭ୍ ଥିବା ଜଣାପଡିଛି। ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କର ଯତ୍ନ ନେଉଛନ୍ତି।

Also Read: ଶ୍ରାବଣୀଙ୍କ ସ୍ୱପ୍ନ ଭାଙ୍ଗିଦେଲା Visa, ଦିଲ୍ଲୀରୁ ଫେରିଲେ ଅଲମ୍ପିଆଡ୍

ଲେଷ୍ଟେଷ୍ଟେୟାର ବିପକ୍ଷରେ ଖେଳାଯାଉଥିବା ଚାରି ଦିନିଆ ୱାର୍ମ ଅପ୍ ମ୍ୟାଚରେ ରୋହିତ ଶର୍ମା (Rohit Sharma) ଭାରତୀୟ ଦଳରେ ସାମିଲ ହୋଇଥିଲେ। ରୋହିତ ଗୁରୁବାର ପ୍ରଥମ ଇନିଂସରେ ବ୍ୟାଟିଂ କରିଥିଲେ ମଧ୍ୟ ଶନିବାର ଦ୍ୱିତୀୟ ଇନିଂସରେ ମଇଦାନକୁ ଓହ୍ଲାଇନଥିଲେ। ୱାର୍ମ ଅପ୍ ମ୍ୟାଚର ପ୍ରଥମ ଇନିଂସରେ ସେ ଆଉଟ୍ ହେବା ପୂର୍ବରୁ ୨୫ ରନ୍ ସଂଗ୍ରହ କରିଥିଲେ। ତେବେ ଟିମର ଆଉ କେଉଁମାନେ କୋରୋନା ପଜିଟିଭ୍ ବାହାରିନଥିବା ସୂଚନା ମିଳିଛି।

 

ସୂଚନାଯୋଗ୍ୟ, ଆସନ୍ତା ୧ ତାରିଖରୁ ଭାରତ (Team India) ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ଟେଷ୍ଟ, ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଜୁଲାଇ ୧୭ ତାରିଖରେ ଶେଷ ହେବ। ୨୦୨୧ ମସିହାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଥିଲା। କିନ୍ତୁ କୋରୋନା ପାଇଁ ଏହାକୁ ସମୟ ସମୟରେ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଭାରତ ଏହି ଟେଷ୍ଟରେ ୨-୧ରେ ଆଗୁଆ ଅଛି।

Also Read: ବୋଲରଙ୍କ ପାଇଁ ଫ୍ୟାନ୍ସଙ୍କ ସହ ଲଢ଼ିବାକୁ ଲାଗିଲେ ବିରାଟ କୋହଲି; ଭିଡ଼ିଓ ଭାଇରଲ

ବିସିସିଆଇ ଟେଷ୍ଟ ଦଳ (Teat Team) ଘୋଷଣା କରିଥିବା ବେଳେ ଇଂଲଣ୍ଡ ଏପର୍ଯ୍ୟନ୍ତ ସିରିଜ୍ ପାଇଁ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସ୍କ୍ୱାଡ୍ ଘୋଷଣା କରିନାହିଁ। ଭାରତୀୟ ଓପନର୍ କେ.ଏଲ୍ ରାହୁଲ (KL Rahul) ଙ୍କୁ ପ୍ରଥମେ ୧୭ ଜଣିଆ ଟେଷ୍ଟ ଦଳରେ ସ୍ଥାନ ପାଇକିନ୍ତୁ ତାଙ୍କ ଚିକିତ୍ସା ପାଇଁ ଜର୍ମାନୀ ଯାତ୍ରା କରିବାକୁ ଇଂଲଣ୍ଡ ଗସ୍ତରୁ ବଞ୍ଚିତ ହେବେ।

ପଞ୍ଚମ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡ୍

ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନୀ, ଶାର୍ଦୁଲ ଠାକୁର, ମହମ୍ମଦ ସାମୀ, ଯଶପ୍ରୀତ ବୁମରାଂ, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କ୍ରୀଷ୍ଣା, ଶ୍ରୀକର ଭାରତ 

 

Read More
{}{}