Hindi News >>Home >>Odisha Sports

IND vs PAK: ହାରୁଥିବା ମ୍ୟାଚରୁ ଭାରତକୁ ଜିତାଇବା ପରେ ବିରାଟ ଦେଲେ ବଡ ବୟାନ, ଆପଣ ଜାଣି ହୋଇଯିବେ ଚକିତ

India Vs Pakistan: ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଐତିହାସିକ ବିଜୟ ହାସଲ କରିଛି । କୋହଲି ଟିମ୍ ଇଣ୍ଡିଆକୁ ପ୍ରାୟ ହାରିଯାଉଥିବା ମ୍ୟାଚରୁ ବିଜୟ ଦେଇଥିଲେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Oct 23, 2022, 06:58 PM IST

IND vs PAK, Virat Kohli: ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022)ରେ ଭାରତୀୟ ଦଳ ଏକ ଐତିହାସିକ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ​। ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୪ ୱିକେଟ୍ ବିଜୟ ହାସଲ କରିଛି । ଏହି ରୋମାଞ୍ଚକର ମ୍ୟାଚରେ ବିରାଟ କୋହଲି (Virat Kohli) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚ୍‌ରେ ସେ ୬ ଟି ଚୌକା ଓ ୪ ଛକା ସହାୟତାରେ ୫୩ ବଲରେ ୮୨ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସ ପାଇଁ ତାଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' (Player of the Match) ଭାବରେ ଚୟନ କରାଯାଇଥିଲା । ଆସନ୍ତୁ ଜାଣିବା କିଙ୍ଗ କୋହଲି ମ୍ୟାଚ୍ ପରେ କ’ଣ ସବୁ କହିଛନ୍ତି ।

ମ୍ୟାଚ୍ ପରେ କଥାବାର୍ତ୍ତା କରି ବିରାଟ କୋହଲି କହିଛନ୍ତି, “ଏହା ଏକ ସରପ୍ରାଇଜ୍ ବାତାବରଣ ଥିଲା । ଏହି ସବୁ କିପରି ଘଟିଲା, ଏଥିପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ ଓ କୌଣସି ଧାରଣା ନାହିଁ । ମୋ ପାଖରେ ଶବ୍ଦ ନାହିଁ । ହାର୍ଦ୍ଦିକ ବିଶ୍ୱାସ କରୁଥିଲେ ଯେ ଯଦି ଆମେ ଶେଷ ପର୍ଯ୍ୟନ୍ତ ଛିଡ଼ା ହେଉ, ତେବେ ଆମେ ଏହା କରିପାରିବା । ଯେତେବେଳେ ଶାହିନ୍ ପାଭିଲିୟନ୍ ଆଡୁ ବୋଲିଂ କରିଥିଲେ, ସେତବେଳେ ଆମେ ବିସ୍ଫାରକ ଖେଳିବାକୁ ସ୍ଥିର କଲୁ । ହରିସ୍ ସେମାନଙ୍କର ମୁଖ୍ୟ ବୋଲର ଓ ମୁଁ ତାଙ୍କୁ ଦୁଇଟି ଛକା ମାରିଲି ।ଗଣିତ ସହଜ ଥିଲା । ନୱାଜଙ୍କୁ ବୋଲିଂ କରିବାକୁ ଗୋଟିଏ ଓଭର ଥିଲା, ଯଦି ମୁଁ ହରିସଙ୍କୁ ମାରିବି ତେବେ ସେମାନେ ଭୟବିତ ହୋଇଯିବେ । ସ୍କୋର ୮ ବଲ ୨୮ ରନରୁ ୬ ରେ ୧୬ ହୋଇ ଯାଇଥିଲା । ମୁଁ ନିଜ ପଥରେ ମଜୁବୁତ ରହିଥିଲି । ପ୍ରଥମ ବଲ୍ ବେକ ଅଫ ଦି ଏଣ୍ଡ ସ୍ଲୋ ବଲ ଥିଲା ।"

କୋହଲି ଆହୁରି କହିଛନ୍ତି, “ଏଠାରେ ଠିଆ ହୋଇ ଏପରି ଲାଗୁଛି ଯେ ଏହା ଏପରି ଥିଲା । ଆଜି ପର୍ଯ୍ୟନ୍ତ ମୋର ସର୍ବୋତ୍ତମ ଇନିଂସ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା । କିନ୍ତୁ ଆଜିର ଇନିଂସ ଏହା ଉପରେ ଯୋଡି ହେବ । ହାର୍ଦ୍ଦିକ ମୋତେ ଆଗକୁ ପ୍ରୋତ୍ସାହିତ କରୁଥିଲେ । ଫ୍ୟାନ୍ସ ମାନେ ଅସାଧାରଣ ଥିଲେ । ଆପଣମାନେ ମୋର ଖେଳକୁ ସମର୍ଥନ କରିବା ଜାରି ରଖନ୍ତୁ ଓ ମୁଁ ଆପଣଙ୍କ ଖେଳ ପାଇଁ କୃତଜ୍ଞ ।"

ମେଲବର୍ଣ୍ଣରେ ଖେଳାଯାଇଥିବା ମହାନ ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ବିରାଟ କୋହଲି ଭାରତର ଏହି ବିଜୟର ହିରୋ ଥିଲେ । କିଙ୍ଗ କୋହଲି ମାତ୍ର ୫୩ ବଲରେ ଅପରାଜିତ ୮୨ ସ୍କୋର କରି ଟିମ୍ ଇଣ୍ଡିଆକୁ ହରାହୁଆ ମ୍ୟାଚ ଜିତାଇଛନ୍ତି । କହିରଖୁଛୁ ଯେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ଶେଷ ବଲରେ ଟାର୍ଗେଟକୁ ପିଛାକରି ହାସଲ କରି ନେଇଥିଲା ।

ଏହା ବି ପଢ଼ନ୍ତୁ: IND vs PAK T20 World Cup 2022: କୋହଲି ଦେଲେ ବିରାଟ ବିଜୟ, ପାକିସ୍ତାନ ଧୂଳିସାତ

 

Read More
{}{}