Hindi News >>Home >>Odisha Sports

Sri Lanka: କ୍ୟାଚ ନେବା ବେଳେ ଭାଙ୍ଗିଲା ଦାନ୍ତ, ଲାଇଭ ମ୍ୟାଚ ବେଳେ ଖେଳାଳୀଙ୍କୁ ପଡ଼ିଆରୁ କରାଗଲା ବାହାର

Sri Lanka Cricket News: ଗୁରୁବାର ଲଙ୍କା ପ୍ରିମିୟର ଲିଗ ମୁକାବିଲାରେ କାଣ୍ଡି ଫାଲକନ୍ସ ଏବଂ ଗାଲ୍ ଗ୍ଲାଡିଏଟର୍ସ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା। ଏହି ମୁକାବିଲାରେ କ୍ୟାଣ୍ଡି ଫାଲକନ୍ସ ୫ ୱିକେଟରେ ମ୍ୟାଚ ବିଜୟୀ ହୋଇଛନ୍ତି। ହେଲେ ଏହି ମ୍ୟାଚ୍‌ ଚାଲିଥିବା ସମୟରେ କ୍ୟାଣ୍ଡି ଫାଲକନ୍ସ ଷ୍ଟାର ଖେଳାଳୀ ଚାମିକା କରୁଣାରତ୍ନେ ଆହତ ହୋଇଥିଲେ।

Advertisement
Sri Lanka: କ୍ୟାଚ ନେବା ବେଳେ ଭାଙ୍ଗିଲା ଦାନ୍ତ, ଲାଇଭ ମ୍ୟାଚ ବେଳେ ଖେଳାଳୀଙ୍କୁ ପଡ଼ିଆରୁ କରାଗଲା ବାହାର
Stop
Zee Odisha Desk|Updated: Dec 08, 2022, 09:52 PM IST

Sri Lanka Cricketer Chamika Karunaratne: କ୍ୟାଚ ନେବା ବେଳେ ଭାଙ୍ଗିଯାଇଛି କ୍ରିକେଟ ଖେଳାଳୀଙ୍କ ଦାନ୍ତ। ଲଙ୍କା ପ୍ରିମିୟର ଲିଗ ମ୍ୟାଚ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଘଟଣା ଘଟିବା ପରେ ଲାଇଭ ମ୍ୟାଚ ବେଳେ ଖେଳାଳୀଙ୍କୁ ପଡ଼ିଆରୁ ବାହାର କରିବାକୁ ପଡ଼ିଛି।

ଗୁରୁବାର ଲଙ୍କା ପ୍ରିମିୟର ଲିଗ ମୁକାବିଲାରେ କାଣ୍ଡି ଫାଲକନ୍ସ ଏବଂ ଗାଲ୍ ଗ୍ଲାଡିଏଟର୍ସ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା। ଏହି ମୁକାବିଲାରେ କ୍ୟାଣ୍ଡି ଫାଲକନ୍ସ ୫ ୱିକେଟରେ ମ୍ୟାଚ ବିଜୟୀ ହୋଇଛନ୍ତି। ହେଲେ ଏହି ମ୍ୟାଚ୍‌ ଚାଲିଥିବା ସମୟରେ କ୍ୟାଣ୍ଡି ଫାଲକନ୍ସ ଷ୍ଟାର ଖେଳାଳୀ ଚାମିକା କରୁଣାରତ୍ନେ ଆହତ ହୋଇଥିଲେ। ମ୍ୟାଚ ବେଳେ ଏହି ଶ୍ରୀଲଙ୍କା କ୍ରିକେଟର ତାଙ୍କର ଦାନ୍ତ ହରାଇଛନ୍ତି। ତାଙ୍କୁ ଲାଇଭ୍ ମ୍ୟାଚ୍ ସମୟରେ ପଡ଼ିଆରୁ ବାହାରକୁ ନେବାକୁ ପଡିଛି।

ନୁୱାନିନ୍ଦୁ ଫର୍ନାଣ୍ଡୋ କାର୍ଲୋସ ବ୍ରାଥୱାଇଟଙ୍କ ବଲରେ ଏକ ଲମ୍ବା ଷ୍ଟ୍ରୋକ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ବ୍ୟାଟ୍ ଉପରକୁ ବଲ୍ ସଠିକ୍ ଭାବରେ ଆସି ନଥିଲା। ଚାମିକା କରୁଣାରତ୍ନେ ବଲ୍ ଧରିବା ପାଇଁ ପଛକୁ ଦୌଡିଥିଲେ। ସେ ଏକ ଉତ୍କୃଷ୍ଟ କ୍ୟାଚ୍ ନେଇଥିଲେ। ହେଲେ କ୍ୟାଚ୍ ନେବାବେଳେ ବଲ୍ ସିଧାସଳଖ ତାଙ୍କ ପାଟିରେ ବାଜିଥିଲା। ଯାହା ଫଳରେ ତାଙ୍କର ତିନି ଚାରୋଟି ଦାନ୍ତ ଭାଙ୍ଗି ଯାଇଥିଲା। ଏହି ଘଟଣା ଘଟିବା ପରେ କରୁଣାରତ୍ନେ ସଙ୍ଗେ ସଙ୍ଗେ ପଡ଼ିଆ ଛାଡି ଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଅବଶିଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ ଏହି ଶ୍ରୀଲଙ୍କା କ୍ରିକେଟର।

ମ୍ୟାଚ ବେଳେ ଶ୍ରୀଲଙ୍କା କ୍ରିକେଟର ଚାମିକା କରୁଣାରତ୍ନେ ଆହତ ହେବାର ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। କ୍ୟାଚ ନେବା ପରେ ଚାମିକା ତୁରନ୍ତ ସାଥୀ ଖେଳାଳିଙ୍କୁ ବଲ୍ ହସ୍ତାନ୍ତର କରିଥିଲେ।  ଏହି ଭିଡିଓ ଦେଖିବା ପରେ ଆପଣ ଚାମିକାଙ୍କ ସାହସକୁ ଦେଖି ଅଭିବାଦନ ଜଣାଇବାକୁ ପଛାଇବେ ନାହିଁ। ସେ ଆଘାତ ପାଇବା ପରେ ବଲ ଛାଡି ନଥିଲେ।

ପ୍ରଥମେ ବ୍ୟାଟିଂ କରି ଗାଲ ଗ୍ଲାଡିଏଟର୍ସ କାଣ୍ଡି ଫାଲକନ୍ସ ଦଳକୁ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ କ୍ୟାଣ୍ଡି ଫାଲକନ୍ସ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲେ। ଫାଲକନ୍ସ ପାଇଁ କାର୍ଲୋସ୍ ବ୍ରାଥୱାଇଟ୍ ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୧୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ବ୍ରାଥୱାଇଟଙ୍କ କାରଣରୁ ଗାଲ ଗ୍ଲାଡିଏଟର୍ସ  ବଡ଼ ସ୍କୋର କରିପାରିନଥିଲେ ଏବଂ ଦଳ ମ୍ୟାଚ୍ ହାରି ଯାଇଥିଲା।

 

Read More
{}{}