Hindi News >>Home >>Odisha Sports

IND vs SL: ଟିମ୍ ଇଣ୍ଡିଆ ସମ୍ମୁଖରେ ଆଣ୍ଠୁ ମାଡ଼ିଲା ଶ୍ରୀଲଙ୍କା, ଜବରଦସ୍ତ ବିଜୟ ସହିତ ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଭାରତ

IND vs SL: ଭାରତୀୟ ଦଳ କ୍ରମାଗତ ଦୁଇ ଦିନରେ ଉଭୟ ସୁପର-୪ ମ୍ୟାଚ୍ ଜିତିଛି ଓ ଷ୍ଟାର ସ୍ପିନର କୁଲଦୀପ ଯାଦବ ଉଭୟ ବିଜୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ପାକିସ୍ତାନ ବିପକ୍ଷରେ ୫ ୱିକେଟ୍ ନେଇଥିବା କୁଲଦୀପ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Sep 12, 2023, 11:25 PM IST

IND vs SL Asia Cup Match Report: ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୩ ର ଫାଇନାଲରେ ପ୍ରବେଶ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ଦୁଇ ଦିନରେ ପାକିସ୍ତାନ ଓ ପରେ ଶ୍ରୀଲଙ୍କାକୁ ପରାସ୍ତ କରି ସେପ୍ଟେମ୍ବର ୧୭ ରେ ହେବାକୁ ଥିବା ଟାଇଟଲ ମ୍ୟାଚ୍ ପାଇଁ ଟିକେଟ୍ ହେତେଇ ନେଇଛି । କଲମ୍ବୋରେ ଖେଳାଯାଇଥିବା ସୁପର-୪ ର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି ।

ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ଏତେ ସହଜ ନଥିଲା, କାରଣ ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ୨୪ ଘଣ୍ଟାରୁ କମ୍ ବିରତି ମିଳିଥିଲା ଓ ତାଙ୍କୁ ପୁଣିଥରେ ପଡ଼ିଆକୁ ଉହ୍ଲାଇବାକୁ ପଡିଥିଲା । ତେବେ ଅଧିନାୟକ ରୋହିତ ଶର୍ମା ଯେଉଁଭଳି ଭାବରେ ଆରମ୍ଭ କରିଥିଲେ, ତାହା ଦେଖିଲେ କୌଣସି ଥକ୍କାରେ ଥିବା ଦେଖାଯାଉନଥିଲା । ରୋହିତ ଓ ଶୁବମନ ଗିଲ ୮୦ ରନ୍‌ର ଏକ ଓପନିଂ ପାର୍ଟନରସିପ୍ କରିଥିଲେ, ଯେଉଁଥିରେ ଅଧିନାୟକ ରୋହିତ ପ୍ରାଧାନ୍ୟ ବିସ୍ତାର କରିଥିଲେ ।

ଏଠାରୁ ହିଁ ଶ୍ରୀଲଙ୍କାର ସ୍ପିନର ଭାରତର ବିପର୍ଯ୍ୟୟ ଆରମ୍ଭ କରିଥିଲେ ଓ ଏହାର ମୁଖ୍ୟ ଚରିତ୍ର ଥିଲା ୨୦ ବର୍ଷ ବୟସ୍କ ବାମହାତୀ ସ୍ପିନର ଦୁନିଥ ୱାଲ୍ଲାଲାଗେ । ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଖେଳୁଥିବା ଦୁନିଥ ୱାଲ୍ଲାଲାଗେ ପ୍ରଥମେ ଶୁବମନ ଗିଲଙ୍କୁ ବୋଲ୍ଡ କରିଥିଲେ । ତା’ପରେ ପରବର୍ତ୍ତୀ ଦୁଇ ଓଭରରେ ବିରାଟ କୋହଲି ଓ ରୋହିତଙ୍କୁ ମଧ୍ୟ ଆଉଟ କରି ଏକ ସେନ୍ସେସନ ସୃଷ୍ଟି କରିଥିଲେ । ଇଶାନ କିଶନ ଓ କେ.ଏଲ ରାହୁଲଙ୍କ ମଧ୍ୟରେ ୬୩ ରନର ଭାଗିଦାରୀ ଭାରତ ଆଶାକୁ ବଢ଼ାଇଥିଲା କିନ୍ତୁ ୱାଲ୍ଲାଲାଗେ ମଧ୍ୟ ଏହାକୁ ଭାଙ୍ଗିଦେଇଥିଲେ ।

ଭାରତ ଦେଇଥିବା ୨୧୪ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଶ୍ରୀଲଙ୍କା ଦଳ ୧୭୨ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା । ଧନଞ୍ଜୟ ଡି ସିଲଭା ଶ୍ରୀଲଙ୍କା ପାଇଁ ସର୍ବାଧିକ ୪୧ ରନ୍ ସଂଗ୍ରହ କରିଥିଲେ । ଟାର୍ଗେଟକୁ ଗୋଡାଇବା ବେଳେ ଶ୍ରୀଲଙ୍କା ବହୁତ ଖରାପ ଆରମ୍ଭ କରିଥିଲା ଓ ମାତ୍ର ୨୫ ରନ୍ ସ୍କୋରରେ ୩ଟି ୱିକେଟ ହରାଇଥିଲା । ଆସାଲଙ୍କା ଓ  ଧନଞ୍ଜୟ ଡି ସିଲଭା ଇନିଂସ ପରିଚାଳନା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହି ଯୋଡି ମଧ୍ୟ କିଛି ବିଶେଷ କରି ପାରିନଥିଲା ।

ଏହା ବି ପଢ଼ନ୍ତୁ: Shreyas Iyer ଙ୍କ ଆଘାତ ବଢ଼ାଇଲା ଟିମ୍ ଇଣ୍ଡିଆର ଟେନସନ୍, ଜାଣନ୍ତୁ ବିଶ୍ୱକପ ପୂର୍ବରୁ ଫିଟ୍ ହେବେ କି ନାହିଁ?

ଏହା ବି ପଢ଼ନ୍ତୁ: IND vs SL: ରୋହିତ ଶର୍ମା ରଚିଲେ ଇତିହାସ, ଶ୍ରୀଲଙ୍କା ବିପକ୍ଷରେ ତୁଫାନି ଇନିଂସ ଖେଳି ଭାଙ୍ଗିଲେ ଅନେକ ବଡ଼ ରେକର୍ଡ

 

 

Read More
{}{}