Hindi News >>Home >>Odisha Sports

IPL 2023: ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦକୁ ୧୪ ରନରେ ହରାଇଲା ମୁମ୍ବାଇ; ସଚିନଙ୍କ ପୁଅ ନେଲେ ଶେଷ ୱିକେଟ୍

SRH vs MI Match Highlights: ସୋମବାର ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁମ୍ବାଇ ହାଇଦ୍ରାବାଦକୁ ୧୪ ରନ୍ ବ୍ୟବଧାନରେ ପରାସ୍ତ କରିଛି। 

Advertisement
IPL 2023: ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦକୁ ୧୪ ରନରେ ହରାଇଲା ମୁମ୍ବାଇ; ସଚିନଙ୍କ ପୁଅ ନେଲେ ଶେଷ ୱିକେଟ୍
Stop
Zee Odisha Desk|Updated: Apr 19, 2023, 12:29 AM IST

SRH vs MI Match Result: ଚଳିତ ଆଇପିଏଲ ସଂସ୍କରଣର ୨୫ ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ ପାଖରୁ ୧୪ ରନ୍ ବ୍ୟବଧାନରେ ପରାସ୍ତ ହୋଇଛି। ସୋମବାର ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁମ୍ବାଇ ହାଇଦ୍ରାବାଦକୁ ୧୪ ରନ୍ ବ୍ୟବଧାନରେ ପରାସ୍ତ କରିଛି। ହାଇଦ୍ରବାଦ ଦଳର ଅଧିନାୟକ ଆଡେନ ମାର୍କରମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ଦଳ ୧୯.୯ ଓଭରରେ ୧୭୮ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲା।
 
ଶେଷ ଓଭରରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ୨୦ ରନ୍ ଆବଶ୍ୟକ ରହିଥିଲା। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଯୁବ ବୋଲର ଅର୍ଜୁନ ତେନ୍ଦୁଲକରଙ୍କୁ ବୋଲିଂ କରିବାକୁ ଡାକିଥିଲେ। ଅର୍ଜୁନ ଅଧିନାୟକ ରୋହିତଙ୍କ ବିଶ୍ୱାସ ବନାଇ ରଖିଥିଲେ। ମୁମ୍ବାଇ ବୋଲର ଅର୍ଜୁନଙ୍କ ଓଭରରେ ହାଇଦ୍ରାବାଦ କେବଳ ୪ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ତାଙ୍କ ଓଭରରେ ଦୁଇଟି ୱିକେଟ୍ ମଧ୍ୟ ପଡିଥିଲା। ଦ୍ୱିତୀୟ ବଲରେ ଅବଦୁଲ ସମାଦ ଆଉଟ୍ ହୋଇଥିଲେ ଏବଂ ପଞ୍ଚମ ବଲରେ ଅର୍ଜୁନ ତେନ୍ଦୁଲକର ଭୁବନେଶ୍ୱର କୁମାରଙ୍କୁ ରୋହିତ ଶର୍ମାଙ୍କ ଦ୍ୱାରା କ୍ୟାଚ ଆଉଟ କରାଇ ଦେଇଥିଲେ। ଯାହା ପରେ ସନରାଇଜର୍ସ ହାଇଦ୍ରାବାଦ ପାଳି ଶେଷ ହୋଇଯାଇଥିଲା। ଅର୍ଜୁନ ତେନ୍ଦୁଲକର ବୋଲିଂ କରିଥିବା ୨.୫ ଓଭରରେ ୧୮ ରନ୍ ବ୍ୟୟ କରିଥିଲେ। ତାଙ୍କୁ ଏକ ସଫଳତା ମଧ୍ୟ ମିଳିଥିଲା।

ସନରାଇଜର୍ସ ଅଧିନାୟକ ଆଡେନ ମାର୍କରମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ଦଳ ୧୯.୫ ଓଭରରେ ୧୭୮ ରନ୍ ସଂଗ୍ରହ କରି ଅଲ ଆଉଟ୍ ହୋଇଯାଇଥିଲା। ସୋମବାର ମିଳିଥିବା ପରାଜୟ ପରେ ସନରାଇଜର୍ସ ହାଇଦ୍ରାବାଦ ବିଜୟ ଧାରାରେ ଲାଗିଛି ବ୍ରେକ। ବିଗତ ଦୁଇଟି ମୁକାବିଲାରେ ସଫଳତା ପାଇଥିଲେ ମଧ୍ୟ ହାଇଦ୍ରାବାଦ ଟିମ ହ୍ୟାଟ୍ରିକ୍ ବିଜୟ ହାସଲ କରିବାରେ ସଫଳ ହୋଇନଥିଲା। ଏଥି ସହିତ ମୁମ୍ବାଇ ଟିମ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରିଛି।

କେବଳ ୫ ଜଣ ବ୍ୟାଟ୍ସମ୍ୟାନ୍ ସନରାଇଜର୍ସ ହାଇଦ୍ରାବାଦ ଟିମ ପାଇଁ ଡବଲ୍ ଫିଗର୍ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ହାଇଦ୍ରାବାଦ ଦଳର ମୟଙ୍କ ଅଗ୍ରୱାଲ ୪୧ ବଲ ଖେଳି ସର୍ବାଧିକ ୪୮ ରନ୍ ସଂଗ୍ରହ କରିଥିଲେ। ହେନଚିଚ୍ କ୍ଲାସେନ୍ ୧୬ ବଲ ଖେଳି ୩୬ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ  ଆଡେନ ମାର୍କରମ୍  ୨୨, ମାର୍କୋ ୟାନସେନ ୧୩ ଏବଂ ୱାଶିଂଟନ ସୁନ୍ଦର ୧୦ ରନ ସ୍କୋର କରିଥିଲେ। ଗୋଟିଏ ରନ୍ ସ୍କୋର କରିବା ପରେ ଅଭିଷେକ ଶର୍ମା ଆଉଟ ହୋଇଯାଇଥିଲେ। ଅନ୍ୟପଟେ ହ୍ୟାରି ବ୍ରୁକ୍ ୯, ରାହୁଲ ତ୍ରିପାଠୀ ୭ ରନ ସ୍କୋର କରିଥିଲେ। ଅବଦୁଲ ସମଦଙ୍କ ଶେଷ ଓଭରରେ ହାଇଦ୍ରବାଦ ଦଳ ବିସ୍ଫୋରକ ବ୍ୟାଟିଂ କରିବ ବୋଲି ଆଶା କରାଯାଉଥିଲା। ହେଲେ ଅବଦୁଲ ୧୨ ବଲ ଖେଳି ୯ ରନ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ମୁମ୍ବାଇ ଟିମ୍ ପାଇଁ ଜେସନ ବେହେରେଣ୍ଡର୍ଫ, ରେଲି ମେରେଡିଥ ଏବଂ ପୀୟୁଷ ଚାୱଲା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଅର୍ଜୁନ ତେନ୍ଦୁଲକର ଏବଂ କ୍ୟାମେରନ୍ ଗ୍ରୀନ୍ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। 

 

Read More
{}{}