Hindi News >>Home >>Odisha Sports

MS Dhoni: ନିଜର ପୋଷ୍ଟ ରିଟାରମେଣ୍ଟ ପ୍ଲାନ୍ କୁ ନେଇ ଏପରି ବୟାନ୍ ଦେଲେ ମାହି, କହିଲେ...

MS Dhoni: କ୍ୟାପଟେନ୍ କୁଲ୍ (Captain cool) ମହେନ୍ଦ୍ର ସିଂ (MS Dhoni)ଧୋନିଙ୍କୁ କିଏ ବା ନ ଜାଣେ। ତାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ (Team india ex captin) ତଥା ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (Chennai Super Kings Captain) ଅବସର ପରେ ...

Advertisement
MS Dhoni: ନିଜର ପୋଷ୍ଟ ରିଟାରମେଣ୍ଟ ପ୍ଲାନ୍ କୁ ନେଇ ଏପରି ବୟାନ୍ ଦେଲେ ମାହି, କହିଲେ...
Stop
Zee Odisha Desk|Updated: Dec 23, 2023, 09:07 AM IST

MS Dhoni: କ୍ୟାପଟେନ୍ କୁଲ୍ (Captain cool) ମହେନ୍ଦ୍ର ସିଂ (MS Dhoni)ଧୋନିଙ୍କୁ କିଏ ବା ନ ଜାଣେ। ତାଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ (Team india ex captin) ତଥା ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (Chennai Super Kings Captain) ଅବସର ପରେ ଭାରତୀୟ ସେନା ସହିତ ସହିତ ସମୟ ବିତାଇବାକୁ ଚାହୁଁଛନ୍ତି।  ୨୦୨୦ରୁ ଧୋନି ଆନ୍ତର୍ଜାତିକ କ୍ରିକେଟ୍ ରୁ ଦୂରେଇ ଯାଇଥିଲେ ମଧ୍ୟ ଆଇପିଏଲରେ (IPL 2024 )ଖେଳିବା ଜାରି ରଖିଛନ୍ତି।  ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ମଧ୍ୟ ଧୋନି ସିକେଏସର (Chennai Super Kings in IPL 2024) ନେତୃତ୍ବ ନେବେ। ଗତ ସଂସ୍କରଣରେ ଧୋନିଙ୍କ ନେତୃତ୍ବାଧିନ ଦଳ ଗୁଜୁରାଟ୍ ଟାଇଟନ୍ସକୁ ପରାସ୍ତ କରି ପଞ୍ଚମ ଥର ପାଇଁ ବିଜେତା ହୋଇଥିଲେ।  ଗତ ଖେଳାଳି ନିଲାମରୁ ଡେରେଲ୍ ମିଚେଲ୍ (୧୪ କୋଟି), ସମୀର ରିଜଓ୍ବି(୮.୫କୋଟି), ଶାର୍ଦ୍ଦାଳ ଠାକୁର୍ (୪ କୋଟି) ,ରାଚିନ୍ ରବିନ୍ଦ୍ର (୧.୮ କୋଟି) , ମୁସ୍ତାଫିଜୁର୍ ରେହେମାନ୍ (୨ କୋଟି) ଓ ଅବିନାଶ ରାଓ ଆରାଭେଲି( ୨୦ ଲକ୍ଷ)ଙ୍କୁ ସିଏସକେ  ନିଜ ଦଳରେ ସାମିଲ୍ କରିଛି। 

ALSO READ: Weather Update: ଘନ କୁହୁଡି଼ ବଳୟରେ ଓଡି଼ଶା, ୨୧ ଜିଲ୍ଲାକୁ ଆଲର୍ଟ ଜାରି

ଏକ ଘରୋଇ ଇଭେଣ୍ଟରେ ଯୋଗ ଦେଇଥିବା ବେଳେ  ଧୋନିଙ୍କୁ ଜଣେ ପ୍ରଂଶସକ ଅବସର ପରେ କଣ କରିବେ ବୋଲି ପ୍ରଶ୍ନ କରିଥିଲେ। ଆଉ ମହେନ୍ଦ୍ର ସିଂ ଧୋନି (MS Dhoni ) ଏହାର ଉତ୍ତର ଦେଇ  କହିଥିଲେ ଯେ, ସେ ଅବସର ପରେ କଣ କରିବେ କିଛି ଚିନ୍ତା କରି ନାହଁନ୍ତି। ଏବେବି ସେ ଖେଳିବା ଜାରି ରଖିଛନ୍ତି।  କିନ୍ତୁ ଖେଳ ଛାଡି଼ବା ପରେ,  କଣ କରିବି ତାହା ମଧ୍ୟ ସମସ୍ତଙ୍କ ପାଇଁ ରୋଚକ ହୋଇପାରେ। ତଥାପି ଅବସର ପରେ କିଛି ସମୟ ଭାରତୀୟ ସେନା ସହିତ ବିତାଇବାକୁ  ଯୋଜନା ରଖିଛି। କାରଣ ଗତ କିଛି ବର୍ଷ ହେବ ଭାରତୀୟ ସେନା ସହତ ସେ ସମୟ କାଟିବାକୁ ସୁଯୋଗ ପାଇ ପାରି ନାହାଁନ୍ତି ବୋଲି ସେ ପ୍ରତିକ୍ରିୟାରେ କହିଥିଲେ। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଶେଷ ଆନ୍ତର୍ଜାତିକ ମ୍ୟାଚ୍ ୨୦୧୯ ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍ ପରାଜୟ ପରେ ଧୋନି ଭାରତୀୟ ସେନା(Indian Army) ସହିତ ସମୟ ବିତାଇବା ପାଇଁ ଚାଲିଯାଇଥିଲେ। କିନ୍ତୁ ବର୍ଷକ ପରେ ଅବସର ଘୋଷଣା କରିଥିଲେ। 

 

Read More
{}{}