Hindi News >>Home >>Odisha Sports

Deep Grace Ekka Wedding: ଦୀପଗ୍ରେସ୍ ଏକ୍କାଙ୍କ ପଡି଼ଲା ହାତଗଣ୍ଠି

Deep Grace Ekka Wedding: ହାତକୁ ଦି ହାତ ହୋଇଛନ୍ତି ହକି ଖେଳାଳୀ ଦୀପଗ୍ରେସ୍ ଏକ୍କା  (Indian former field hockey player Deep Grace Ekka)। । ଜୀବନର ନୂଆ ଇନିଙ୍ଗସ୍ ସେ ଆରମ୍ଭ କରିଛନ୍ତି। ମଙ୍ଗଳବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପଗ୍ରେସ୍ ଏକ୍କା।  ପଢନ୍ତୁ ପୂରା ରିପୋର୍ଟ...

Advertisement
Deep Grace Ekka Wedding: ଦୀପଗ୍ରେସ୍ ଏକ୍କାଙ୍କ ପଡି଼ଲା ହାତଗଣ୍ଠି
Stop
Zee Odisha Desk|Updated: Feb 07, 2024, 07:22 AM IST

Deep Grace Ekka Wedding: ହାତକୁ ଦି ହାତ ହୋଇଛନ୍ତି ହକି ଖେଳାଳୀ ଦୀପଗ୍ରେସ୍ ଏକ୍କା  (Indian former field hockey player Deep Grace Ekka)। । ଜୀବନର ନୂଆ ଇନିଙ୍ଗସ୍ ସେ ଆରମ୍ଭ କରିଛନ୍ତି। ମଙ୍ଗଳବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପଗ୍ରେସ୍ ଏକ୍କା।  ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା  ବ୍ଲକର ଲୁଡକିଡିହି ଚର୍ଚ୍ଚରେ ସେ ପୂର୍ବତନ ହକି ଖେଳାଳୀ ଅନୁପ ଲାକ୍ରାଙ୍କୁ ବିବାହ କରିଛନ୍ତି। ଏ-ହି ବିବାହ ଉତ୍ସବରେ ତାଙ୍କ ସାଥୀ ହକି ଖେଳାଳୀ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। 

ALSO READ: Weather Update: ଫେବୃଆରୀରୁ ଆରମ୍ଭ ହେଲାଣି ତାତି, ଆଗକୁ ସ୍ଥିତି ଅସମ୍ଭାଳ!

ସୂଚନା ଅନୁସାରେ ଜାନୁଆରୀ ୨୬ ତାରିଖରେ ଦୀପଗ୍ରେସ୍ ଓ ସବଡେଗା ବ୍ଲକ୍ ଦେଓଗାଁର ଅନୂପ ଲାକ୍ରାଙ୍କ ସହ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଥିଲା। ରୀତିନୀତି ଅନୁଯାୟୀ ଦୀପଗ୍ରେସଙ୍କ ଜନ୍ମମାଟି ଲୁଲକିଡିହିରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଖୁସିର ମୂହୁର୍ତ୍ତରେ ଦୁଇ ପରିବାରର ଲୋକେ ସାମିଲ୍ ହେବା ସହ ବନ୍ଧୁ ବାନ୍ଧବ ମଧ୍ୟ ଉପସ୍ଥିତ ଥିଲେ। ଏବଂ ସେହି ଦିନ ବିବାହ ତାରିଖ ସ୍ଥିର ହୋଇଥିଲା। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ସମ୍ପ୍ରତି ପୂର୍ବତଟ ରେଳବାଇରେ ଦୀପଗ୍ରେସ୍ ଏକ୍କା କାର୍ଯ୍ୟରତ ଥିବା ବେଳେ ତାଙ୍କ ଭାବୀ ସ୍ବାମୀ ଅନୂପ ଭାରତୀୟ ସୈନ୍ୟ ବାହାନୀରେ କାର୍ଯ୍ୟରତ। ଅନୂପ ସୁନ୍ଦରଗଡ଼ ସାଇ ଛାତ୍ରାବାସରେ ହକି ପ୍ରଶିକ୍ଷଣ ନେଇଥିଲେ। ସେ ମଧ୍ୟ ଜାତୀୟ ପ୍ରତିଯୋଗିତାରେ ଓଡି଼ଶାର ପ୍ରତିନିଧିତ୍ବ କରିଥିଲେ।

ହକି ଖେଳାଳୀ ଦୀପଗ୍ରେସ ଏକ୍କା ହକି ଦଳରେ ସ୍ଥାନ ପାଇ ସେ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି । ୨୦୧୧ ମସିହାରେ ଦୀପ ଗ୍ରେସ୍ ଏକ୍କା ୧୭ ବର୍ଷ ବୟସରେ ଆନ୍ତର୍ଜାତୀୟ ସର୍କିଟରେ ପ୍ରବେଶ କରିଥିଲେ। ସେ ନିଜ କ୍ୟାରିୟରରେ ୨ଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସେହିପରି ୨୦୧୬ ମସିହାରେ ରିଓ ଏବଂ ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସରେ ସେ ଭାଗ ନେଇଥିଲେ । 

 

 

Read More
{}{}