Hindi News >>Home >>Odisha Sports

U-23 World Championship: ୨୧ ଭାରତୀୟ Wrestler ଓ ଦୁଇ କୋଚଙ୍କୁ ଭିସା ଦେଲାନି ସ୍ପେନ୍, ଜାଣନ୍ତୁ କାରଣ


U-23 World Championship: ଭାରତସ୍ଥିତ ସ୍ପେନର ଦୂତାବାସ ୩୦ ଜଣ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଭିସା ଆବେଦନ କରାଯାଇଛି। କେବଳ ୯ ଜଣଙ୍କୁ ଭିସା ଆବେଦନ ଗ୍ରହଣ କରାଯାଇଥିଲା। ଆଉ ୯ ଜଣ କୋଚଙ୍କ ମଧ୍ୟରୁ ୬ ଜଣଙ୍କୁ ଭିସା ମିଳିଛି। ସ୍ପେନ ଦୂତାବାସ ପକ୍ଷରୁ ଭାରତର ୨୧ କୁସ୍ତିଯୋଦ୍ଧାଙ୍କ ଭିସା ଆବେଦନ ଖାରଜ ପରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଏକ ଆକ୍ରୋସ ଦେଖିବାକୁ ମିଳିଛି। WFI ଆଶାବାଦୀ ଯେ, ପୁରୁଷ ଫ୍ରିଷ୍ଟାଇଲ୍ ଇଭେଣ୍ଟ ପାଇଁ ଭିସା ମିଳିପାରେ।

Advertisement
U-23 World Championship: ୨୧ ଭାରତୀୟ Wrestler ଓ ଦୁଇ କୋଚଙ୍କୁ ଭିସା ଦେଲାନି ସ୍ପେନ୍, ଜାଣନ୍ତୁ କାରଣ
Stop
Zee Odisha Desk|Updated: Oct 18, 2022, 07:25 AM IST

U-23 World Championship, ନୂଆଦିଲ୍ଲୀ: ସ୍ପେନରେ ଚାଲିଥିବା U-23 World Championshipରେ ଭାରତକୁ ଏକ ଶକ୍ତ ଧକ୍କା ଲାଗିଛି। ୨୧ ଜଣ ଭାରତୀୟ ରେସଲର୍ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଭାରତସ୍ଥିତ ସ୍ପେନର ଦୂତାବାସ ୩୦ ଜଣ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଭିସା ଆବେଦନ କରାଯାଇଛି। କେବଳ ୯ ଜଣଙ୍କୁ ଭିସା ଆବେଦନ ଗ୍ରହଣ କରାଯାଇଥିଲା। ଆଉ ୯ ଜଣ କୋଚଙ୍କ ମଧ୍ୟରୁ ୬ ଜଣଙ୍କୁ ଭିସା ମିଳିଛି। ଭିସା ପ୍ରତ୍ୟାଖାନ କରିବାର କାରଣ, ଦେଶ ଛାଡିବା ନେଇ ସନ୍ଦେହ ବୋଲି କୁହାଯାଇଛି।

ସୋମବାର ଠାରୁ ସ୍ପେନର ପଣ୍ଟେଭେଡ୍ରାଠାରେ  U-23 World Championship ଆରମ୍ଭ ହୋଇଯାଇଛି। ଏଥିରେ ଭାରତର ଅଧିକାଂଲ ରେସଲର ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି। ସ୍ପେନ ଦୂତାବାସ ପକ୍ଷରୁ ଭାରତର ୨୧ କୁସ୍ତିଯୋଦ୍ଧାଙ୍କ ଭିସା ଆବେଦନ ଖାରଜ ପରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଏକ ଆକ୍ରୋସ ଦେଖିବାକୁ ମିଳିଛି। ଭାରତୀୟ ଅଧିକାରୀମାନେ ଆଶା କରୁଛନ୍ତି ଯେ, ଯଦି ସ୍ପେନର ନିଷ୍ପତ୍ତି ବଦଳିଯାଏ ତେବେ କିଛି କୁସ୍ତିଯୋଦ୍ଧା U-23 World Championshipରେ ଅଂଶଗ୍ରହଣ କରିପାରନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତିମ ପାଙ୍ଘଲଙ୍କ ସମେତ ଭାରତର ଅନେକ ପଦକ ଆଶାୟୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ବଞ୍ଚିତ ହେବାର ସମ୍ଭାବନା ରହିଛି। ଭିସା ଅବଧି ସରିଲା ପରେ ଭାରତୀୟ ଖେଳାଳି ଓ କୋଚମାନେ ସ୍ପେନରୁ ଫେରିବେ ନାହିଁ ବୋଲି ସନ୍ଦେହ କରି ସ୍ପେନ ସେମାନଙ୍କୁ ଭିସା ଦେଇନାହିଁ।

Also Read: ଥମିବାର ନା ନେଉନି ଖେଳାଳିଙ୍କ ଆହତ ହେବା ଘଟଣା, ବର୍ତ୍ତମାନ ଏହି ଘାତକ କ୍ରିକେଟର ଟି-20 ବିଶ୍ୱକପ..

ଅନ୍ତିମ ଚଳିତ ବର୍ଷ ଇତିହାସ ରଚିଥିଲେ। ସେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଜୁନିୟର ବିଶ୍ୱ ଚାମ୍ପିଅନସିପର ୫୩ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭିସା ଆବେଦନ ଖାରଜ ପରେ ଅନ୍ତିମଙ୍କ ବ୍ୟତୀତ ଅନ୍ୟ ସାତଟି ବର୍ଗରେ ଭାରତୀୟ ମହିଳା, ପୁରୁଷ ଫ୍ରିଷ୍ଟାଇଲ, ଗ୍ରୀକୋ ରୋମାନ ରେସଲର, World Championshipରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଖେଳାଳିଙ୍କ ବ୍ୟତୀତ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ମହାବୀର ପ୍ରସାଦ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଲକା ତୋମାରଙ୍କ ସମେତ ଅନେକ କୋଚଙ୍କୁ ମଧ୍ୟ ଦୂତାବାସ ପକ୍ଷରୁ ଭିସା ଦିଆଯାଇ ନାହିଁ। ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ସଚିବ ବିନୋଦ ତୋମାର କହିଛନ୍ତି, "ଆମେ ଅକ୍ଟୋବର ୪ରେ ସ୍ପେନର ଦୂତାବାସରେ ଭିସା ପାଇଁ ଖେଳାଳିଙ୍କ ପାସପୋର୍ଟ ଦାଖଲ କରିଥିଲୁ। କିଛି ଖେଳାଳିଙ୍କ ଭିସା ଆସିଥିବାବେଳେ ସୋମବାର ଅବଶିଷ୍ଟଙ୍କ ପ୍ରତ୍ୟାଖ୍ୟାନ ହୋଇଥିବା ଚିଠି ମିଳିଛି। ଏହା ଇତିହାସରେ ପ୍ରଥମ ଥର ଘଟିଛି।"

WFI ସଚିବ ପୁଣି କହିଛନ୍ତି, "୨୧ ଜଣଙ୍କୁ ଭିସା ନ ଦେଇ ଖେଳରୁ ବଞ୍ଚିତ କରିବା ଅବୈଧ ଅଟେ। ଆମର ଖେଳାଳିମାନେ ସ୍ପେନର ପର୍ଯ୍ୟଟନ କିମ୍ବା ଦର୍ଶନୀୟ ବୁଲିବାକୁ ଯାଉ ନାହାଁନ୍ତି। ସେମାନେ ଏକ ବିଶ୍ୱ ଚାମ୍ପିୟନଶିପ୍‌ରେ ପ୍ରତିଯୋଗିତା କରିବାକୁ ଯାଉଛନ୍ତି। ଅନ୍ତିମ ତୋମାର ଜଣେ ଅଜ୍ଞାତ କୁସ୍ତି ଖେଳାଳି ନୁହଁନ୍ତି। ସେ ଜଣେ ବିଶ୍ୱ ଚାମ୍ପିଅନ୍। ମହାବୀର ପ୍ରସାଦ ଏବଂ ଅଲକା ତୋମାର ମଧ୍ୟ ବରିଷ୍ଠ ପ୍ରଶିକ୍ଷକ ଅଟନ୍ତି, ସେମାନଙ୍କୁ UWWଦ୍ୱାରା ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ଯାତ୍ରାକୁ ଭାରତ ସରକାର ଅନୁମୋଦନ ଦେବା ସହ ଟିକେଟ୍ ମଧ୍ୟ ଦେଇଛନ୍ତି।" ତୋମାରଙ୍କ ଅନୁଯାୟୀ, ସ୍ପେନ୍‌କୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପାଇଁ ହୋଷ୍ଟିଂ ଅଧିକାର ପ୍ରଦାନ ନକରିବାକୁ UWWକୁ WFI ଚିଠି ଲେଖିବ। WFI ଆଶାବାଦୀ ଯେ, ପୁରୁଷ ଫ୍ରିଷ୍ଟାଇଲ୍ ଇଭେଣ୍ଟ ପାଇଁ ଭିସା ମିଳିପାରେ। ଏହି ପ୍ରତିଯୋଗିତା ଅକ୍ଟୋବର ୨୦, ଅକ୍ଟୋବର ୨୩ରୁ ଅନୁଷ୍ଠିତ ହେବ।

 

 

 

 

Read More
{}{}