Hindi News >>Home >>Odisha Sports

legendary player retired: ପୁଣି ଜଣେ ସନ୍ୟାସ ନେଲେ କ୍ରିକେଟର, ଜାଣନ୍ତୁ ତାଙ୍କ ବିଷୟରେ ସବିଶେଷ

୨୧ ଫେବୃଆରୀ, ୨୦୧୬ରେ ଟି୨୦ରେ ଡୁ ପ୍ରିଜ୍ ଦକ୍ଷିଣ ଆଫ୍ରିକାର (South Africa) ୧୦୦୦ରନ କରିବାର ପ୍ରଥମ ଖେଳାଳି ଭାବେ ଉଭା ହୋଇଥିଲେ। ସେହିପରି ୨୦୧୭ରେ ୧୦୦ଟି ଦିନିକିଆ ଖେଳିବାରେ ମଧ୍ୟ ପ୍ରଥମ ମହିଳା କ୍ରିକେଟର ଭାବେ ରେକର୍ଡ କରିଥିଲେ। ଡୁ ପ୍ରିଜ୍ ୭ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ ବେଶ ନାଁ ଅର୍ଜନ କରିଥିଲେ। ୧୩ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟରେ ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୨୫୮ ରନ ସଂଗ୍ରହ କରିଥିଲେ। ସେ ଏହି ପାଳିରେ ଡୁ ପ୍ରିୟା ୧୬ଟି ଛକ୍କା ଓ ୨୫ଟି ଚୌକା ମାରିଥିଲେ। 

Advertisement
legendary player retired: ପୁଣି ଜଣେ ସନ୍ୟାସ ନେଲେ କ୍ରିକେଟର, ଜାଣନ୍ତୁ ତାଙ୍କ ବିଷୟରେ ସବିଶେଷ
Stop
Zee Odisha Desk|Updated: Dec 09, 2022, 07:21 PM IST

legendary player retired: ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର (South Africa) ପୂର୍ବତନ ଅଧିନାୟକ ତଥା ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ମିନିଅନ୍ ଡୁ ପ୍ରି (Mignon du Preez) ଅନ୍ତର୍ଜାତୀୟ କ୍ରିକେଟରୁ (International Cricket) ଅବସର (Retirement) ନେଇଛନ୍ତି। ଗତ ଏପ୍ରିଲରେ ଡୁ ପ୍ରିଜ୍ (Mignon du Preez) ଟେଷ୍ଟ (Test) ଏବଂ ଦିନିକିଆରୁ (ODI) ଅବସର ନେଇଥିଲେ। ଆଉ ଆଜି ସେ ଅନ୍ତର୍ଜାତୀୟ ଟି-୨୦ରୁ ବିଦାୟ ନେଇଛନ୍ତି। ଡୁ ପ୍ରିଜ୍ (Mignon du Preez) ୨୦୦୭ ମସିହା ଜାନୁଆରୀରେ ୧୭ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା (South Africa) ପାଇଁ ପଦାର୍ପଣ କରିଥିଲେ। ଏହି ଖେଳାଳି ୨୦୧୮ ମସିହାରେ ତିନୋଟି ଯାକ ଫର୍ମାଟରେ ଦକ୍ଷିଣ ଆଫ୍ରିକାର ଅଧିନାୟିକା ଥିଲେ। କିନ୍ତୁ ବର୍ତ୍ତମାନ ସେ ୩୩ ବର୍ଷ ବୟସରେ ସବୁ ଫର୍ମାଟରୁ ଅବସର ନେଇଛନ୍ତି। ଡୁ ପ୍ରିଜ୍ (Mignon du Preez) ଦକ୍ଷିଣ ଆଫ୍ରିକା (South Africa) ପାଇଁ ସବୁଠାରୁ ଅଧିକ ଦିନିକିଆ (ODI) ଓ ଟି୨୦ରେ (T20) ସର୍ବାଧିକ ରନ କରିଥିବା ଖେଳାଳି ଭାବେ ପରିଗଣିତ ହୋଇଥାନ୍ତି। ତେବେ ଦିନିକିଆରେ ଡୁ ପ୍ରିଜ୍ (Mignon du Preez) ୩୭୬୦ ଓ ଟି୨୦ରେ ୧୮୦୫ ରନ କରିଛନ୍ତି। ଡୁ ପ୍ରିଜ୍ ବର୍ତ୍ତମାନ ଏକ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏଥିରେ ସେ ୧୧୯ରନ ପାଳି ଖେଳିଥିଲେ। 

୨୧ ଫେବୃଆରୀ, ୨୦୧୬ରେ ଟି୨୦ରେ ଡୁ ପ୍ରିଜ୍ ଦକ୍ଷିଣ ଆଫ୍ରିକାର (South Africa) ୧୦୦୦ରନ କରିବାର ପ୍ରଥମ ଖେଳାଳି ଭାବେ ଉଭା ହୋଇଥିଲେ। ସେହିପରି ୨୦୧୭ରେ ୧୦୦ଟି ଦିନିକିଆ ଖେଳିବାରେ ମଧ୍ୟ ପ୍ରଥମ ମହିଳା କ୍ରିକେଟର ଭାବେ ରେକର୍ଡ କରିଥିଲେ। ଡୁ ପ୍ରିଜ୍ ୭ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ ବେଶ ନାଁ ଅର୍ଜନ କରିଥିଲେ। ୧୩ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟରେ ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୨୫୮ ରନ ସଂଗ୍ରହ କରିଥିଲେ। ସେ ଏହି ପାଳିରେ ଡୁ ପ୍ରିୟା ୧୬ଟି ଛକ୍କା ଓ ୨୫ଟି ଚୌକା ମାରିଥିଲେ। 

ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ଏହି ପୋଷ୍ଟକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ୧୬ ବର୍ଷ ପରେ ମିନିୟନ ଡୁ ପ୍ରିଜ୍ ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ଏହି ପୋଷ୍ଟଗୁଡିକରେ, ମାଇଗନ୍ ଡୁ ପ୍ରିଜଙ୍କ ସମ୍ପୂର୍ଣ୍ଣ ବିବୃତ୍ତି ଲେଖାଯାଇଥିଲା ଯେଉଁଥିରେ ସେ ତାଙ୍କ କ୍ରିକେଟ୍ କ୍ୟାରିୟରର ମୁଖ୍ୟ ପଏଣ୍ଟଗୁଡିକୁ ଆଲୋକିତ କରି ଲେଖିଥିଲେ, 'ଆନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ମୋ ପାଇଁ ଏକ ବଡ଼ କଥା। ତୁମେ ବହୁତ ଭଲ ପାଉଥିବା ଜିନିଷଠାରୁ ନିଜକୁ ଦୂରରେ ରଖିବା ତୁମ ପାଇଁ ସହଜ ନୁହେଁ। ମୋ ପାଇଁ କ୍ରିକେଟ୍ ଅନ୍ୟତମ। ମୁଁ ଜାଣିଥିଲି ଏହି ମୁହୂର୍ତ୍ତ ନିଶ୍ଚିତ ଭାବରେ ଦିନେ ଆସିବ, ତେଣୁ ଆଜି ମୁଁ ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛି। ତଥାପି, ମୁଁ ସାରା ବିଶ୍ୱରେ ଟି୨୦ ଲିଗ୍ ଖେଳିବା ଜାରି ରଖିବି।

Read More
{}{}