Hindi News >>Home >>Odisha Sports

ଧାଓ୍ବନଙ୍କ ପଛରେ ପଡ଼ିଲେ ରୋହିତ, ରାଇନା ଓ ଓ୍ବାର୍ଣ୍ଣର; ବିରାଟଙ୍କ ପରେ ୨ୟ ଖେଳାଳି ଭାବେ କଲେ ଏହି ରେକର୍ଡ

ଆଇପିଏଲର ୬୦୦୦ ରନ୍‌ କ୍ଲବରେ ଶିଖର ଧାଓ୍ବନ ଏଣ୍ଟ୍ରି ମାରିଛନ୍ତି। ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ଏହି କ୍ଲବ୍‌ରେ ଗବ୍ବରଙ୍କ ଏଣ୍ଟ୍ରି ହୋଇଛି। ସେ ସୋମବାର ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଏହି ରେକର୍ଡ କରିଛନ୍ତି। କେବଳ ସେତିକି ନୁହେଁ ଗବ୍ବର ଟି-୨୦ ଫର୍ମାଟର ୯୦୦୦ ରନ୍‌ କ୍ଲବରେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି।

Advertisement
ଡିଜାଇନ୍ ଫଟୋ
Stop
Ashis Kumar Rath|Updated: Apr 26, 2022, 08:41 AM IST

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୫ତମ ସଂସ୍କରଣରେ ଶିଖର ଧାଓ୍ବନ ଧମାକା ଦେଖିବାକୁ ମିଳିଛି। ଦ୍ବିତୀୟ ଖେଳାଳି ଭାବେ ଆଇପିଏଲରେ ଗବ୍ବର ଇତିହାସ ରଚିଛନ୍ତି। ଆଇପିଏଲରେ ନିଜର ୨୦୦ତମ ମ୍ୟାଚରେ ଶିଖର ଧାଓ୍ବନ କମାଲ କକିଛନ୍ତି। ଆଇପିଏଲର ୬୦୦୦ ରନ୍‌ କ୍ଲବରେ ଶିଖର ଧାଓ୍ବନ ଏଣ୍ଟ୍ରି ମାରିଛନ୍ତି। ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ଏହି କ୍ଲବ୍‌ରେ ଗବ୍ବରଙ୍କ ଏଣ୍ଟ୍ରି ହୋଇଛି। ସେ ସୋମବାର ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଏହି ରେକର୍ଡ କରିଛନ୍ତି। କେବଳ ସେତିକି ନୁହେଁ ଗବ୍ବର ଟି-୨୦ ଫର୍ମାଟର ୯୦୦୦ ରନ୍‌ କ୍ଲବରେ ମଧ୍ୟ ଏଣ୍ଟ୍ରି ମାରିଛନ୍ତି।

IPL 2022ରେ ଚେନ୍ନାଇ ସୁପର କିଙ୍ଗସ୍‌ (CSK) ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶିଖର ଧାଓ୍ବନ୍‌ ୬ ହଜାର ରନ୍‌ ମାଇଲଖୁଣ୍ଟ ଛୁଇଁବାଠାରୁ ମାତ୍ର ୨ ରନ୍‌ ପଛରେ ଥିଲେ। ହେଲେ ଅତି ସହଜରେ ସେ ମାଇଲଖୁଣ୍ଟ ଛୁଇଁବାରେ ସଫଳ ହୋଇଥିଲେ। ଚେନ୍ନାଇ ବିପକ୍ଷରେ ଗବ୍ବର ୫୯ ବଲରୁ ୮୮ ରନର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳୁଥିବା ବିରାଟ କୋହଲି (Virat Kohli) ୨୧୫ଟି ଆଇପିଏଲ (IPL) ମ୍ୟାଚ୍‌ ଖେଳି ମୋଟ ୬୪୦୨ ରନ୍‌ ସ୍କୋର କରିଛନ୍ତି। ତାଙ୍କ ପଛକୁ ଶିଖର ଧାଓ୍ବନ (Shikhar Dhawan) ୬୦୨୪ ରନ୍‌ କରି ଦ୍ବିତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା ୫୭୬୪ ରନ୍‌ କରି ତୃତୀୟରେ ଥିବାବେଳେ ଡେଭିଡ ଓ୍ବାର୍ଣ୍ଣର ୫୬୬୮ ଓ ସୁରେଶ ରାଇନା ୫୫୨୮ ରନ୍‌ କରି ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

Also Read: ୨୮ ବର୍ଷ ସାନ ମହିଳାଙ୍କୁ ବିବାହ କରିବେ ପୂର୍ବତନ ଭାରତୀୟ କ୍ରିକେଟର

ଶିଖର ଧାଓ୍ବନ କ୍ରିକେଟର ଆଉ ଏକ କ୍ଲବରେ ମଧ୍ୟ ନିଜ ନାମକୁ ଯୋଡ଼ିଛନ୍ତି। କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରତିପକ୍ଷ ଦଳ ବିପକ୍ଷରେ ସର୍ବାଧିକ ରନ୍‌ କରିବାର ରେକର୍ଡ ମଧ୍ୟ ସେ ନିଜ ନାମ ଯୋଡ଼ିଛନ୍ତି। ଏପରିକି ସେ ରୋହିତ ଶର୍ମା ଓ ଡେଭିଡ ଓ୍ବାର୍ଣ୍ଣରଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ପଛରେ ପକାଇଛନ୍ତି। ବର୍ତ୍ତମାନ ସୁଦ୍ଧା ରୋହିତ ଶର୍ମା (Rohit Sharma) କେକେଆର ବିପକ୍ଷରେ ୧୦୧୮ ରନ୍‌ କରିଥିବା ବେଳେ ଡେଭିଡ ଓ୍ବାର୍ଣ୍ଣର (Devid Warner) ୧୦୦୫ ରନ୍‌ କରିଛନ୍ତି। ଆଉ ଏବେ ଚେନ୍ନାଇ ବିପକ୍ଷରେ ଧାଓ୍ବନ ୧୦୨୨ ରନ୍‌ କରି ଏହି ସ୍ବତନ୍ତ୍ର କ୍ଲବର ଆଗଧାଡ଼ିର ଖେଳାଳି ହୋଇଛନ୍ତି।

ସେହିପରି ଭାରତର ୮ମ ଖେଳାଳି ଭାବେ ଶିଖର ଆଇପିଏଲର ୨୦୦ତମ ମ୍ୟାଚ୍‌ ଖେଳିଛନ୍ତି। ଆଇପିଏଲରେ ମହେନ୍ଦ୍ର ସିଂ ଧୋନି (MS Dhoni) ସର୍ବାଧିକ ୨୨୮ଟି ମ୍ୟାଚ୍‌ ଖେଳିଥିବାବେଳେ ଦିନେଶ କାର୍ତ୍ତିକ ୨୨୧, ରୋହିତ ଶର୍ମା ୨୨୧, ବିରାଟ କୋହଲି ୨୧୫, ସୁରେଶ ରାଇନା ୨୦୫, ରବିନ୍‌ ଉଥପ୍ପା ୨୦୧ ମ୍ୟାଚ୍‌ ଖେଳିଛନ୍ତି।

Also Read: IPL 2022: ହାରିବାର ରେକର୍ଡ ଭାଙ୍ଗିଲା Mumbai Indians, ଏହି ଖେଳାଳିଙ୍କ ଉପରେ ବର୍ଷିଲେ Rohit

ସୋମବାର ଖେଳାଯାଇଥିବା ଆଇପିଏଲର ୩୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗସ୍‌ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୮୭ ରନ୍‌ କରିଥିଲା। ଧାଓ୍ବନଙ୍କ ୮୮ ଓ ରାଜପକ୍ଷଙ୍କ ୪୨ ରନ୍‌ ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ଆଗରେ ପଞ୍ଜାବ ୧୮୮ ରନର ଟାର୍ଗେଟ ରଖିଥିଲା। ଆଉ ଚେନ୍ନାଇ ସୁପର କିଙ୍ଗସ୍‌ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୭୬ ରନ୍‌ କରିଥିଲା। ଯାହାଫଳରେ ମ୍ୟାଚକୁ ପଞ୍ଜାବ କିଙ୍ଗସ୍ ୧୧ ରନରେ ଜିତି ନେଇଥିଲା। ଚେନ୍ନାଇର ଷ୍ଟାର ବ୍ୟାଟସମ୍ୟାନ୍‌ ଅମ୍ବାତି ରାୟୁଡୁ ଧୂଆଁଦାର ଇନିଂସ ଖେଳିବା ସତ୍ତ୍ବେ ଦଳକୁ ବିଜୟ ଭେଟି ଦେଇ ପାରିନଥିଲେ।

 

 

 

 

 

 

Read More
{}{}