Hindi News >>Home >>Odisha Sports

ODI କ୍ରିକେଟରେ ଇତିହାସ ରଚିଲେ ଶାହିନ୍ ଆଫ୍ରିଦି, ମିଚିଲ୍ ଷ୍ଟାର୍କଙ୍କୁ ପଛରେ ପକାଇ କଲେ ଏହି ବିଶ୍ୱ ରେକର୍ଡ

Cricket World Cup 2023: ବିଶ୍ୱକପ୍ ର ୩୧ ତମ ମ୍ୟାଚ୍ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଶାହିନ୍ ଶାହା ଆଫ୍ରିଦି (Shaheen Shah Afridi) ୱିକେଟ୍ ନେଇଥିଲେ ଓ ODI ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ ।  

Advertisement
Shaheen Shah Afridi
Stop
Jagdish Barik|Updated: Oct 31, 2023, 03:59 PM IST

World Cup 2023: ବିଶ୍ୱକପ୍ ର ୩୧ ତମ ମ୍ୟାଚ୍ ପାକିସ୍ତାନ ଏବଂ ବାଂଲାଦେଶ (BAN vs PAK) ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି (Shaheen Shah Afridi) ନିଜ ନାମରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ସେ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ODI ନିଜର ୧୦୦ ୱିକେଟ୍ ନେଇଥିଲେ ଏହା ସମେତ ସେ ଦିନିକିଆ କ୍ରିକେଟ୍ ଇତିହାସରେ ଦ୍ରୁତ ବୋଲର ଭାବେ ଦ୍ରୁତତମ ୧୦୦ଟି ୱେକେଟ୍ ନେଇଥିବା ବୋଲର ହୋଇଛନ୍ତି । ଏହି ପ୍ରସଙ୍ଗରେ ସେ ଅଷ୍ଟ୍ରେଲିଆର ଭେଟେରାନ୍ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇ ଦେଇଛନ୍ତି । 

ଇତିହାସ ସୃଷ୍ଟି କଲେ ଶାହିନ୍ ଶାହା ଆଫ୍ରିଦି 
ଏହି ପାକିସ୍ତାନୀ ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ୫୧ ଟି ଦିନିକିଆ ମ୍ୟାଚରେ ନିଜର ୧୦୦ ୱିକେଟ୍ ପୂରଣ କରିଛନ୍ତି । ଶାହିନଙ୍କ ପରେ ଏହି ତାଲିକାର ଦ୍ୱିତୀୟ ଦ୍ରୁତ ବୋଲର ହେଉଛନ୍ତି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଯିଏ ୫୨ ଟି ଦିନିକିଆ ମ୍ୟାଚରେ ୧୦୦ ୱିକେଟ୍ ନେଇ ସଫଳତା ହାସଲ କରିଛନ୍ତି । ତେବେ ଏହି ତାଲିକାର ଶୀର୍ଷ ଏବଂ ପ୍ରଥମ ନାମ ହେଉଛି ସନ୍ଦୀପ ଲାମିଚାନେ, ଯିଏ ମାତ୍ର ୪୨ଟି ODI ମ୍ୟାଚରେ ୧୦୦ ୱିକେଟ୍ ନେଇଥିଲେ ଏବଂ ୧୦୦ ୱିକେଟ୍ ନେବାରେ ଦୁନିଆର ଦ୍ରୁତତମ ବୋଲର ହୋଇଥିଲେ ମଧ୍ୟ ସେ ଜଣେ ସ୍ପିନ୍ ବୋଲର ଅଟନ୍ତି । ଦ୍ରୁତ ବୋଲରଙ୍କ ଦୃଷ୍ଟିରେ ମିଚେଲ ଷ୍ଟାର୍କ ଶୀର୍ଷରେ ଥିଲେ, କିନ୍ତୁ ବର୍ତ୍ତମାନ ଶାହିନ୍ ତାଙ୍କୁ ପଛରେ ପକାଇ ଦେଇଛନ୍ତି ।

ତେବେ ଯଦି ଆମେ ମୋଟ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ବିଷୟରେ କଥା ହେବା, ତେବେ ନେପାଳ କ୍ରିକେଟର ସନ୍ଦୀପ ଲାମିଚାନଙ୍କ ନାମ ଏହି ତାଲିକାରେ ଶୀର୍ଷରେ ରହିଛି । ତାଙ୍କ ପରେ ଆଫଗାନିସ୍ତାନର ତାରକା ବୋଲର ରସିଦ ଖାନ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ୪୪ ଟି ଅନ୍ତର୍ଜାତୀୟ ODI ମ୍ୟାଚରେ ୧୦୦ ୱିକେଟ୍ ନେଇଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଅନ୍ତର୍ଭୁକ୍ତ ତୃତୀୟ ନାମ ହେଉଛି ପାକିସ୍ତାନର ଶାହିନ୍ ଶାହା ଆଫ୍ରିଦି, ଯିଏ ୫୧ ଟି ମ୍ୟାଚରେ ୧୦୦ ୱିକେଟ୍ ନେଇଛନ୍ତି । ତାଙ୍କ ପରେ ମିଚେଲ ଷ୍ଟାର୍କ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି, ଯିଏ ୫୨ ଟି ଦିନିକିଆ ମ୍ୟାଚରେ ୧୦୦ ୱିକେଟ୍ ନେଇଥିଲେ । ଏଥି ସହିତ ପାକିସ୍ତାନର ପୂର୍ବତନ ସ୍ପିନ୍ ବୋଲର ସାକଲେନ୍ ମୁଶ୍ତାକଙ୍କ ନାମ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି, ଯିଏ ୫୩ ଟି ଆନ୍ତର୍ଜାତୀୟ ODI ମ୍ୟାଚରେ ୧୦୦ ୱିକେଟ୍ ନେଇଛନ୍ତି।

Read More
{}{}