Hindi News >>Home >>Odisha Sports

Sania Mirza Shoaib Malik Divorce: ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ବି ଜଣେ ଭାରତୀୟ, ଛାଡପତ୍ର ବିନା ସାନିଆଙ୍କୁ କରିଥିଲେ ବିବାହ

Sania Mirza Shoaib Malik Divorce: ପାକିସ୍ତାନୀ ଗଣମାଧ୍ୟମରେ କୁହାଯାଇଛି ଯେ, ସାନିଆ ମିର୍ଜା ଓ ଶୋଏବ ମଲିକ ଅଲଗା ହୋଇଯାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏନେଇ ନା ସାନିଆ ମିର୍ଜା ମୁହିଁ ଖୋଲିଛନ୍ତି ନା ଶୋଏବ ମଲିକ କିଛି କହିଛନ୍ତି । ଅର୍ଥାତ ଛାଡ଼ପତ୍ରକୁ ନେଇ କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ । 

Advertisement
Sania Mirza Shoaib Malik Divorce: ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ବି ଜଣେ ଭାରତୀୟ, ଛାଡପତ୍ର ବିନା ସାନିଆଙ୍କୁ କରିଥିଲେ ବିବାହ
Stop
Zee Odisha Desk|Updated: Nov 12, 2022, 10:10 AM IST

Sania Mirza Shoaib Malik Divorce: ଭାରତୀୟ ଟେନିସ୍ ଷ୍ଟାର୍ (Indian Tennis Player) ସାନିଆ ମିର୍ଜା (Sania Mirza) ଓ ପାକିସ୍ତାନୀ କ୍ରିକେଟର (Pakistan Cricketer) ଶୋଏବ ମଲିକ (Shoaib Malik) ଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ଉଭୟଙ୍କ ମଧ୍ୟରେ ଶୀଘ୍ର ଛାଡପତ୍ର ହେବାର ଖବର ସାମ୍ନାକୁ ଆସୁଛି । ଏପରିକି ପାକିସ୍ତାନୀ ଗଣମାଧ୍ୟମରେ କୁହାଯାଇଛି ଯେ, ସାନିଆ ମିର୍ଜା ଓ ଶୋଏବ ମଲିକ ଅଲଗା ହୋଇଯାଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏନେଇ ନା ସାନିଆ ମିର୍ଜା ମୁହିଁ ଖୋଲିଛନ୍ତି ନା ଶୋଏବ ମଲିକ କିଛି କହିଛନ୍ତି । ଅର୍ଥାତ ଛାଡ଼ପତ୍ରକୁ ନେଇ କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ । ଇନଷ୍ଟାଗ୍ରାମରେ ସାନିଆ ମିର୍ଜା ପୋଷ୍ଟ କରିଥିବା କିଛି ପୁରୁଣା ଫଟୋର କ୍ୟାପସନରେ ସେ ହୃଦୟ ଭାଙ୍ଗିବା ଭଳି କଥା ମଧ୍ୟ କହିଛନ୍ତି ।

ଏଠାରେ କହି ରଖୁଛୁ ଯେ, ସାନିଆ ମିର୍ଜା (Sania Mirza) ଓ ଶୋଏବ ମଲିକ (Shoaib Malik) ୨୦୧୦ରେ ବିବାହ କରିଥିଲେ । ଦୁହେଁ ୧୨ ବର୍ଷ ଏକାଠି ରହୁଥିଲେ । ତେବେ, ବର୍ତ୍ତମାନ ଏହି ସାନିଆ ମିର୍ଜା ଓ ଶୋଏବ ମଲିକଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି ବୋଲି ଖବର ସାମ୍ନାକୁ ଆସୁଛି । ସାନିଆ ମିର୍ଜା ଓ ଶୋଏବ ମଲିକଙ୍କର ୪ ବର୍ଷର ପୁଅ ମଧ୍ୟ ଅଛନ୍ତି । ତାଙ୍କ ନାମ ହେଉଛି ଇଜହାନ୍ ମିର୍ଜା ମଲିକ୍ (Izhaan Mirza Malik) । ତେବେ ସାନିଆ ମିର୍ଜା ଶୋଏବ ମଲିକଙ୍କ ପ୍ରଥମ ନୁହେଁ, ବରଂ ଦ୍ୱିତୀୟ ପତ୍ନୀ । ସାନିଆ ମିର୍ଜାଙ୍କ ପୂର୍ବରୁ ଶୋଏବ ମଲିକ ଭାରତରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଶୋଏବ ମଲିକ ହାଇଦ୍ରାବାଦରେ ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ଆୟେଶା ସିଦ୍ଦିକି (Ayesha Siddiqui) ।

୨୦୧୦ରେ ଶୋଏବ ମଲିକ (Shoaib Malik) ଓ ସାନିଆ ମିର୍ଜା (Sania Mirza) ଙ୍କ ବିବାହ ଖବର ପୂର୍ବରୁ ଆୟେଶା ସିଦ୍ଦିକି (Ayesha Siddiqui) ଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା । ସେତେବେଳେ କୁହାଯାଇଥିଲା ଯେ, ଶୋଏବ ମଲିକ ଆୟେଶା ସିଦ୍ଦିକିଙ୍କଠାରୁ ଛାଡପତ୍ର ନ ହୋଇ ପୁନର୍ବାର ବିବାହ କରିବାକୁ ଚାହୁଁଛନ୍ତି । ତା’ପରେ ଆୟେଶା ସିଦ୍ଦିକି ସମସ୍ତଙ୍କ ସାମ୍ନାରେ ଆସି କହିଥିଲେ ଯେ, ସେ ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ଓ ସେ ଛାଡପତ୍ର ବିନା ପୁନର୍ବାର ବିବାହ କରିପାରିବେ ନାହିଁ । ଏହା ପରେ ଶୋଏବ ମଲିକ ଆୟେଶା ସିଦ୍ଦିକଙ୍କ ସହ କୌଣସି ସମ୍ପର୍କ ରହିଥିବା କଥାକୁ ଅସ୍ୱୀକାର କରିଦେଇଥିଲେ ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଫାଇନାଲ ପୂର୍ବରୁ ବାବର ଆଜମ ଛାଡ଼ିଲେ ଦଳ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ଖୁବ୍ ଶୀଘ୍ର ପନ୍ତ-କାର୍ତ୍ତିକଙ୍କ ସ୍ଥାନ ଛଡ଼ାଇ ନେବେ ଏହି ଘାତକ ଖେଳାଳି? ମିଳିବ ୱିକେଟକିପରର ଦାୟିତ୍ୱ

ଅଧିକ ପଢ଼ନ୍ତୁ:-୪ ଥର ଯୌନ ନିର୍ଯାତନା ପରେ ମହିଳାଙ୍କ ଗଳା ଚିପି ଥିଲେ ଏହି କ୍ରିକେଟର!

 

ତେବେ ଯେତେବେଳେ ଏହି ମାମଲା ବଢ଼ିବାକୁ ଲାଗିଲା । ଶୋଏବ ମଲିକ (Shoaib Malik) ଆୟେଶା ସିଦ୍ଦିକି (Ayesha Siddiqui) ଙ୍କୁ ଛାଡପତ୍ର ଦେଇଥିଲେ । ଆୟେଶା ସିଦ୍ଦିକ କହିଥିଲେ ଯେ, ସେ ମୋଟି, ଯେଉଁଥିପାଇଁ ଶୋଏବ ମଲିକ ତାଙ୍କୁ ପସନ୍ଦ କରନ୍ତି ନାହିଁ । ଶୋଏବ ମଲିକ ଓ ସାନିଆ ମିର୍ଜାଙ୍କ ମଧ୍ୟରେ ଘନିଷ୍ଠତା ୨୦୦୯ରୁ ବୃଦ୍ଧି ପାଇବାରେ ଲାଗିଥିଲା । ଏହା ପରେ ଦୁହେଁ ୨୦୧୦ରେ ବିବାହ କରିଥିଲେ । ଏହି ବିବାହ ହାଇଦ୍ରାବାଦରେ ହିଁ ହୋଇଥିଲା । ୨୦୧୮ରେ ସାନିଆ ମିର୍ଜା ଓ ଶୋଏବ ମଲିକ ବାପାମା ହୋଇଥିଲେ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୋଏବ ମଲିକ ସାନିଆ ମିର୍ଜାଙ୍କୁ ଧୋକା ଦେଇଛନ୍ତି । କୁହାଯାଉଛି ଯେ ଶୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଉମର (Ayesha Umar) ଙ୍କ ସହ ରିଲେଶନଶିପରେ ଅଛନ୍ତି ।

Read More
{}{}