Hindi News >>Home >>Odisha Sports

Saleem Malik on IND vs SA Match: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଣିଶୁଣି ଟିମ୍ ଇଣ୍ଡିଆ ହାରିଛି, ଝଡ଼ ସୃଷ୍ଟି କଲା ଏହି ଦିଗ୍ଗଜ ଖେଳାଳିଙ୍କ ବୟାନ

Saleem Malik on India vs South Africa Match: ଟି-20 ବିଶ୍ୱକପ ୨୦୨୨ର ସୁପର-12 ରାଉଣ୍ଡର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ମ୍ୟାଚରେ ଭାରତ ଏଭଳି ଅନେକ ସୁଯୋଗ ହାତଛଡ଼ା କରିଥିଲା ​​ଯେତେବେଳେ କି ଭାରତୀୟ ଦଳକୁ ୱିକେଟ୍ ମିଳିପାରିଥାନ୍ତା ।

Advertisement
Saleem Malik on IND vs SA Match: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଣିଶୁଣି ଟିମ୍ ଇଣ୍ଡିଆ ହାରିଛି, ଝଡ଼ ସୃଷ୍ଟି କଲା ଏହି ଦିଗ୍ଗଜ ଖେଳାଳିଙ୍କ ବୟାନ
Stop
Zee Odisha Desk|Updated: Nov 01, 2022, 12:33 PM IST

Saleem Malik on India vs South Africa Match: ଟି-20 ବିଶ୍ୱକପ ୨୦୨୨ରେ ନିଜର ପ୍ରାରମ୍ଭିକ ୨ଟି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ତୃତୀୟ ମ୍ୟାଚରେ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଥିଲା । ଏହି ସମୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ସଲିମ ମଲିକ ଦାବି କରିଛନ୍ତି ଯେ, ଟିମ୍ ଇଣ୍ଡିଆ ଜାଣିଶୁଣି ଏହି ମ୍ୟାଚ୍ ହାରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ଅଡନ ମାର୍କ୍ରାମ ଓ ଡେଭିଡ ମିଲରଙ୍କ ଅପରାଜିତ ଅର୍ଦ୍ଧଶତକ ସାହାଯ୍ୟରେ ୧୯.୪ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତର ପରାଜୟ ପରେ ପାକିସ୍ତାନର ପୂର୍ବତନ ଅଧିନାୟକ କହିଛନ୍ତି ଯେ, ଭାରତ କେବେବି ଚାହିଁବ ନାହିଁ କି ପାକିସ୍ତାନ ଆଗକୁ ଯାଉ ।

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ୨୪ ନ୍ୟୁଜ୍ ସହ ଆଲୋଚନା କରୁଥିବା ବେଳେ ପୂର୍ବତନ ଅଧିନାୟକ ସଲିମ ମଲିକ କହିଛନ୍ତି ଯେ, " ଭାରତ କେବେବି ଚାହିଁବ ନାହିଁ ପାକିସ୍ତାନ ଆଗକୁ ଯାଉ । ସେଥିପାଇଁ ଟିମ୍ ଇଣ୍ଡିଆ ଜାଣିଶୁଣି ଏହି ମ୍ୟାଚ୍ ହାରିଛି, ମୋର ବିଶ୍ୱାସ  ଯେ ପାକିସ୍ତାନ ଆଗକୁ ବଢ଼ୁ, ତାହା ଭାରତ କେବେବି ଚାହୁଁ ନାହିଁ ।" ସେପଟେ ଏହି ସମୟରେ ତାଙ୍କ ସହ ଆଲୋଚନା କରୁଥିବା ପୂର୍ବତନ ଦ୍ରୁତ ବୋଲର ୱାହାବ ରିଆଜ ତାଙ୍କ କଥାରେ ସହମତି ବ୍ୟକ୍ତ ନକରି କହିଛନ୍ତି ଯେ, "ଏହା ଆପଣଙ୍କର ମତାମତ ହୋଇପାରେ ।"

ଟିମ୍ ଇଣ୍ଡିଆର ଫିଲ୍ଡିଂ ଉପରେ ସଲିମ ମଲିକ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, "ଯଦି ଟିମ୍ ଇଣ୍ଡିଆ ଆଜି ଟିକିଏ ଭଲ ଫିଲ୍ଡିଂ କରିଥାନ୍ତା ତେବେ ସେମାନେ ଜିତି ପାରିଥାନ୍ତେ । ମୁଁ ଭାବୁଛି ସବୁଠାରୁ ନିରାଶାଜନକ ବିଷୟ ଏହା ଥିଲା ଯେ ଆଜି ଭାରତ ବହୁତ ଖରାପ ଫିଲ୍ଡିଂ କରିଛି । ଭାରତ ସବୁବେଳେ ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱିତା ରହିଆସୁଛି । କିନ୍ତୁ ସେ ଯେଉଁ ଫିଲ୍ଡିଂ କରିଛି, ଏଥିରେ ସନ୍ଦେହ ନାହିଁ ସେମାନେ ଆରମ୍ଭରେ ବହୁତ ଚେଷ୍ଟା କରିଥିଲେ, ଉତ୍ସାହ ଦେଖାଇଥିଲେ, କିନ୍ତୁ ସେମାନେ ଯେପରି ଫିଲ୍ଡିଂ କରିଛନ୍ତି, ମୁଁ ଟିକିଏ ଚିନ୍ତା କରୁଛି ଯେ ସେମାନେ ପାକିସ୍ତାନକୁ କେବେବି ପସନ୍ଦ କରନ୍ତି ନାହିଁ ।"

ଅଧିକ ପଢ଼ନ୍ତୁ:-ବର୍ଷା ବିଗାଡ଼ିବ ଟିମ୍ ଇଣ୍ଡିଆର ଖେଳ! ଜାଣନ୍ତୁ ନଭେମ୍ୱର ୨ରେ କେମିତି ରହିବ ଆଡିଲେଡରେ ପାଣିପାଗ

ଅଧିକ ପଢ଼ନ୍ତୁ:-କ'ଣ ରୋହିତ ଶର୍ମା ଓ ବିରାଟ କୋହଲି ପରବର୍ତ୍ତୀ ଟି-20 ବିଶ୍ୱକପ ଦଳର ଅଂଶ ହେବେ କି, ମୁଖ୍ୟ ଚୟନକର୍ତ୍ତା ଦେଲେ ଏହି ଜବାବ

ଅଧିକ ପଢ଼ନ୍ତୁ:-କେତେ ବର୍ଷ ବଞ୍ଚିବେ ଆପଣ? ହାତ ରେଖାରୁ ଜାଣିବା ପାଇଁ ଏହା ହେଉଛି ଅତି ସହଜ ଉପାୟ

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ ୨୦୨୨ରେ ପାକିସ୍ତାନର ପ୍ରଦର୍ଶନ ନିରାଶାଜନକ ରହିଛି । ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଟିମ୍ ଇଣ୍ଡିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାୱେ ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚରେ ୧ ରନରେ ପରାସ୍ତ ହୋଇଥିଲା । ଲଗାତାର ଦୁଇ ପରାଜୟ ପରେ ପାକିସ୍ତାନ ଦଳ ଟି-୨୦ ବିଶ୍ୱକପ ୨୦୨୨ରୁ ବାଦ୍ ପଡ଼ିବାର ସମ୍ଭାବନା ବଢ଼ିଯାଇଛି । ଅବଶ୍ୟ ପାକିସ୍ତାନ ନେଦର୍ଲ୍ୟାଣ୍ଡ ବିପକ୍ଷରେ ୬ ୱିକେଟରେ ଜିତିଛି ।

Read More
{}{}