Hindi News >>Home >>Odisha Sports

T20 World Cup 2022: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କ'ଣ କରିଥିଲେ ରୋହିତ ଶର୍ମା? ଏବେ ଭାଇରାଲ ହେଉଛି ଫଟୋ

T20 World Cup 2022: ଦୁଇ ସପ୍ତାହ ପୂର୍ବରୁ ଭାରତ ତାର T20 World Cup କ୍ୟାମ୍ପେନ ଆରମ୍ଭ କରିଦେଇଛି। ପ୍ରଥମେ ଅଷ୍ଟ୍ରେଲିଆ ଓ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିଛି। ଟିମ ଇଣ୍ଡିଆର ଅର୍ଦ୍ଧାଧିକ ଖେଳାଳି ବିଶ୍ୱକପ ପାଇଁ ଚୟନ ହୋଇଛନ୍ତି। ଏପରି କି ସ୍ୱାର୍ଡରେ ଥିବା ଅନେକ ଖେଳାଳିଙ୍କ ନିକଟରେ ଅଷ୍ଟ୍ରେଲିଆରେ ଖେଳିବାର ଅଭିଜ୍ଞତା ନାହିଁ। ଯେଉଁଥିପାଇଁ ମ୍ୟାନେଜମେଣ୍ଟ ପକ୍ଷରୁ ଖେଳାଳିଙ୍କୁ ଆଗୁଆ ସେଠାକୁ ନେବାପାଇଁ ଯୋଜନା କରାଯାଇଛି। ଫଳରେ ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ଅଭ୍ୟାସ କରିବା ପାଇଁ ଖେଳାଳିଙ୍କୁ ପ୍ରଯ୍ୟାପ୍ତ ସମୟ ମିଳିବ।

Advertisement
T20 World Cup 2022: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କ'ଣ କରିଥିଲେ ରୋହିତ ଶର୍ମା? ଏବେ ଭାଇରାଲ ହେଉଛି ଫଟୋ
Stop
Zee Odisha Desk|Updated: Oct 07, 2022, 01:46 PM IST

T20 World Cup 2022, ମୁମ୍ବାଇ: ଆଉ ମାତ୍ର ୯ ଦିନ ପରେ ବହୁ ପ୍ରତୀକ୍ଷିତ ପୁରୁଷ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିରେ ସାମିଲ ହେବା ପାଇଁ ଗୁରୁବାର ୧୪ ଜଣିଆ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଟିମ ଇଣ୍ଡିଆ କ୍ୟାପେଟନ ଏପରି କିଛି କରିଛନ୍ତି, ଯାହାକୁ ନେଇ ଚାରିଆଡି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରକୃତରେ ରୋହିତ ଶର୍ମା ତାଙ୍କ ପରିବାର ସହ ମୁମ୍ବାଇସ୍ଥିତ ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଥିଲେ, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

T20 World Cup 2022 ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ପରିବାର ସହ ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରୋହିତଙ୍କ ଫ୍ୟାମିଲି ଫଟୋ ବହୁତ ହୃଦୟସ୍ପର୍ଶୀ ହୋଇଛି। ଫଟୋରେ ରୋହିତ ଗୋଟିଏ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ସେ ନିଜ କାନ୍ଧରେ ଝିଅ ସମୈରାଙ୍କୁ ବସାଇ ଗଜାନନଙ୍କ ଦର୍ଶନ କରାଉଛନ୍ତି ଆଉ ପତ୍ନୀ ରିତିକା ତାଙ୍କ ପାଖରେ ଠିଆ ହୋଇ ଠାକୁରଙ୍କୁ ନମସ୍କାର କରୁଛନ୍ତି।

Also Read: ICC Men's T20 World Cup: ଏହି ଚାରି ଖେଳାଳିଙ୍କୁ ଛାଡି ଆଗୁଆ ଅଷ୍ଟ୍ରେଲିଆ ଉଡିଗଲା Team India

ଅଷ୍ଟ୍ରେଲିଆ ପାଇଁ ଉଡାଣ ଭରିବାର କିଛି ସମୟ ପୂର୍ବରୁ ରୋହିତ ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। ଭାରତୀୟ ଦଳ ଦେଶକୁ T20 World Cup 2022 ଟ୍ରଫି ଧରି ସ୍ୱଦେଶକୁ ଫେରିବେ ବୋଲି କ୍ରିକେଟପ୍ରେମୀ ତଥା ଦେଶବାସୀ ଆଶା ରଖିଛନ୍ତି। ଯଦି ଏପରି ହୁଏ ତେବେ ଭାରତ ଦ୍ୱିତୀୟ ଥର ପାଇ ଏହି ସୀମିତ ଓଭର ବିଶ୍ୱକପ୍ ଚମ୍ପିଆୟ ହେବ। ୨୦୦୭ରେ ମହେନ୍ଦ୍ର ସଂହ ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମ T20 World Cup ଜିତିଥିଲା। ରୋହିତ ପ୍ରଥମ ଥର ପାଇଁ ବିଶ୍ୱକପରେ  ଅଧିନାୟକତ୍ୱ କରୁଛନ୍ତି। 

କିଛି ଦିନ ପୂର୍ବେ ରୋହିତ ଶର୍ମା କହିଥିଲେ ଯେ, ଭାରତର ବିଶ୍ୱକପ ସ୍କ୍ୱାର୍ଡରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ପ୍ରଥମ ଥର ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ଖେଳିବେ। ସେମାନଙ୍କୁ ସେଟେଲ ହେବାକୁ କିଛି ସମୟ ଲାଗିବ। ସେଥିପାଇଁ ଭାରତ ଅଷ୍ଟ୍ରେଲିଆରେ ବିଶ୍ୱକପ୍ ପୂର୍ବରୁ ଦୁଇଟି ୱାର୍ମଅପ୍ ମ୍ୟାଚ ଖେଳିବ। ୧୭ ତାରିଖରେ ଅଷ୍ଟ୍ରେଲିଆ ଓ ୧୯ ତାରିଖରେ ଭାରତ ୱାର୍ମଅପ ମ୍ୟାଚ୍ ଖେଳିବ। କେବଳ ୧୪ ଜଣ ଖେଳାଳି ଅଷ୍ଟ୍ରେଲିଆ ଯାତ୍ରା କରିଥିବା ବିସିସିଆଇ ସୂଚନା ଦେଇଛି। ବ୍ୟାକ୍ ଇଞ୍ଜୁରୀ ପାଇଁ ଜଶପ୍ରୀତ ବୁମରା, ବିଶ୍ୱକପ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ତାଙ୍କ ସ୍ଥାନରେ ପେସର ମହମ୍ମଦ ସାମୀଙ୍କୁ ସାମିଲ କରାଯିବାର ସମ୍ଭାବନା ଅଛି।

Also Read: ଟି-୨୦ରେ ରୋହିତ ଶର୍ମାଙ୍କ ନାମରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ, ଏପରି କରିଥିବା ପ୍ରଥମ ଭାରତୀୟ

ଟି-୨୦ ବିଶ୍ୱକପ ପାଇଁଭାରତୀୟ ଦଳ: 

ରୋହିତ ଶର୍ମା (କ୍ୟାପଟେନ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିପକ ହୁଡ୍ଡା, ରିଷବ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ।

ଷ୍ଟାଣ୍ଡବାଇ ଖେଳାଳି: ମହମ୍ମଦ ସାମି, ଶ୍ରେୟାସ ଆୟର, ରବି ବିଷ୍ଣୋଇ, ଦୀପକ ଚହର

 

Read More
{}{}