Hindi News >>Home >>Odisha Sports

Rohit Sharma: ସେମିଫାଇନାଲ ଜିତି ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କଲେ ରୋହିତ ଶର୍ମା, ଭାଙ୍ଗିଲେ ବାବର-ଧୋନିଙ୍କ ବଡ଼ ରେକର୍ଡ

ଟି-୨0 ବିଶ୍ୱକପ ୨୦୨୪ ରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତୀୟ ଦଳ ଟି-୨୦ କ୍ରିକେଟର ଚାମ୍ପିୟନ ହେବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଅଧିନାୟକ ରୋହିତ ଶର୍ମାଙ୍କଠାରୁ (Rohit Sharma) ଭାରତୀୟ ଦଳର ପ୍ରଶଂସକଙ୍କ ବହୁତ ଆଶା ରହିଛି

Advertisement
Rohit Sharma Records
Stop
Jagdish Barik|Updated: Jun 28, 2024, 02:56 PM IST

Rohit Sharma Records: ଟି-୨0 ବିଶ୍ୱକପ ୨୦୨୪ ରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତୀୟ ଦଳ ଟି-୨୦ କ୍ରିକେଟର ଚାମ୍ପିୟନ ହେବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଅଧିନାୟକ ରୋହିତ ଶର୍ମାଙ୍କଠାରୁ (Rohit Sharma) ଭାରତୀୟ ଦଳର ପ୍ରଶଂସକଙ୍କ ବହୁତ ଆଶା ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଦଳ ପାଇଁ ରୋହିତ ଶର୍ମା ଅନେକ ଚତ୍ମକାର ଇନିଂସ ଖେଳିଛନ୍ତି। ଏହି ସମୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପାକିସ୍ତାନୀ ଅଧିନାୟକ ବାବର ଆଜାମ (Babar Azam) ଓ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ (MS Dhoni) ପଛରେ ପକାଇ ଏକ ବଡ଼ ସଫଳତା ହାସଲ କରିଛନ୍ତି।

ନମ୍ବର-୧ ହେଲେ ରୋହିତ ଶର୍ମା
ରୋହିତ ଶର୍ମା ଏପରି ଅଧିନାୟକ ହୋଇ ପାରିଛନ୍ତି ଯିଏ ଟି-୨୦ କ୍ରିକେଟରେ ସର୍ବାଧିକ ମ୍ୟାଚ୍ ଜିତିଛନ୍ତି। ୨୦୧୭ ପରଠାରୁ ମୋଟ ୬୨ ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମା ଭାରତର ଅଧିନାୟକତ୍ୱ କରିଛନ୍ତି। ଏଥିରେ ସେ ୪୯ଟି ମ୍ୟାଚ୍ ଜିତିଛନ୍ତି। ଏଥି ସହିତ ବାବର ଆଜମ ମଧ୍ୟ ଏହା ପୂର୍ବରୁ ୪୮ଟି ମ୍ୟାଚ ଜିତିଛନ୍ତି। ବାବର ଆଜମ ୮୫ଟି ମ୍ୟାଚ ମଧ୍ୟରୁ ୪୮ଟି ମ୍ୟାଚ ଜିତିଛନ୍ତି। ରୋହିତ ଶର୍ମା ୬୨ଟି ମ୍ୟାଚରେ ୪୯ଟି ମ୍ୟାଚ୍ ଜିତି ସର୍ବାଧିକ ସଂଖ୍ୟକ ବିଜୟ ପଞ୍ଜିକରଣ କରିବାରେ ସଫଳତା ହାସଲ କରିଛନ୍ତି। ସେ ଏପରି ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଦେଇଛନ୍ତି।

ଟି-୨୦ କ୍ରିକେଟରେ ସର୍ବାଧିକ ସଂଖ୍ୟକ ମ୍ୟାଚ୍ ଅଧିନାୟକତ୍ୱରେ ବାବର ଆଜାମ ଏବେ ମଧ୍ୟ ଆଗରେ ଅଛନ୍ତି। ବାବର ଆଜମ ୨୦୧୯ ଠାରୁ ମୋଟ ୮୫ ଟି ମ୍ୟାଚ୍ ଅଧିନାୟକ କରିଛନ୍ତି। ଏଥିରେ ବାବର ଆଜମ ୪୮ଟି ମ୍ୟାଚ ଜିତିଛନ୍ତି। ଯେତେବେଳେ କି ବାବର ୨୯ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବାବର ଆଜମଙ୍କ ବିଜୟ ପ୍ରତିଶତ ହେଉଛି ୫୬.୪୭ ରହିଛି।

ରୋହିତ ଶର୍ମା ହୁଏତ ୬୨ଟି ଟି-୨୦ ମ୍ୟାଚରେ ଅଧିନାୟକ କରିଛନ୍ତି କିନ୍ତୁ ସେ ୪୯ଟି ମ୍ୟାଚ ଜିତିଛନ୍ତି। ରୋହିତ ଶର୍ମାଙ୍କ ବିଜୟ ପ୍ରତିଶତ ହେଉଛି ୭୯.୦୩। ରୋହିତ ଶର୍ମାଙ୍କ ପରେ ପାକିସ୍ତାନର ସରଫରାଜ ଅହମ୍ମଦଙ୍କ ପାଖରେ ଶ୍ରେଷ୍ଠ ବିଜୟ ପ୍ରତିଶତ ରହିଛି। ସରଫରାଜ ଅହମ୍ମଦ ପାକିସ୍ତାନ ପାଇଁ ୩୭ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସରଫରାଜ ୨୯ଟି ମ୍ୟାଚ୍ ଜିତିଥିଲେ। ସରଫରାଜଙ୍କ ବିଜୟ ପ୍ରତିଶତ ୭୮.୩୭ ରହିଛି।

ମହେନ୍ଦ୍ର ସିଂ ଧୋନି ଟି-୨୦ କ୍ରିକେଟରେ ସର୍ବାଧିକ ସଂଖ୍ୟକ ମ୍ୟାଚରେ ଭାରତ ଅଧିନାୟକତ୍ୱ କରିଛନ୍ତି। ଧୋନି ୨୦୦୭ ରୁ ୨୦୧୬ ପର୍ଯ୍ୟନ୍ତ ୭୨ଟି ମ୍ୟାଚରେ ଭାରତର ଅଧିନାୟକ ହୋଇଥିଲେ। ଏହି ୭୨ ମ୍ୟାଚ୍‌ରେ ଧୋନି ୪୧ଟି ମ୍ୟାଚ୍‌ରେ ଭାରତକୁ ବିଜୟୀ କରାଇଛନ୍ତି। ଧୋନିଙ୍କ ବିଜୟ ପ୍ରତିଶତ ୫୬.୯୪ ରହିଛି।

{}{}